Hindi News >>Home >>Odisha National-International

'ମୋର ସବୁଠୁ ବଡ଼ ସମ୍ପତ୍ତି ହେଉଛି ମୋର ସଚ୍ଚୋଟତା ... ବିଜେପି ଏହାକୁ ଖରାପ କରିବାକୁ ଚାହୁଁଛି'

Arvind Kejriwal: କହିରଖୁଛୁ ଯେ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡି ତିନିଥର ସମନ କରି ସାରିଛି। ପ୍ରଥମ ସମନରେ ତାଙ୍କୁ ଗତ ବର୍ଷ ନଭେମ୍ବର ୨ ରେ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଥିଲା। ଦ୍ୱିତୀୟ ଥର ପାଇଁ ୨୧ ଡିସେମ୍ବରରେ ଓ ପୁନର୍ବାର ୩ ଜାନୁଆରୀରେ ସମନ ପଠାଯାଇଥିଲା।   

Advertisement
Arvind Kejriwal ED summons
Stop
Jagdish Barik|Updated: Jan 04, 2024, 07:18 PM IST

Arvind Kejriwal ED summons: ଜାନୁଆରୀ ୪ ତାରିଖ ଦିନ ସକାଳେ ଅରବିନ୍ଦ କେଜ୍ରିୱାଲଙ୍କ (Arvind Kejriwal) ବିଷୟରେ ଏକ ଖବର ଆସିଥିଲା । ଯେଉଁଥିରେ କୁହାଯାଉଥିଲା ଯେ ତାଙ୍କୁ ଗିରଫ କରାଯାଇ ପାରେ। କିଛି AAP ନେତାଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ଏହି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ୪ ଜାନୁଆରୀ ସକାଳେ ଏକ ଗୁଜବ ପ୍ରଚାରିତ ହେଲା ଯେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) କେଜ୍ରିୱାଲଙ୍କ ବାସଭବନରେ ଚଢ଼ାଉ କରିବାକୁ ଯାଉଛି। ତାଙ୍କୁ ମଧ୍ୟ ଗିରଫ କରାଯାଇପାରେ। ତେବେ ଇଡି ଏଭଳି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି। ବର୍ତ୍ତମାନ ଏହି ସମଗ୍ର ବିଷୟ ଉପରେ ଅରବିନ୍ଦ କେଜ୍ରିୱାଲଙ୍କ ବିୟାନ ସମ୍ନାକୁ ଆସିଛି।

କହିରୁଖୁଛୁ ଯେ କେଜ୍ରିୱାଲଙ୍କ ବିରୋଧରେ ଇଡି ତିନିଥର ସମନ ଜାରି କରିଛି। କିନ୍ତୁ ଦିଲ୍ଲୀ ସିଏମ ED ଆଗରେ ହାଜର ହୋଇନାହାଁନ୍ତି। ଏବେ କେଜ୍ରିୱାଲ ନିଜେ ଏହା ପଛର କାରଣ ପ୍ରକାଶ କରିଛନ୍ତି। ତାଙ୍କ କହିବାନୁସାରେ, ଯାଞ୍ଚକାରୀ ସଂସ୍ଥା ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରିବାକୁ ଚାହୁଁଛି। ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି,

“ଲିକୋର ସ୍କାମ… ଗତ ଦୁଇ ବର୍ଷ ମଧ୍ୟରେ ଆପଣ ଏହି ଶବ୍ଦକୁ ଅନେକ ଥର ଶୁଣିଥିବେ। କିନ୍ତୁ ଏହି ଦୁଇ ବର୍ଷ ମଧ୍ୟରେ ଯାଞ୍ଚ ପରେ ମଧ୍ୟ କୌଣସି ସ୍ଥାନରୁ ଗୋଟିଏ ପଇସା ମିଳିଲା ନାହିଁ। ଯଦି ଏକ ଘୋଟାଲା ହୋଇଛି ତେବେ ଟଙ୍କା କୁଆଡେ ଗଲା? ଟଙ୍କା ପାତଳ ନା ପବନରେ ଅଦୃଶ୍ୟ ହୋଇଗଲା? ଅନେକ AAP ନେତାଙ୍କୁ ଜେଲରେ ରଖାଯାଇଛି। ଏବେ ବିଜେପି ମିଥ୍ୟା ଅଭିଯୋଗ କରି ମୋତେ ଗିରଫ କରିବାକୁ ଚାହୁଁଛି। ମୋର ସବୁଠୁ ବଡ ସମ୍ପତ୍ତି ହେଉଛି ମୋର ସଚ୍ଚୋଟତା। ମୋର ଓକିଲମାନେ ମୋତେ କହିଛନ୍ଚି  ମୋତେ ପଠାଯାଇଥିବା ସମନ ବେଆଇନ ଅଟେ।"

କେଜ୍ରିୱାଲ ଆହୁରି କହିଛନ୍ତି,
“ପ୍ରାୟ ଦୁଇ ବର୍ଷ ଧରି ଏହି ଯାଞ୍ଚ ଚାଲିଛି, ତେବେ ଲୋକସଭା ନିର୍ବାଚନ ପୂର୍ବରୁ ମୋତେ କାହିଁକି ଡକାଯାଉଛି? ୮ ମାସ ପୂର୍ବରୁ ମୋତେ ସିବିଆଇ ଡାକିଥିଲା। ତା’ପରେ ମୁଁ ଯାଇ ଉତ୍ତର ମଧ୍ୟ ଦେଲି। ବର୍ତ୍ତମାନ ଲୋକସଭା ନିର୍ବାଚନ ପୂର୍ବରୁ ମୋତେ ଡକାଯାଉଛି, ତେଣୁ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଯେ ମୋତେ ପଚରାଉଚରା କରିବା ନୁହେଁ। ସେହି ଲୋକମାନେ ମୋତେ ଡାକି ଗିରଫ କରିବାକୁ ଚାହୁଁଛନ୍ତି। ଯାହାଫଳରେ ମୁଁ ପ୍ରଚାର କରିପାରିବି ନାହିଁ। ନେତାମାନଙ୍କୁ ଆଜି ବିଜେପି ନିଜ ଦଳରେ ସାମିଲ କରିବା ପାଇଁ ଇଡି ଓ ସିବିଆଇର ବ୍ୟବହାର କରୁଛି।"

କହିରଖୁଛୁ ଯେ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡି ତିନିଥର ସମନ କରି ସାରିଛି। ପ୍ରଥମ ସମନରେ ତାଙ୍କୁ ଗତ ବର୍ଷ ନଭେମ୍ବର ୨ ରେ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଥିଲା। ଦ୍ୱିତୀୟ ଥର ପାଇଁ ୨୧ ଡିସେମ୍ବରରେ ଓ ପୁନର୍ବାର ୩ ଜାନୁଆରୀରେ ସମନ ପଠାଯାଇଥିଲା। ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଓ ପ୍ରଭାରୀ ବିଜୟ ନାୟାରଙ୍କୁ ଗିରଫ କରାଯାଇଛି।

Read More
{}{}