Hindi News >>Home >>Odisha National-International

Sikkim Cloud Burst: ସିକିମରେ ବାଦଲଫଟା ବର୍ଷା, ୨୩ ଯବାନ ନିଖୋଜ

ନୂଆଦିଲ୍ଲୀ: ସିକ୍କିମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତର ସିକ୍କିମର ଲୋହାନକ ହ୍ରଦ ଉପରେ ବାଦଲ ଫଟା ବର୍ଷା ହେବା କାରଣରୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ମଙ୍ଗଳବାର ରାତି ଗୋଟାଏ ବେଳେ ବନ୍ୟାର ଭୟଙ୍କର ସୁଅରେ ୨୩ ଜଣ ଯବାନ ଭାସିଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି। ସେନାର କିଛି କ୍ୟ

Advertisement
Sikkim Cloud Burst: ସିକିମରେ ବାଦଲଫଟା ବର୍ଷା, ୨୩ ଯବାନ ନିଖୋଜ
Stop
Zee Odisha Desk|Updated: Oct 04, 2023, 10:06 AM IST

Sikkim Cloud Burst: ନୂଆଦିଲ୍ଲୀ: ସିକ୍କିମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତର ସିକ୍କିମର ଲୋହାନକ ହ୍ରଦ ଉପରେ ବାଦଲ ଫଟା ବର୍ଷା ହେବା କାରଣରୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ମଙ୍ଗଳବାର ରାତି ଗୋଟାଏ ବେଳେ ବନ୍ୟାର ଭୟଙ୍କର ସୁଅରେ ୨୩ ଜଣ ଯବାନ ଭାସିଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି। ସେନାର କିଛି କ୍ୟାମ୍ପ ବନ୍ୟା ସୁଅ ମଧ୍ୟ ଭାସିଯାଇଥିବା ସୁଚନା ରହିଛି। ଏହି କ୍ୟାମ୍ପ ଭାସିଯିବା କାରଣରୁ ଭାରତୀୟ ସେନାକୁ ଏହି ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଏପରିକି କିଛି ସେନା ଗାଡ଼ି ମଧ୍ୟ ଭାସିଯାଇଥିବା ଜଣାପଡ଼ିଛି। ଏନେଇ ସେନାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏନେଇ ସୂଚନା ପ୍ରଦାନ କରିଛନ୍ତି। 

ପ୍ରତିରକ୍ଷା ବିଭାଗର ଲୋକସମ୍ପର୍କ ଅଧିକାରୀ କହିଛନ୍ତି କି ଉତ୍ତର ସିକ୍କିମରେ ଲୋହାନକ ହ୍ରଦ ଉପରେ ବାଦଲ ଫଟା ବର୍ଷା ହେବା କାରଣରୁ ଲାଚେନ ଘାଟି ସ୍ଥିତ ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘାଟିରେ ଥିବା କିଛି ସେନା କ୍ୟାମ୍ପ ଓ କାର୍ଯ୍ୟାଳୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କିଛି କ୍ୟାମ୍ପ ଭାସି ଯାଇଥିବା ମଧ୍ୟ ସୂଚନା ରହିଛି। ଏହାର ସବିଶେଷ ସୂଚନା ସଂଗ୍ରହ ପାଇଁ ପ୍ରୟାସ ଜାରି ରହିଛି। ଚୁଥଗାଙ୍ଗ ଡ୍ୟାମରୁ ପାଣି ଛଡ଼ାଯିବା କାରଣରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ୧୫ ରୁ ୨୦ ଫୁଟ ପର୍ଯ୍ୟନ୍ତ ପାଣିର ଉଚ୍ଚତା ବଢି ଯାଇଥିଲା। ଏଥିରେ ସିଙ୍ଗଟାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଯାନଗୁଡିକ ପ୍ରଭାବିତ ହୋଇଛି। ୨୩ ଜଣ ଯବାନ ନିଖୋଜ ଥିବା ଏବଂ କିଛି ଗାଡି କାଦୁଅରେ ବୁଡ଼ି ଯାଇଥିବା ଜଣାଯାଇଛି। ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି।

ସିକ୍କିମ ବନ୍ୟା ପରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ମଧ୍ୟ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ସୂଚନାନୁସାରେ, ଚୁଙ୍ଗଥାଙ୍ଗ ଡ୍ୟାମରୁ ହଠାତ୍ ବନ୍ୟାଜଳ ଛଡ଼ା ଯିବା କାରଣରୁ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛନ୍ତି। ଫଳରେ ସିଙ୍ଗଟାମ ନିକଟ ବରଦାଙ୍ଗରେ ପାର୍କିଂ ହୋଇଥିବା ସେନା ଯାନଗୁଡିକ ପ୍ରଭାବିତ ହୋଇଛି। ୨୩ ଜଣ ଯବାନ ନିଖୋଜ ହୋଇଯାଇଥିବା ବେଳେ ପ୍ରାୟ ୪୧ଟି ସେନା ଗାଡି ମଧ୍ୟ କାଦୁଅରେ ବୁଡ଼ି ଯାଇଥିଲେ। ଉଦ୍ଧାର କାର୍ଯ୍ୟରେ ସେନା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି କାରଣ ଏହି ଅଞ୍ଚଳରେ ଇଣ୍ଟରନେଟ୍ ସଂଯୋଗ କମ୍ ଅଛି। କମାଣ୍ଡ ସ୍ତରରେ ଥିବା ଅଧିକାରୀମାନେ ଗ୍ରାଉଣ୍ଡ ଲେଭଲରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବା କଷ୍ଟକର ହୋଇପଡୁଛି। ହଠାତ୍ ବନ୍ୟାରେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।

Also Read: Weather: ଆଜି ବି ଛେଚିବ ବର୍ଷା! ୯ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ବିଭାଗ

Also Read: Gold Price Update: ୧୦୦୦ ଟଙ୍କାରୁ ଅଧିକ ଶସ୍ତା ହେଲା ସୁନା ଭରି, ଜାଣିନିଅନ୍ତୁ କେତେ ରହିଛି ଦର

Also Read: Horoscope Today: ଅର୍ଥହାନୀ ସହ ଦାମ୍ପତ୍ୟ ଜୀବନରେ ଦେଖାଦେବ ବିଭ୍ରାଟ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Read More
{}{}