Hindi News >>Home >>Odisha National-International

ଜାତୀୟ ସଙ୍ଗୀତକୁ ଅବମାନନା କରିଥିବାରୁ ସାମ୍ବାଦିକାଙ୍କୁ ତିନି ମାସ ଜେଲ୍

Hong Kong journalist: ଜାତୀୟ ସଙ୍ଗୀତକୁ ଅବମାନନା କରିଥିବାରୁ ସାମ୍ବାଦିକାଙ୍କୁ ତିନି ମାସ ଜେଲ୍।  ଗତବର୍ଷ ଜୁଲାଇ ୨୬ ତାରିଖରେ ଅଲମ୍ପିକ ପୁରସ୍କାର ବିତରଣ ସମାରୋହ ଚାଲିଥିଲା। ଏହି ସମୟରେ ହଂକଂର ଏପିଏମ୍ ସପିଂ ସେଣ୍ଟରରେ ଚୀନର ଜାତୀୟ ସଂଗୀତ ବାଜୁଥିଲା।

Advertisement
ଜାତୀୟ ସଙ୍ଗୀତକୁ ଅବମାନନା କରିଥିବାରୁ ସାମ୍ବାଦିକାଙ୍କୁ ତିନି ମାସ ଜେଲ୍
Stop
Zee Odisha Desk|Updated: Nov 11, 2022, 06:54 PM IST

National Anthem Insult, ସଙ୍ଘାଇ: ଜାତୀୟ ସଙ୍ଗୀତକୁ ଅବମାନନା ଜଣେ ସାମ୍ବାଦିକଙ୍କୁ ମହଙ୍ଗା ପଡିଛି। ବର୍ଷେ ପରେ ହଂକଂର ଅଭିଯୁକ୍ତ ସାମ୍ବାଦିକଙ୍କୁ ଚୀନର ଏକ କୋର୍ଟ ତିନି ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଗତବର୍ଷ ଏକ ସପିଂ ମଲରେ ଅଲିମ୍ପିକ ପୁରସ୍କାର ବିତରଣ ସମାରୋହର ଲାଇଭ୍ ଷ୍ଟ୍ରିମିଂ ହୋଇଥିଲା। ଏହି ସମୟରେ ସାମ୍ବାଦିକ ଜଣକ ବ୍ରିଟିଶ-ହଂକଂ ପତାକା ଉତ୍ତୋଳନ କରି କରିଥିଲେ।

ଗତବର୍ଷ ଜୁଲାଇ ୨୬ ତାରିଖରେ ଅଲମ୍ପିକ ପୁରସ୍କାର ବିତରଣ ସମାରୋହ ଚାଲିଥିଲା। ଏହି ସମୟରେ ହଂକଂର ଏପିଏମ୍ ସପିଂ ସେଣ୍ଟରରେ ଚୀନର ଜାତୀୟ ସଂଗୀତ ବାଜୁଥିଲା। କିନ୍ତୁ ଏହି ସମୟରେ ୪୨ ବର୍ଷିୟ ହଂକଂ ସାମ୍ବାଦିକ ଲେଙ୍ଗ ୟାନ-ଲିଙ୍ଗ, ଔପନିବେଶିକ ଯୁଗର ହଂକଂ ପତାକା ଉତ୍ତୋଳନ କରିଥିବା ଅଭିଯୋଗ ହୋଇଥିଲା। ଔପନିବେଶିକ ଯୁଗର ପତାକା ଉତ୍ତୋଳନ କରି ଚୀନର ଜାତୀୟ ସଂଗୀତକୁ ଅପମାନିତ କରିଥିବା ଅଭିଯୋଗ ହୋଇଥିଲା। ୧୯୯୭ ମସିହା ପରଠାରୁ ହଂକଂରେ ସେହି ପତାକା ବ୍ୟବହୃତ ହୋଇନଥିଲା।

Also Read: JOB Crisis: ଟ୍ୱିଟର, ଫେସବୁକ ପରେ ବଡ଼ ଧରଣର ଛଟେଇ ଆରମ୍ଭ କଲା ଏହି କମ୍ପାନୀ

ଲେଙ୍ଗ ଏହି ଅଭିଯୋଗରେ ଗୁରୁବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।   କ୍ୱୁନ୍ ଟୋଙ୍ଗ ମାଜିଷ୍ଟ୍ରେଟଙ୍କ କୋର୍ଟ ଜାତୀୟ ସଂଗୀତ ଅଧିନିୟମ ଅନୁଯାୟୀ ତାଙ୍କୁ ପ୍ରଥମ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସମାଲୋଚକମାନେ ଆଶଙ୍କା କରୁଛନ୍ତି ଯେ, ଜୁନ ୨୦୨୦ରେ ଲାଗୁ ହୋଇଥିବା ଏହି ଆଇନକୁ ଚୀନ୍ ସରକାର ଅପବ୍ୟବହାର କରିପାରନ୍ତି। କାରଣ ଏହି ନିୟମ ଅନୁଯାୟୀ, ଜାତୀୟ ସଂଗୀତର ଅପବ୍ୟବହାର କିମ୍ବା ଅପମାନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇପାରେ।

କାର୍ଯ୍ୟନିର୍ବାହୀ ମୁଖ୍ୟ ମାଜିଷ୍ଟ୍ରେଟ୍ ଆମି ଖାନ୍ ୱାଇ-ମୁନ୍ କହିଛନ୍ତି ଯେ, ଜାତୀୟ ସଂଗୀତ ଏବଂ SAR ପତାକାକୁ ଅପମାନିତ କରିବା ପାଇଁ ସାମ୍ବାଦିକ ଲେଙ୍ଗ ପୂର୍ବରୁ ଯୋଜନା କରିଥିବାର ପ୍ରମାଣ ମିଳିଛି। କାରଣ ସେ ବ୍ରିଟିଶ ହଂକଂ ପତାକା ଧରି ମଲରେ ବୁଲୁଥିଲେ। ମାଜିଷ୍ଟ୍ରେଟ୍ ଆହୁରି ମଧ୍ୟ କହିଛନ୍ତି ଯେ, ଲେଙ୍ଗ ଉଦ୍ଦେଶ୍ୟମୂଳକ ଭାବରେ ଭିନ୍ନ ରାଜନୈ ତିକ ଆଭିମୁଖ୍ୟ ଥିବା ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିଥିଲେ, ଯାହା ହିଂସାତ୍ମକ ରୂପ ନେଇପାରିଥାନ୍ତା।

Also Read: Rajiv Gandhi: ରାଜୀବଙ୍କ ହତ୍ୟାକାରୀଙ୍କୁ ମିଳିବ ମୁକ୍ତି, ସୁପ୍ରିମକୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

ପ୍ରଥମେ କୋର୍ଟ ସାମ୍ବାଦିକା ଲେଙ୍ଗଙ୍କୁ ସାଢେ ଚାରି ମାସ ଜେଲ ଦଣ୍ଡାଦେଶ ଦେଇଥିଲେ କିନ୍ତୁ ପରେ ଏହାକୁ ତିନି ମାସକୁ ହ୍ରାସ କରାଯାଇଛି। ତେବେ ଲେଙ୍ଗଙ୍କ ଗିରଫ ପ୍ରଥମ ଘଟଣା ନୁହେଁ।  ସେପ୍ଟେମ୍ବରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଔନିବେଶିକ ଯୁଗର ନିୟମ ଅନୁଯାୟୀ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପାଇଁ  ହରମୋନିକା ବଜାଇବା ପରେ ଦେଶଦ୍ରୋହ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

 

Also Read: Air Pollution: ଗୁରୁତର ହେଉଛି ବାୟୁ ପ୍ରଦୂଷଣ, ହ୍ରାସ ପାଉଛି ୧୫ ଲକ୍ଷ ଲୋକଙ୍କ ଜୀବନ

Also Read: Mumbai: ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଜାରି ହେଲା ଆଲର୍ଟ

 

 

 

Read More
{}{}