Hindi News >>Home >>Odisha National-International

IAS ପୂଜା ଖେଡକର ଚାକିରିରୁ ବହିଷ୍କୃତ

IAS Officer Puja Khedkar: ଆଇଏଏସ୍ ହେବା ପରଠାରୁ ପୂଜା ଖେଡକର କ୍ରମାଗତ ଭାବେ ବିବାଦରେ ରହିଥିଲେ । ବର୍ତ୍ତମାନ ତାଙ୍କୁ ଚାକିରିରୁ ହଟାଇ ଦିଆଯାଇଛି ।

Advertisement
IAS ପୂଜା ଖେଡକର ଚାକିରିରୁ ବହିଷ୍କୃତ
Stop
Soubhagya Ranjan Mishra|Updated: Sep 07, 2024, 06:32 PM IST

IAS Officer Puja Khedkar: କେନ୍ଦ୍ର ସରକାର ପୂଜା ଖେଡକରଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ ବରଖାସ୍ତ କରିଛନ୍ତି। ମହାରାଷ୍ଟ୍ରର ପୁଣେର ୩୪ ବର୍ଷିୟା ଆଇଏଏସ୍ ଅଧିକାରୀ ପୂଜା ଖେଡକର ୟୁପିଏସ୍ସି ଚୟନକୁ ନେଇ ବିବାଦରେ ରହିଥିଲେ । ନିଜ ବ୍ୟକ୍ତିଗତ ସୂଚନା ଏବଂ UPSC CSE-2022 ପରୀକ୍ଷାରେ ହାଜର ହେବା ସମ୍ବନ୍ଧରେ ସେ ଭୁଲ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ତେଣୁ UPSC ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ସୂଚନା ମିଳିଛି । ବର୍ତ୍ତମାନ କେନ୍ଦ୍ର ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି।

କିଛି ଦିନ ପୂର୍ବରୁ ପୂଜା ଖେଡକରଙ୍କ ପକ୍ଷରୁ ମାମଲା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଆବେଦନରେ ପୂଜା ନିଜ ବ୍ୟକ୍ତିଗତ ତଥ୍ୟ ମଧ୍ୟ ଉଲ୍ଲେଖ କରିଥିଲେ । ନିଜ ଆଣ୍ଠୁରେ ସମସ୍ୟା ଥିବା ପୂଜା ଦାବି କରିଛନ୍ତି। ତେଣୁ ତାଙ୍କୁ କେବଳ 'ଦିବ୍ୟାଙ୍ଗ' ବର୍ଗରେ ସୁଯୋଗ ମିଳିବା ଉଚିତ୍ । ସେ ଆହୁରି ମଧ୍ୟ ଯୁକ୍ତି ଦର୍ଶାଇଥିଲେ ଯେ, 47% ଅକ୍ଷମତା ଥିବା ସତ୍ତ୍ୱେ ମଧ୍ୟ ସେ ସାଧାରଣ ବର୍ଗରେ ପରୀକ୍ଷାରେ ଭାଗ ନେଇଥିଲେ । ସିଭିଲ ସର୍ଭିସ ପରୀକ୍ଷା ପାଇଁ ଅକ୍ଷମତା ମାନଦଣ୍ଡ 40% ରହିଛି ।

ସେପ୍ଟେମ୍ବର ୪ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟରେ ପୂଜା ଖେଡକରଙ୍କ ମାମଲାରେ ଦିଲ୍ଲୀ ପୋଲିସ ଏକ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟରେ ଦିଲ୍ଲୀ ପୋଲିସ ଅନେକ ବଡ଼ ସୂଚନା ପ୍ରଦାନ କରିଛି । ପୂଜା ଖେଡକରଙ୍କ ଅକ୍ଷମତା ପ୍ରମାଣପତ୍ର ନକଲି ବୋଲି ଦିଲ୍ଲୀ ପୋଲିସ ହାଇକୋର୍ଟଙ୍କୁ ସୂଚନା ଦେଇଛି । ଏହି ଷ୍ଟାଟସ୍ ରିପୋର୍ଟରେ କୁହାଯାଇଛି ଯେ, 2022 ଏବଂ 2023 ର ସିଭିଲ୍ ପରୀକ୍ଷା ସମୟରେ ପୂଜା ପ୍ରଦାନ କରିଥିବା ସାର୍ଟିଫିକେଟ୍ ନକଲି । ଏହି ପ୍ରମାଣପତ୍ରରେ ପୂଜା ଖେଡକର ନିଜ ନାମ ମଧ୍ୟ ପରିବର୍ତ୍ତନ କରିଛନ୍ତି। ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ 2022 ଏବଂ 2024 ମସିହାରେ ଅହମ୍ମଦନଗରରୁ ଦୁଇଟି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା, କିନ୍ତୁ ଯେତେବେଳେ ପୋଲିସ ମେଡିକାଲ କର୍ତ୍ତୃପକ୍ଷଙ୍କଠାରୁ ଏହି ପ୍ରମାଣପତ୍ର ବିଷୟରେ ସୂଚନା ମାଗିଥିଲା, ସେତେବେଳେ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ଯେ ସେମାନଙ୍କ ଦ୍ୱାରା କୌଣସି ଅକ୍ଷମତା ପ୍ରମାଣପତ୍ର ପୂଜାଙ୍କୁ ଦିଆଯାଇ ନାହିଁ ।

Also Read- Shukra Nakshtra Gochar 2024: ଜୀବନରେ ସୁଖ ଭରିଦେବେ ଶୁକ୍ର, ୩ ରାଶିକୁ ମିଳିବ ଆର୍ଥିକ ଲାଭ

Read More
{}{}