Hindi News >>Home >>Odisha National-International

MiG-21 crash : ପୁଣି ଥରେ ଖସିପଡ଼ିଲା ବାୟୁସେନା ବିମାନ, ପାଇଲଟ ସୁରକ୍ଷିତ; ଦୁଇ ମୃତ

ନୂଆଦିଲ୍ଲୀ: ସୋମବାର ସକାଳେ ହନୁମାନଗଡରେ ଏକ ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଯୁଦ୍ଧ ବିମାନ ବାହଲୋଲନଗର ଅଞ୍ଚଳର ଏକ ଘର ଉପରେ ଖସିପଡିଥିଲା। ଏହି ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଜଣେ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ପାଇଲଟ ସୁରକ୍ଷିତ ଥିବା ପୋଲିସ କହିଛି। ଦୁର୍ଘଟଣା ପରେ ବହୁ ସଂଖ୍ୟାରେ ଗ୍ରା

Advertisement
MiG-21 crash : ପୁଣି ଥରେ ଖସିପଡ଼ିଲା ବାୟୁସେନା ବିମାନ, ପାଇଲଟ ସୁରକ୍ଷିତ; ଦୁଇ ମୃତ
Stop
Zee Odisha Desk|Updated: May 08, 2023, 11:42 AM IST

MiG-21 crash : ନୂଆଦିଲ୍ଲୀ: ସୋମବାର ସକାଳେ ହନୁମାନଗଡରେ ଏକ ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଯୁଦ୍ଧ ବିମାନ ବାହଲୋଲନଗର ଅଞ୍ଚଳର ଏକ ଘର ଉପରେ ଖସିପଡିଥିଲା। ଏହି ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଜଣେ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ପାଇଲଟ ସୁରକ୍ଷିତ ଥିବା ପୋଲିସ କହିଛି। ଦୁର୍ଘଟଣା ପରେ ବହୁ ସଂଖ୍ୟାରେ ଗ୍ରାମବାସୀ ଘଟଣାସ୍ଥଳରେ ଏକାଠି ହୋଇଛନ୍ତି। ସୂଚନାନୁସାରେ, ମିଗ୍ ସୁରଟଗଡ଼ରୁ ଉଡ଼ାଣ ଭରିଥିଲା। 

ଗତ ବର୍ଷ ବାଡ଼ମେରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ମିଗ-୨୧, ଶହୀଦ ହୋଇଥିଲେ ୨ ପାଇଲଟ
୨୮ ଜୁଲାଇ ୨୦୨୨ରେ ରାଜସ୍ଥାନର ବାଡ଼ମେରରେ ଏକ ମିଗ୍-୨୧ ବାୟସନ (ଟ୍ରେନର ବିମାନ) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ନିଆଁ ଲାଗିଯାଇଥିଲା ଏବଂ ବିମାନର ଭଗ୍ନାବଶେଷ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ବିଛାଡ଼ି ହୋଇ ପଡ଼ିଥିଲା। ବିମାନରେ ଥିବା ଉଭୟ ପାଇଲଟ ଏହି ଦୁର୍ଘଟଣାରେ ଶହୀଦ ହୋଇଥିଲେ। ଯେଉଁଠାରେ ବିମାନଟି ଖସିଗଲା, ସେଠାରେ ୧୫ଫୁଟ ବ୍ୟାସାର୍ଦ୍ଧରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା।

ସୋଭିଏତ୍ ୟୁନିଅନ୍ ୧୯୪୦ରେ ମିଗ୍ ବିମାନ ତିଆରି କରି ୧୯୫୯ରେ ଏହାର ବାୟୁସେନାରେ ପ୍ରବେଶ କରାଇଥିଲା। ତା’ପରେ ଏହା ଘଣ୍ଟା ପ୍ରତି ୨୨୨୯ କିଲୋମିଟର ବେଗରେ ଉଡ଼ିବାର କ୍ଷମତା ରଖିଥିଲା। ଏପରିକି ବେଗଠାରୁ ୧୦୦୦ କିଲୋମିଟର ଅଧିକ। ଏପ୍ରିଲ୍ ୧୯୬୩ରେ ମିଗ୍ ଭାରତୀୟ ବାୟୁସେନାରେ ଭର୍ତ୍ତି କରାଯାଇଥିଲା। ୧୯୭୧ ଏବଂ ୧୯୯୯ ଯୁଦ୍ଧରେ ଜିତିବାରେ ମିଗ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଭାରତରେ ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ୪୦୦ ଦୁର୍ଘଟଣାରେ ପ୍ରାୟ ୨୦୦ ପାଇଲଟ୍ ଶହୀଦ ହୋଇଥିବା ଜଣାପଡ଼ିଛି।

ମନୁଷ୍ୟକୃତ MIG ବିମାନ ଦୁର୍ଘଟଣା
୨୦୦୨ ମସିହା ମାର୍ଚ୍ଚ ୨1 ତାରିଖରେ ସଂସଦର ପବ୍ଲିକ ଆକାଉଣ୍ଟ କମିଟି ନିଜର ରିପୋର୍ଟରେ କହିଥିଲା କି ଏୟାରଫୋର୍ସରେ ହେଉଥିବା ଦୁର୍ଘଟଣାର ପ୍ରାୟ ୬୨ ପ୍ରତିଶତ ଦୁର୍ଘଟଣା MIG ବିମାନ ଗୁଡ଼ିକ ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି। 

Also Read: Mangal Gochar 2023 Effects: କର୍କଟ ରାଶିରେ ପ୍ରବେଶ କରିବେ ମଙ୍ଗଳ, ଏହି ୭ ରାଶି ଉପରେ ମାଡି଼ ଆସିବ ବିପଦ!

Also Read: Archana Nag Case: ଆଜି କୋର୍ଟକୁ ଆସିବେ, ନଚେତ୍ ଫସିବେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି

Read More
{}{}