Hindi News >>Home >>Odisha National-International

Metro Collision: ୨ ମେଟ୍ରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୫୦୦ ରୁ ଅଧିକ ଲୋକ ଆହତ

China Train Collision: ଶୁକ୍ରବାର ଦିନ ଚାଇନାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଚାଇନାର ରାଜଧାନୀ ବେଜିଂରେ ଦୁଇଟି ମେଟ୍ରୋ ଟ୍ରେନ୍ ଧକ୍କା ହୋଇ ଶହ ଶହ ଲୋକ ଆହତ ହୋଇଛନ୍ତି । କୁହାଯାଉଛି ଯେ ପ୍ରବଳ ତୁଷାରପାତ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।  

Advertisement
China Train Collision
Stop
Zee Odisha Desk|Updated: Dec 15, 2023, 09:03 PM IST

Beijing Metro Collision: ଶୁକ୍ରବାର ଦିନ ଚାଇନାରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଚାଇନାର ରାଜଧାନୀ ବେଜିଂରେ ଦୁଇଟି ମେଟ୍ରୋ ଟ୍ରେନ୍ ପରସ୍ପର ସହ ମୁହାଁମୁହିଁ ହୋଇ ଶହ ଶହ ଲୋକ ଆହତ ହୋଇଥିଲେ । କୁହାଯାଉଛି ଯେ ପ୍ରବଳ ତୁଷାରପାତ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ବେଜିଂ ମ୍ୟୁନିସିପାଲିଟି ଟ୍ରାନ୍ସପୋର୍ଟ କମିଶନ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୫୧୫ ଜଣ ଆହତ ହୋଇଛନ୍ତି । ସେ କହିଛନ୍ତି ଯେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଧିକାରୀମାନେ କହିଛନ୍ତି ଯେ ଟ୍ରାକରେ ଖସିଯିବା କାରଣରୁ ଟ୍ରେନକୁ ଜରୁରୀକାଳୀନ ବ୍ରେକ୍ ଲଗାଇବାକୁ ପଡୁଥିଲା ଓ ଅନ୍ୟ ପାର୍ଶ୍ୱରୁ ଆସୁଥିବା ଟ୍ରେନ୍ ସାମ୍ନାକୁ ଆସି ଉଭୟଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା । ଅଧିକାରୀ କହିଛନ୍ତି ଯେ ଗୁରୁବାର ରାତିରେ ଏହି ଘଟଣା ଘଟିଛି ।

ଚୀନ୍ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୫୧୫ ଆହତଙ୍କୁ ହସ୍ପିଟାଲକୁ ପଠାଯାଇଛି, ଯେଉଁଥିରେ ୧୦୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେଥିମଧ୍ୟରୁ ୪୨୩ ଜଣଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏଥିସହ ୨୫ ଜଣଙ୍କୁ ଡାକ୍ତରଙ୍କ ନଜରରେ ରଖାଯାଇଛି ଓ ୬୭ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ ଦୁର୍ଘଟଣା ପରେ ଏହା ନିଶ୍ଚିତ ହୋଇଛି ଯେ କୌଣସି ବିଦେଶୀ ନାଗରିକ ଏଥିରେ ସମ୍ପୃକ୍ତ କି ନାହିଁ । ଏହି ଘଟଣା ପାଇଁ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଛି ।

କହିରଖୁଛୁ ଯେ ଚାଇନିଜ୍ ମେଟ୍ରୋ ଦୁନିଆର ସବୁଠୁ ବ୍ୟସ୍ତବହୁଳ ମେଟ୍ରୋ ରେଳ ମଧ୍ୟରେ ଅଛି । ଚାଇନାର ୨୭ ଲାଇନରେ ୧୩ ମିଲିୟନରୁ ଅଧିକ ଯାତ୍ରୀ ଯାତ୍ରା କରନ୍ତି । ମେଟ୍ରୋ ଟ୍ରେନ୍ ପ୍ରତ୍ୟେକ ମିନିଟର ବ୍ୟବଧାନରେ ଏଠାରେ ଚାଲିଥାଏ ।

ଷ୍ଟେସନଠାରୁ ୨ କିଲୋମିଟର ଦୂରରେ ଘଟିଥିଲା ଏହି ଦୁର୍ଘଟଣା

ମିଡିଆ ରିପୋର୍ଟ ଅନୁଯାୟୀ, ମେଟ୍ରୋ ଟ୍ରେନ୍ ଶିର୍କି ଷ୍ଟେସନରୁ ଲାଇଫ ସାଇନ୍ସ ପାର୍କ ଷ୍ଟେସନ ଆଡକୁ ଯାଉଥିଲା । ଏହି ସମୟରେ ହଠାତ୍ ସନ୍ତୁଳନ ଖରାପ ହେବା ଯୋଗୁଁ ଦୁଇଟି ମେଟ୍ରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଷ୍ଟେସନଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ବନ୍ଦ ହୋଇଥିବା ଚାଙ୍ଗପିଂ ଲାଇନ ଓ ଲାଇନ ୧୩ ମଧ୍ୟରେ ଏକ ଇଣ୍ଟରଚେଞ୍ଜ ରହିଛି । 

ଚାଙ୍ଗପିଂ ଲାଇନର ମରାମତି କରାଯାଉଛି, କିନ୍ତୁ ଏହି ଲାଇନରୁ ଟ୍ରେନର ଗତି କେବେ ଆରମ୍ଭ ହେବ ସେ ବିଷୟରେ ଏପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ । ଯାତ୍ରୀମାନେ କହିଛନ୍ତି ଯେ ହଠାତ୍ ଝଟକା ଲାଗିଥିଲା ଓ ଟ୍ରେନ୍ ଭିତରେ ଅନ୍ଧକାର ହୋଇଯାଇଥିଲା । ଏହି ସମୟରେ ଟ୍ରେନଟି ଭାଙ୍ଗି ଯାଇଥିବା ଘୋଷଣା କରାଯାଇଥିଲା । ଯାତ୍ରୀମାନଙ୍କୁ ଟ୍ରେନ ଛାଡିବାକୁ ଅନୁରୋଧ କରାଯାଇଛି । ଦୁର୍ଘଟଣାର ଖବର ପାଇବା ମାତ୍ରେ ଆମ୍ବୁଲାନ୍ସ ଏବଂ ସଟଲ୍ ବସ୍ ଷ୍ଟେସନରେ ପହଞ୍ଚିଥିଲା । ଆହତ ଯାତ୍ରୀମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।

Read More
{}{}