Hindi News >>Home >>Odisha National-International

Gorakhpur Accident: ଅଶୁଭ ଶୁକ୍ରବାର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ମୃତ, ଚୁରମାର ଗାଡ଼ି

ସ୍ଥାନୀୟ ଏକ ଗଣମାଧ୍ୟମ ଅନୁଯାୟୀ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସକୁ ପଠାଉଥିବା ସମୟରେ ଦୃତ ଗତିରେ ଆସୁଥିବା ଏକ ଟ୍ରକ ବସକୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇଁ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ। ତେବେ ଚିକିତ୍ସା ସମୟରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। 

Advertisement
Gorakhpur Accident: ଅଶୁଭ ଶୁକ୍ରବାର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ମୃତ, ଚୁରମାର ଗାଡ଼ି
Stop
Zee Odisha Desk|Updated: Nov 10, 2023, 09:56 AM IST

Gorakhpur Accident: ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁରରୁ ଦୁର୍ଘଟଣା ଜନିତ ଏକ ବଡ ଖବର ସାମ୍ନାକୁ ଆସୁଛି। ଗୋରଖପୁରରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଗୋରଖପୁର-କୁଶିନଗର ରାଜପଥରେ ଅଟକି ରହିଥିବା ଏକ ବସକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ପାଇବା ପରେ ପୋଲିସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ୨୬ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ଗୋରଖପୁରଠାରେ ଗୋରଖପୁର-କୁଶୀନଗର ରାଜପଥରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି କି ଗୋରଖପୁରର ଏକ ସରକାରୀ ବସ ୩୦ରୁ ଅଧିକ ଲୋକଙ୍କୁ ନେଇ କୁଶୀନଗର ଅଭିମୁଖେ ଯାତ୍ରା କରୁଥିଲା। ତେବେ ଏହି ସମୟରେ ରାଜପଥରେ ବସର ଟାୟାର ପମ୍ପଚର ହୋଇଯାଇଥିଲା। ଏହା ପରେ ବସର ଚାଳକ ବସକୁ ରାସ୍ତା କଡ଼ରେ ଛିଡ଼ା କରି ଅନ୍ୟ ଏକ ବସକୁ ଯାତ୍ରୀମାନଙ୍କୁ ପଠାଉଥିଲେ। 

Read More
{}{}