Hindi News >>Home >>Odisha National-International

Bank privatization: ଏବେ ଏହି ବ୍ୟାଙ୍କର ହେବ ଘରୋଇକରଣ, ଜାଣନ୍ତୁ କେବେ ହଟିବ ସରକାରୀ ଟ୍ୟାଗ୍

Bank privatisation: ଦେଶର ଆଉ ଏକ ବ୍ୟାଙ୍କର ଘରୋଇକରଣ ହେବାକୁ ଯାଉଛି। ଆସନ୍ତା ବର୍ଷେ ଭିତରେ IDBI Bankରୁ ମୋଦି ସରକାର ପୁଞ୍ଜି ପ୍ରତ୍ୟାହାର କରିବେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ସୁଦ୍ଧା ବିଡିଂ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।

Advertisement
Bank privatization: ଏବେ ଏହି ବ୍ୟାଙ୍କର ହେବ ଘରୋଇକରଣ, ଜାଣନ୍ତୁ କେବେ ହଟିବ ସରକାରୀ ଟ୍ୟାଗ୍
Stop
Zee Odisha Desk|Updated: Oct 11, 2022, 08:15 AM IST

Bank privatisation, ନୂଆଦିଲ୍ଲୀ: କ୍ଷତିରୁ ବଞ୍ଚିବା ଓ ରଜସ୍ୱ ଆୟ ପାଇଁ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ସରକାରୀ ସଂସ୍ଥାର ଘରୋଇକରଣ କରୁଛନ୍ତି। ବିଶେଷ କରି ବିମାନବନ୍ଦର, ବନ୍ଦର, ଷ୍ଟିଲପ୍ଲାଣ୍ଟ, ରେଳବାଇ, ବ୍ୟାଙ୍କ ଇତ୍ୟାଦି। ଏହି ତାଲିକାରେ ଏବେ ଆଉ ଏକ ବ୍ୟାଙ୍କ ସାମିଲ ହୋଇଛି। ଖୁବଶୀଘ୍ର IDBI Bankର ଘରୋଇକରଣ ହେବ। ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ସେପ୍ଟେମ୍ବର ସୁଦ୍ଧା IDBI ବ୍ୟାଙ୍କର ଘରୋଇକରଣ ପ୍ରକ୍ରିୟା ଶେଷ ହେବାର ସମ୍ଭାବନା ରହିଛି।

ରିପୋର୍ଟ ଅନୁସାରେ, ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ତା ପୂର୍ବରୁ IDBI Bank ବିକ୍ରୟ ପାଇଁ ବିଡ୍ ଆମନ୍ତ୍ରିତ ହେବ ଏବଂ ସେପ୍ଟେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ। ଗତ ସପ୍ତାହରେ ଜୀବନ ବୀମା ନିଗମ (LIC) ସହିତ କେନ୍ଦ୍ର ସରକାର ମିଳିତ ଭାବେ IDBI ବ୍ୟାଙ୍କର ୬୦.୭୨% ଅଂଶଧନ ବିକ୍ରୟ ପାଇଁ ପ୍ରାଥମିକ ବିଡ୍ ଆମନ୍ତ୍ରଣ କରିଥିଲେ। ତେବେ ଏକ୍ସପ୍ରେସନ୍ ଅଫ୍ ଇଣ୍ଟର୍ସ (EoI) ପଠାଇବା ପାଇଁ ଶେଷ ତାରିଖ ଡିସେମ୍ବର ୧୬ ରଖାଯାଇଛି। EoIs ଆସିବା ପରେ ଆଗ୍ରହୀ ବ୍ୟକ୍ତିମାନଙ୍କୁ ରିଜର୍ଭ ବ୍ୟାଙ୍କ ଠାରୁ 'Fit and Proper' କ୍ଲିୟରାନ୍ସ କରିବାକୁ ପଡିବ। ଏହାପରେ ବିଡରେ ସାମିଲ ହେବାପାଇଁ ଗୃହ ମନ୍ତ୍ରଣାଳୟ (MHA)ର ସୁରକ୍ଷା କ୍ଲିୟରାନ୍ସ ମଧ୍ୟ ଆବଶ୍ୟକ ପଡିବ।

Also Read: Ganjam News : ଓଡିଶା କୃଷକଙ୍କୁ ପାକିସ୍ତାନୀ ଆଲର୍ଟ ସତର୍କ ରହିବାକୁ ପରାମର୍ଶ, ଆସୁଛି ଆଉ ଏକ ଘୂ

ତେବେ ଏହି କ୍ଲିୟରାନ୍ସ ପ୍ରକ୍ରିୟା ପାଇଁ ପ୍ରାୟ ଛଅ ମାସ ସମୟ ଲାଗିଯିବ ବୋଲି ଅଧିକାରୀମାନେ କହିଛନ୍ତି। ତେଣୁ ଆଶା କରାଯାଉଛି ଯେ, ଏହି କ୍ଲିୟରାନ୍ସ ପରେ ୨୦୨୩ ମାର୍ଚ୍ଚ ସୁଦ୍ଧା ବିଡିଂ ପ୍ରକ୍ରିୟା ଆରମ୍ଭ ହେବ। ତେବେ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ବେଳେ, ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକ କରିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। IDBI Bank ବିକ୍ରୟ ବିଡିଂରେ ଘରୋଇ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କରେ ପଞ୍ଜିକୃତ ଫାଇନାନ୍ସ କମ୍ପାନୀ, ସେବି-ପଞ୍ଜିକୃତ ବିକଳ୍ପ ନିବେଶ ପାଣ୍ଠି, ସ୍ୱୀକୃତିପ୍ରାପ୍ତ ବିଦେଶୀ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ଅନୁମତି ମିଳିବ। କିନ୍ତୁ ଏଥିପାଇଁ ନିବେଶକଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଅତିକମରେ ୨୨୫୦୦ କୋଟି ଟଙ୍କା ହୋଇଥିବା ଉଚିତ।

ସୂଚନାଯୋଗ୍ୟ, ବର୍ତ୍ତମାନ IDBI Bankରେ LICର ୪୯.୨୪% ଓ କେନ୍ଦ୍ର ସରକାରଙ୍କ ୪୫.୪୮% ଅଂଶଧନ ରହିଛି। ଆଉ ଅବଶିଷ୍ଟ ୫.୨% ଅଂଶଧନ ସର୍ବସାଧାରଣରେ ରହିଛି। ତେବେ ଏହି ବିଡ୍ ସଫଳ ହେଲେ IDBIରେ ସରକାର ଏବଂ LIC ର ମିଳିତ ଅଂଶଧନ ୯୪.୭୨% ରୁ ୩୪%କୁ ହ୍ରାସ ପାଇବ। କେନ୍ଦ୍ର ସରକାର ୩୦.୪୮% ଅଂଶଧନ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ LIC ତାର ୩୦.୨୪% ପୁଞ୍ଚି ପ୍ରତ୍ୟାହାର କରିବ।

Read More
{}{}