Hindi News >>Home >>Odisha National-International

Indian Citizenship: ନାଗରିକତା ପ୍ରଦାନ କରିବାକୁ ନେଇ ଆସିଲା ବଡ଼ ଖବର, ୩୧ ଜିଲ୍ଲାକୁ ଏହି ନିର୍ଦ୍ଦେଶ ଦେଇଥିଲା ଗୃହ ମନ୍ତ୍ରଣାଳୟ

Indian Citizenship: ଗତ ବର୍ଷ ଅପ୍ରେଲ ୧ ତାରିଖରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଗୃହ ମନ୍ତ୍ରଣାଳୟ ସମେତ ସମସ୍ତ ପ୍ରଶାସନ ଦ୍ୱାରା ମୋଟ ୧୪୧୪ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହା ମଧ୍ୟରୁ ୧୧୨୦ ପ୍ରମାଣପତ୍ର ନାଗରିକତ୍ୱ ଅଧିନିୟମ ୧୯୫୫ (୫) ଅନୁଯାୟୀ ଦିଆଯାଇଛି। ଅନ୍ୟପଟେ ୨୯୪ ପ୍ରମାଣପତ୍ର ନାଗରିକତ୍ୱ ଅଧିନିୟମ ୧୯୫୫ (୬) ଅନୁଯାୟୀ ପ୍ରଦାନ କରାଯାଇଛି। 

Advertisement
Indian Citizenship: ନାଗରିକତା ପ୍ରଦାନ କରିବାକୁ ନେଇ ଆସିଲା ବଡ଼ ଖବର, ୩୧ ଜିଲ୍ଲାକୁ ଏହି ନିର୍ଦ୍ଦେଶ ଦେଇଥିଲା ଗୃହ ମନ୍ତ୍ରଣାଳୟ
Stop
Subhramjit Ray|Updated: Nov 09, 2022, 05:45 PM IST

Indian Citizenship Act: ଭାରତୀୟ ନାଗରିକତା ପ୍ରଦାନ କରିବା ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇଛି ଗୃହ ମନ୍ତ୍ରଣାଳୟ। ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ଥାନ ଭଳି ପଡୋଶୀ ଦେଶରୁ ଆସିଥିବା ଅଣ ମୁସଲମାନ ଯେଉଁମାନେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଧର୍ମର ସେମାନଙ୍କୁ ନାଗରିକତ୍ୱ ଅଧିନିୟମ ୧୯୫୫ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୯ ରାଜ୍ୟର ଗୃହ ସଚିବ ଏବଂ ୩୧ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୨୧ ଅପ୍ରେଲ ୧ ତାରିଖରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ୧୪୧୪ ଜଣ ବିଦେଶୀଙ୍କୁ ନାଗରିକତ୍ୱ ଅଧିନିୟମ ୧୯୫୫ ଅନୁଯାୟୀ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି। 

ବିବାଦୀୟ ନାଗରିକତା ସଂଶୋଧନ ଅଧିନିୟମ (Citizenship Amendment Act) ସିଏଏ ୨୦୧୯ (CAA 2019) ବଦଳରେ ୧୯୫୫ ନାଗରିକତ୍ୱ ଅଧିନିୟମ (Indian Citizenship Act 1955) ଅନୁଯାୟ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ, ଖ୍ରୀଷ୍ଟିଆନ ଆଦି ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତା ପ୍ରଦାନ କରିବାର ଭିନ୍ନ ଅର୍ଥ ରହିଛି। ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନରୁ ଆସୁଥିବା ଅଣ ମୁସଲମାନଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ ୨୦୧୯ ନାଗରିକତା ସଂଶୋଧନ ଅଧିନିୟମରେ ବ୍ୟବସ୍ଥା ରହିଛି। ହେଲେ ସିଏଏ ଅଧୀନରେ ନାଗରିକତା ପ୍ରଦାନ ପାଇଁ ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିୟମ ପ୍ରସ୍ତୁତ କରିନାହାଁନ୍ତି। ଏହି କାରଣରୁ ସିଏଏ ଅଧିନରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିଦେଶୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇ ନାହିଁ।

Also Read: Gujarat Politics: ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଗୋଟି ଚଳାଇଲେ ମୋଦି ସରକାର, ନେଲେ ଏହି ବଡ଼ ନିଷ୍ପତ୍ତି

ଗୃହ ମନ୍ତ୍ରଣାଳୟ ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୧-୨୨ ବର୍ଷରେ ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ଥାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାର ଦାୟିତ୍ୱ ଦେଶର ୨ ରାଜ୍ୟର ଗୃହ ସଚିବ ଏବଂ ୧୩ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି। ଏହା ସହିତ ୨୯ ଜିଲ୍ଲାପାଳ ଏବଂ ୯ ରାଜ୍ୟର ଗୃହ ସଚିବଙ୍କୁ ଉପରୋକ୍ତ ବର୍ଗର ପ୍ରବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାକୁ କୁହାଯାଇଛି। ଗତ ମାସରେ ଗୁଜୁରାଟର ଆଣନ୍ଦ ଏବଂ ମେହସଣା ଜିଲ୍ଲାପାଳଙ୍କୁ ଏହି ଅଧିକାର ଦିଆଯାଇଛି।

ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନରୁ ଆସୁଥିବା ଅଣ ମୁସଲମାନ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କୁ ଭାରତୀୟ ନାଗରିକତା ଅଧିନିୟମ ୧୯୫୫ ଅନୁସାରେ ଦେଶର ୯ ରାଜ୍ୟରେ ପଞ୍ଜୀକରଣ କିମ୍ବା ଦେଶୀକରଣ ଦ୍ୱାରା ନାଗରିକତ୍ୱ ପ୍ରଦାନ କରାଯାଇ ପାରିବ। ସେହି ରାଜ୍ୟ ହେଉଛନ୍ତି ଗୁଜୁରାଟ, ରାଜସ୍ଥାନ, ଛତିଶଗଡ, ହରିୟାଣା, ପଞ୍ଜାବ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ମହାରାଷ୍ଟ୍ର। ଆସାମ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ଏହି ତାଲିକାରୁ ବାଦ ଦେଇଛି ଗୃହ ମନ୍ତ୍ରଣାଳୟ। କାରଣ ଏହି ରାଜ୍ୟ ଦ୍ୱୟରେ ବିଦେଶୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ପ୍ରସଙ୍ଗ ରାଜନୈତିକ ଦୃଷ୍ଟିକୋଣରୁ ବେଶ ସମ୍ବେଦନଶୀଳ। ଏହି ରାଜ୍ୟର କୌଣସି ଜିଲ୍ଲାପାଳଙ୍କୁ ନାଗରିକତ୍ୱ ପ୍ରଦାନ କରିବା ପ୍ରସଙ୍ଗରେ କୌଣସି କ୍ଷମତା ଦିଆ ଯାଇନାହିଁ।

Also Read: Assembly Elcction 2022: ନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ଗୋଟି ଚଳାଇଲେ ମୋଦି ସରକାର, ଜାଣନ୍ତୁ କ'ଣ?

ଗତ ବର୍ଷ ଅପ୍ରେଲ ୧ ତାରିଖରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଗୃହ ମନ୍ତ୍ରଣାଳୟ ସମେତ ସମସ୍ତ ପ୍ରଶାସନ ଦ୍ୱାରା ମୋଟ ୧୪୧୪ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହା ମଧ୍ୟରୁ ୧୧୨୦ ପ୍ରମାଣପତ୍ର ନାଗରିକତ୍ୱ ଅଧିନିୟମ ୧୯୫୫ (୫) ଅନୁଯାୟୀ ଦିଆଯାଇଛି। ଅନ୍ୟପଟେ ୨୯୪ ପ୍ରମାଣପତ୍ର ନାଗରିକତ୍ୱ ଅଧିନିୟମ ୧୯୫୫ (୬) ଅନୁଯାୟୀ ପ୍ରଦାନ କରାଯାଇଛି। 

 

 

Read More
{}{}