Hindi News >>Home >>Odisha National-International

Paramhans Acharya:'ଯଦି ମୋତେ ଶାହାରୁଖ ଖାନ ମିଳିଯାଏ, ତାହେଲେ ମୁଁ ତାକୁ ଜୀବନ୍ତ ଜାଳି ଦେବି'

Paramhans Acharya News: ଯଦି 'ପଠାନ' ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରେ ତାହେଲେ ତାହାକୁ ପୋଡି ଦିଆଯିବ। ବର୍ତ୍ତମାନ ଆମେ କେବଳ ଶାହରୁଖ ଖାନଙ୍କ ପୋଷ୍ଟର ପୋଡିଛୁ। ଯଦି ମୁଁ ଶାହାରୁଖ ଖାନଙ୍କୁ ଭେଟେ, ତାହେଲେ ମୁଁ ତାଙ୍କୁ ଜୀବନ୍ତ ଜାଳିଦେବି। ସେ ଲୋକଙ୍କୁ ନିବେଦନ କରି କହିଛନ୍ତି ଯେ ଶାହାରୁଖ ଖାନଙ୍କ ଏହି ଚଳଚ୍ଚିତ୍ରକୁ ସମସ୍ତେ ବୟକଟ କରନ୍ତୁ।

Advertisement
Paramhans Acharya:'ଯଦି ମୋତେ ଶାହାରୁଖ ଖାନ ମିଳିଯାଏ, ତାହେଲେ ମୁଁ ତାକୁ ଜୀବନ୍ତ ଜାଳି ଦେବି'
Stop
Zee Odisha Desk|Updated: Dec 20, 2022, 11:32 PM IST

Jagadguru Paramhans Acharya Maharaj: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଅଭିନୀତ 'ପଠାନ' ଚଳଚ୍ଚିତ୍ରକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଏହି ଚଳଚ୍ଚିତ୍ରର 'ବେସରମ ରଙ୍ଗ' ଗୀତକୁ ନେଇ ବିବାଦ ତେଜିବାରେ ଲାଗିଛି। କେବଳ ସେତିକି ନୁହେଁ 'ପଠାନ' ଚଳଚ୍ଚିତ୍ରକୁ ସାଧୁ ସନ୍ଥ ସମାଜ ପକ୍ଷରୁ କ୍ରମାଗତ ଭାବେ ବିରୋଧ କରାଯାଉଛି। 

ଏହି କ୍ରମରେ ଅଯୋଧ୍ୟାର ଜଗଦଗୁରୁ ଏବଂ ତପସ୍ୱୀ କ୍ୟାଣ୍ଟନମେଣ୍ଟ ସନ୍ଥ ପରମହଂସ ଆଚାର୍ଯ୍ୟ ମଧ୍ୟ ମଙ୍ଗଳବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏନେଇ ସେ କହିଛନ୍ତି, 'ପଠାନ' ଚଳଚ୍ଚିତ୍ରରେ ଆମର ଭଗୱା ରଙ୍ଗକୁ ଅପମାନିତ କରାଯାଇଛି। ଆମର ସନାତନ ଧର୍ମର ଲୋକ ଏହାକୁ ନିରନ୍ତର ଭାବେ ବିରୋଧ କରୁଛନ୍ତି। ଆଜି ଆମେ ଶାହାରୁଖ ଖାନଙ୍କ ପୋଷ୍ଟର ଜଳାଇଛୁ। "ଯଦି ମୋତେ ଫିଲ୍ମ ଜିହାଦୀ ଶାହରୁଖ ଖାନ ମିଲିଯାଏ, ତାହେଲେ ମୁଁ ତାକୁ ଜୀବନ୍ତ ଜାଳିଦେବି। "

କେବଳ ଏତିକି ନୁହେଁ ପରମହଂସ ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଯଦି 'ପଠାନ' ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରେ ତାହେଲେ ତାହାକୁ ପୋଡି ଦିଆଯିବ। ବର୍ତ୍ତମାନ ଆମେ କେବଳ ଶାହରୁଖ ଖାନଙ୍କ ପୋଷ୍ଟର ପୋଡିଛୁ। ଯଦି ମୁଁ ଶାହାରୁଖ ଖାନଙ୍କୁ ଭେଟେ, ତାହେଲେ ମୁଁ ତାଙ୍କୁ ଜୀବନ୍ତ ଜାଳିଦେବି। ସେ ଲୋକଙ୍କୁ ନିବେଦନ କରି କହିଛନ୍ତି ଯେ ଶାହାରୁଖ ଖାନଙ୍କ ଏହି ଚଳଚ୍ଚିତ୍ରକୁ ସମସ୍ତେ ବୟକଟ କରନ୍ତୁ। ଏହା ପୂର୍ବରୁ ହନୁମାନ ନଗରୀର ପୁରୋହିତ ରାଜୁ ଦାସ ମଧ୍ୟ ଏହି ଚଳଚ୍ଚିତ୍ରକୁ ବିରୋଧ କରିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦ 'ପଠାନ' ଚଳଚ୍ଚିତ୍ରର 'ବେସରମ ରଙ୍ଗ' ଗୀତରେ ଦୀପିକା ପାଦୁକୋନଙ୍କ ଭଗୱା ବସ୍ତ୍ର ପରିଧାନ ଏବଂ ଏହାର କିଛି ଦୃଶ୍ୟକୁ ବିରୋଧ କରିସାରିଛି। ଚଳଚ୍ଚିତ୍ରରେ  ତୁରନ୍ତ ସଂସ୍କାର ଆଣିବାକୁ ଏହି ସଙ୍ଗଠନ ଦାବି କରିଛି। ରାଷ୍ଟ୍ରିୟ ସ୍ୱୟଂସେବକ ସଙ୍ଗଠନ ଜଡିତ ବିଶ୍ୱ ହିନ୍ଦୁ ପରିଷଦ ଦୀପିକା ପାଦ୍ୟୁକୋନଙ୍କ ପୋଷାକର ରଙ୍ଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। 'ବେସରାମ ରଙ୍ଗ' ଗୀତର ଶୀର୍ଷକ ଉପରେ ସଙ୍ଗଠନ ଆପତ୍ତି ଉଠାଇ କହିଛି ଯେ ହିନ୍ଦୁ ସମାଜ ଏଭଳି ଚଳଚ୍ଚିତ୍ରକୁ କଦାପି ଗ୍ରହଣ କରିବ ନାହିଁ।

ସଦ୍ୟ ମୁମ୍ବାଇ ପୋଲିସ ଏକ ଲିଖିତ ଅଭିଯୋଗ ପାଇଛି। ଯେଉଁଥିରେ ଅଭିନେତା ଶାହାରୁଖ ଖାନଙ୍କ ଅଭିନୀତ 'ପଠାନ' ଚଳଚ୍ଚିତ୍ରର  'ବେସରମ ରଙ୍ଗ' ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନ ଭଗୱା ବିକିନି ପିନ୍ଧିବାକୁ ଏଫଆଇଆର ପଞ୍ଜୀକରଣ କରିବାକୁ ଦାବି କରାଯାଇଛି। ସୋମବାର ଜଣେ ଅଧିକାରୀ ଏ ସମ୍ପର୍କରେ ଜଣାଇଛନ୍ତି। ସାକିନାକା ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତ୍ରୀ-ଅଭିନେତ୍ରୀଙ୍କ ବିରୋଧରେ ମନଇଚ୍ଛା ଭଗୱା ରଙ୍ଗକୁ ବ୍ୟବହାର କରି ହିନ୍ଦୁ ଧର୍ମକୁ ଆଘାତ ଦେଇଥିବା ଅଭିଯୋଗ ଦାଏର କରାଯାଇଛି।

Also Read: PATHAAN Film: 'ପଠାନ' ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ ମୁସଲିମ ସଙ୍ଗଠନ, ଜାଣନ୍ତୁ ଏହାର କାରଣ

ଏହି ଗୀତରେ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନି ପିନ୍ଧିବା ଏବଂ ଉତ୍ତେଜକ ପୋଜ ଦେବାକୁ ବିରୋଧ କରିଛନ୍ତି ହିନ୍ଦୁ ମହାସଭା ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜ। ଏନେଇ  ଅଭିଯୋଗ କରି ସେ କହିଛନ୍ତି "ପଠାନ" ଚଳଚ୍ଚିତ୍ରରେ ଗେରୁଆ ରଙ୍ଗକୁ ଅସମ୍ମାନ କରାଯାଇଛି। ଏହାକୁ ଦେଶରେ ବରଦାସ୍ତ କରାଯିବ ନାହିଁ। ପଠାନ ଚଳଚ୍ଚିତ୍ରରେ ହିନ୍ଦୁ ସଂସ୍କୃତିକୁ ଅପମାନିତ କରାଯାଇଛି। ଏହି ଚଳଚ୍ଚିତ୍ରରେ ଅଶ୍ଳୀଳତା ଭରି ରହିଛି। ଏହାକୁ ଭାରତର ପ୍ରେକ୍ଷାଳୟରେ ପ୍ରଦର୍ଶନ ନିମନ୍ତେ ଅନୁମତି ଦେବା ଠିକ ନୁହେଁ।

'ବେସରମ ରଙ୍ଗ' ଗୀତକୁ ନେଇ ତାତି ଉଠିଛନ୍ତି  ଅଯୋଧ୍ୟାର ମହନ୍ତ ରାଜୁ ଦାସ। ସେ ଏହି ଚଳଚ୍ଚିତ୍ରକୁ ବିରୋଧ କରିଛନ୍ତି। ଏନେଇ ସେ କହିଛନ୍ତି ଯେଉଁ ପ୍ରେକ୍ଷାଳୟରେ "ପଠାନ" ଫିଲ୍ମ ରିଲିଜ୍ ହେବ ତାକୁ ଜାଳି ଦେବା ପାଇଁ ଦର୍ଶକଙ୍କୁ ନିବେଦନ କରୁଛି। କାରଣ 'ବେସରମ ରଙ୍ଗ' ଗୀତରେ ଦୀପିକା ପାଦୁକୋନ ଏକ ଗେରୁଆ ରଙ୍ଗର ବିକିନି ପିନ୍ଧିଛନ୍ତି। ଯାହା ଗେରୁଆଧାରୀଙ୍କୁ ବହୁତ ଆଘାତ ଦେଇଛି। ବଲିଉଡ ସନାତନ ଧର୍ମକୁ ପରିହାସ କରିବାକୁ ଚେଷ୍ଟା କରୁଛି। ହିନ୍ଦୁ ଦେବାଦେବୀଙ୍କୁ କିପରି ଅପମାନ କରିବେ ସେନେଇ ସେମାନେ ସବୁବେଳେ ଚେଷ୍ଟା କରିଥାନ୍ତି। 

Read More
{}{}