Hindi News >>Home >>Odisha National-International

presidents attacked in American history? : ଜାଣନ୍ତୁ ଆମେରିକା ଇତିହାସରେ ରାଷ୍ଟ୍ରପତି ଓ ପ୍ରାର୍ଥୀଙ୍କ ଉପରେ କେତେଥର ଆକ୍ରମଣ କରାଯାଇଛି?

9 presidents & candidates attacked in US history: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ହତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଏଭଳି କାଣ୍ଡ ସମଗ୍ର ବିଶ୍ବକୁ ଆନ୍ଦୋଳିତ କରିଛି।ଅତୀତରେ ଆମେରିକାର ଅନେକ ରାଷ୍ଟ୍ରପତି, ପୂର୍ବତନ ରାଷ୍ଟ୍ରପତି ତଥା ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଟାର୍ଗେଟ କରି ରାଜନୈତିକ ହିଂସାକାଣ୍ଡ ଘଟିଛି। ଏଥିରେ ୪ ଜଣ ରାଷ୍ଟ୍ରପତିଙ୍କ ଜୀବନ ମଧ୍ୟ ଯାଇଛି। ଜାଣନ୍ତୁ କିଏ?

Advertisement
donald trump
Stop
Zee Odisha Desk|Updated: Jul 15, 2024, 09:42 AM IST

 US history: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ହତ୍ୟା ଉଦ୍ୟମରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଏଭଳି କାଣ୍ଡ ସମଗ୍ର ବିଶ୍ବକୁ ଆନ୍ଦୋଳିତ କରିଛି।ଅତୀତରେ ଆମେରିକାର ଅନେକ ରାଷ୍ଟ୍ରପତି, ପୂର୍ବତନ ରାଷ୍ଟ୍ରପତି ତଥା ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଟାର୍ଗେଟ କରି ରାଜନୈତିକ ହିଂସାକାଣ୍ଡ ଘଟିଛି। ଏଥିରେ ୪ ଜଣ ରାଷ୍ଟ୍ରପତିଙ୍କ ଜୀବନ ମଧ୍ୟ ଯାଇଛି।

ଆବ୍ରାହାମ ଲିଙ୍କନ: ଗୁଳିକାଣ୍ଡରେ ପ୍ରାଣ ହରାଇବାରେ ଆବ୍ରାହାମ ଲିଙ୍କନ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି। ଦେଶର ଏହି ୧୬ଶ ରାଷ୍ଟ୍ରପତିଙ୍କୁ ୧୮୬୫ ମସିହା ଏପ୍ରିଲ ୧୪ରେ ଜନ୍‌ ଓ୍ବିଲ୍‌କେସ୍‌ ବୁଥ୍‌ ଗୁଳି କରିଥିଲେ। ଲିଙ୍କନ ତାଙ୍କ ସ୍ତ୍ରୀ ମେରିଙ୍କ ସହ ଓ୍ବାଶିଂଟନର ଫୋର୍ଡ ଥିଏଟରଠାରେ ଏକ ସ୍ବତନ୍ତ୍ର କମେଡି ଶୋ’ ଦେଖୁଥିବାବେଳେ ଗୁଳିକାଣ୍ଡ ହୋଇଥିଲା। ତାଙ୍କ ମୁଣ୍ଡ ପଛପାର୍ଶ୍ୱରେ ଗୁଳି ବାଜିଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ତା’ ପରଦିନ ସେ ଆଖି ବୁଜିଥିଲେ। ଲିଙ୍କନ୍‌ ଅଣଶ୍ୱେତାଙ୍ଗମାନଙ୍କ ଅଧିକାରକୁ ସମର୍ଥନ କରିବାରୁ ତାଙ୍କୁ ଗୁଳି କରାଯାଇଥିଲା।

ଜେମ୍‌ସ ଗାର୍‌ଫିଲ୍ଡ: ଗୁଳିକାଣ୍ଡରେ ନିହତ ହେବାରେ ଜେମ୍‌ସ ଗାର୍‌ଫିଲ୍ଡ ହେଉଛନ୍ତି ଆମେରିକାର ଦ୍ୱିତୀୟ ରାଷ୍ଟ୍ରପତି। ଏହି ୨୦ତମ ରାଷ୍ଟ୍ରପତି ୧୮୮୧ ଜୁଲାଇ ୨ରେ ନ୍ୟୁ ଇଂଲଣ୍ଡକୁ ଟ୍ରେନ୍‌ ଧରିବା ପାଇଁ ଓ୍ବାଶିଂଟନ ଷ୍ଟେଶନରେ ଚାଲୁଥିବାବେଳେ ଚାର୍ଲସ ଗୁଇଟିଉ ତାଙ୍କୁ ଗୁଳି କରିଥିଲେ। ଗାର୍‌ଫିଲ୍ଡଙ୍କ ଛାତିରେ ଗୁଳି ବାଜିଥିଲା ଓ କିଛି ସପ୍ତାହର ଚିକିତ୍ସା ପରେ ସେପ୍ଟେମ୍ବରରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ରାଷ୍ଟ୍ରପତି ଭାବେ ମାତ୍ର ୬ ମାସ କ୍ଷମତାରେ ରହିଥିଲେ।

ଓ୍ବିଲିୟମ୍‌ ମାକିନ୍‌ଲି: ଆମେରିକାର ୨୫ତମ ରାଷ୍ଟ୍ରପତି ଓ୍ବିଲିୟମ୍‌ ମାକିନ୍‌ଲି ୧୯୦୧ ସେପ୍ଟେମ୍ବର ୬ରେ ନ୍ୟୁୟର୍କର ବୁଫାଲୋରେ ଭାଷଣ ଦେଇସାରି ଲୋକମାନଙ୍କ ସହ କରମର୍ଦ୍ଦନ କରୁଥିବାବେଳେ ଅତି ନିକଟରୁ ଜଣେ ବ୍ୟକ୍ତି ତାଙ୍କ ଛାତିକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଦ୍ୱିତୀୟ ପାଳି ରାଷ୍ଟ୍ରପତି ହେବାର ୬ ମାସ ପରେ ତାଙ୍କୁ ଗୁଳି ହୋଇଥିଲା ଏବଂ ୮ ଦିନର ଚିକିତ୍ସା ପରେ ସେ ପ୍ରାଣ ହରାଇଥିଲେ।  

ଫ୍ରାଙ୍କଲିନ୍‌ ଡି. ରୁଜ୍‌ଭେଲ୍ଟ: ଆମେରିକାର ୩୨ତମ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି. ରୁଜ୍‌ଭେଲ୍ଟ ରାଷ୍ଟ୍ରପତି ନିର୍ବାଚିତ ହୋଇ ୧୯୩୩ ଫେବୃଆରୀରେ ମାୟାମିଠାରେ ଭାଷଣ ଦେଉଥିବାବେଳେ ପଛରୁ ତାଙ୍କୁ ଗୁଳି ହୋଇଥିଲା। ରୁଜ୍‌ଭେଲ୍ଟ ଆକ୍ରମଣରୁ ବର୍ତ୍ତି ଯାଇଥିବାବେଳେ ତାଙ୍କ ପାଖରେ ଥିବା ଶିକାଗୋ ମେୟର ଆଣ୍ଟୋନ୍‌ ସେର୍‌ମାର୍କ ନିହତ ହୋଇଥିଲେ। ଆକ୍ରମଣକାରୀ ଗୁଇସେପେ ଜାଙ୍ଗାରା ଦୋଷୀସାବ୍ୟସ୍ତ ହେବା ପରେ ମୃତ୍ୟୁଦଣ୍ଡ ପାଇଥିଲେ।

ହାରି ଏସ୍‌. ଟ୍ରୁମାନ୍‌: ଆମେରିକାର ୩୩ତମ ରାଷ୍ଟ୍ରପତି ହାରି ଏସ୍‌. ଟ୍ରୁମାନ୍‌ ୧୯୫୦ ମସିହା ନଭେମ୍ବରରେ ହ୍ବାଇଟ୍‌ ହାଉସ୍‌ ନିକଟ ବ୍ଲେୟାର ହାଉସ୍‌ରେ ରହିଥିବାବେଳେ ୨ ଜଣ ବନ୍ଧୁକଧାରୀ ସେଠାରେ ପ୍ରବେଶ କରି ଗୁଳି ଚଳାଇଥିଲେ। ଟ୍ରୁମାନ୍‌ ଆହତ ହୋଇ ନ ଥିବାବେଳେ ଗୁଳି ବିନିମୟ ବେଳେ ହ୍ବାଇଟ୍‌ ହାଉସ୍‌ର ଜଣେ ପୋଲିସ ଓ ଜଣେ ଆତତାୟୀ ନିହତ ହୋଇଥିଲେ।

ଜନ୍‌ ଏଫ୍‌ କେନେଡି: ଆମେରିକାର ୩୫ତମ ରାଷ୍ଟ୍ରପତି ଜନ୍‌ ଏଫ୍‌ କେନେଡିଙ୍କୁ ୧୯୬୩ରେ ଗୁଳି ହୋଇଥିଲା । କେନେଡିଙ୍କୁ ପାର୍କଲ୍ୟାଣ୍ଡ ମେମୋରିଆଲ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କର ପରଲୋକ ଘଟିଥିଲା। ଗୁଳି ଚଳାଇଥିବା ଲି ହାର୍ଭେ ଓସ୍‌ଓ୍ବାଲ୍ଡଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିବାବେଳେ ସେଠାରେ ଡଲାସ ନାଇଟ୍‌କ୍ଲବ୍‌ ମାଲିକ ଜାକ୍‌ ରୁବି ତାଙ୍କୁ ଗୁଳିକରି ହତ୍ୟା କରିଥିଲେ।

ଏହା ବ୍ୟତୀତ ୩୮ତମ ରାଷ୍ଟ୍ରପତି ଗେରାଲ୍ଡ ଫୋର୍ଡ ୧୯୭୫ରେ ୨ ଥର ହତ୍ୟା ଉଦ୍ୟମର ଶିକାର ହୋଇ ବର୍ତ୍ତିଯାଇଥିଲେ। ସେହିପରି ଆମେରିକାର ୪୦ତମ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍‌ ୧୯୮୧ ମାର୍ଚ୍ଚରେ ଓ୍ବାଶିଂଟନ ଡିସିରେ ଭାଷଣ ଦେଇ ଯାଉଥିବାବେଳେ ଜନ୍‌ ହିଙ୍କ୍‌ଲି ଜୁନିୟର ତାଙ୍କୁ ଗୁଳି କରିଥିଲେ।  ୪୩ତମ ରାଷ୍ଟ୍ରପତି ଜର୍ଜ ଡବ୍ଳ୍ୟୁ ବୁଶ୍‌ ୨୦୦୫ରେ ଜର୍ଜିଆ ରାଷ୍ଟ୍ରପତି ମିଖାଇଲ୍‌ ସାକଶଭିଲିଙ୍କ ସହ ଟିବିଲିସିଠାରେ ଏକ ରାଲିରେ ଯୋଗଦେଇଥିବାବେଳେ ହ୍ୟାଣ୍ଡ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଗ୍ରେନେଡ୍‌ ବିସ୍ଫୋରଣ ନ ହେବାରୁ କେହି ଆହତ ହୋଇ ନ ଥିଲେ।

ଥେଓଡର ରୁଜ୍‌ଭେଲ୍ଟ ୨ ଥର ଆମେରିକାର ରାଷ୍ଟ୍ରପତି ରହି ୧୯୧୨ରେ ତୃତୀୟ ଥର ପ୍ରାର୍ଥୀ ହୋଇଥିବାବେଳେ ପ୍ରଚାର ବେଳେ ତାଙ୍କୁ ଗୁଳି କରାଯାଇଥିଲା। ତେବେ ତାଙ୍କ ପକେଟରେ ମେଟାଲ ଗ୍ଲାସ୍‌ ଥିବାରୁ ଗୁଳିମାଡ଼ରେ ସେ ଗୁରୁତର ହୋଇ ନଥିଲେ। ଡେମୋକ୍ରାଟ୍‌ ରାଷ୍ଟ୍ରପତି ପ୍ରାର୍ଥୀ ରବର୍ଟ ଏଫ୍‌. କେନେଡି ୧୯୬୮ରେ କାଲିଫର୍ନିଆ ପ୍ରାଇମେରି ଜିତିବା ପରେ ଲସ୍‌ ଏଞ୍ଜେଲସ୍‌ ହୋଟେଲରେ ତାଙ୍କୁ ହତ୍ୟା କରାଯାଇଥିଲା।

Read More
{}{}