Hindi News >>Home >>Odisha National-International

Hindu Marriage: ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି, ଅସମ୍ପୂର୍ଣ୍ଣ ରହିବ ହିନ୍ଦୁ ବିବାହ, ଯଦି...


Hindu Marriage: ବିବାହ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ବିନା ମନ୍ତ୍ର, ବେଦୀ ଓ ହୋମରେ ତଥା ପାରମ୍ପରିକ ପ୍ରଥା ଅନୁସାରେ ବିବାହ ହୋଇ ନ ଥିଲେ ତାହା ବୈଧ ହେବ ନାହିଁ। ପଢନ୍ତୁ ପୂରା ଖବର...  

Advertisement
Hindu Marriage: ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି, ଅସମ୍ପୂର୍ଣ୍ଣ ରହିବ ହିନ୍ଦୁ ବିବାହ, ଯଦି...
Stop
Zee Odisha Desk|Updated: May 02, 2024, 09:07 AM IST

Hindu Marriage: ବିବାହ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ବିନା ମନ୍ତ୍ର, ବେଦୀ ଓ ହୋମରେ ତଥା ପାରମ୍ପରିକ ପ୍ରଥା ଅନୁସାରେ ବିବାହ ହୋଇ ନ ଥିଲେ ତାହା ବୈଧ ହେବ ନାହିଁ। ଏପରିକି କୋର୍ଟ ପଞ୍ଜିକରଣ ହୋଇଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱ ପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି।  ଏକ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହିନ୍ଦୁ ବିବାହ ଆଇନ ୧୯୫୫ ଅନୁଯାୟୀ ହିନ୍ଦୁ ବିବାହର ଆଇନଗତ ଆବଶ୍ୟକତା ଏବଂ ପବିତ୍ରତା ସ୍ପଷ୍ଟ କରିଛନ୍ତି।

ALSO READ: Odisha Election 2024: ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ଅଦାଲତ ଗୁରୁତ୍ୱାରୋପ କରିଛନ୍ତି ଯେ, ଏକ ହିନ୍ଦୁ ବିବାହ ବୈଧ ହେବା ପାଇଁ ଏହା ଉପଯୁକ୍ତ ରୀତିନୀତି ଏବଂ ସାତଫେରା (ପବିତ୍ର ଅଗ୍ନିକୁ ସାଖି ରଖି ସାତ୍ ଫେରା ନେବା ଜରୁରୀ) ଏବଂ ବିବାହ ସମୟରେ ଏହି ସମାରୋହ ମଧ୍ୟ ଆବଶ୍ୟକ ଭାବେ ପାଳନ ହେବା ଉଚିତ୍। ଜଷ୍ଟିସ୍ ବି.ଏନ୍ ନାଗରାଥନା (B. V. Nagarathna,Judge) ତାଙ୍କ ବିଚାରରେ କହିଛନ୍ତି ଯେ, ହିନ୍ଦୁ ବିବାହ ଏକ ପବିତ୍ର।  ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହାଦ୍ୱାରା ଯେଉଁ ପବିତ୍ର ପରମ୍ପରାକୁ କିଛି ବ୍ୟକ୍ତି ନାଚଗୀତ, ଖାଇବା ପିଇବା ବା ଆଡ଼ମ୍ବର ବୋଲି ଗ୍ରହଣ କରୁଥିଲେ ସେ ମନୋଭାବରେ ପରିବର୍ତ୍ତନ ହେବ। ବିବାହ ଏକ ବାଣିଜ୍ୟିକ କାରବାର ନୁହେଁ, ଏହା ଭାରତୀୟ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା। ବିବାହ ଏପରି ଏକ ଉତ୍ସବ ଯାହା ପୁରୁଷ ଏବଂ ମହିଳା ମଧ୍ୟରେ ଏକ ପବିତ୍ର ସ୍ବାମୀ-ସ୍ତ୍ରୀର ସମ୍ପର୍କ ତିଆରି କରିଥାଏ। 

 

Read More
{}{}