Hindi News >>Home >>Odisha National-International

Himachal Pradesh Bus Accident: ଖାଇରେ ଖସି ପଡ଼ିଲା ବସ, ୨୦ ମୃତ

Himachal Pradesh Bus Accident: ସାଇନଜ ଯାଉଥିବା ବେଳେ ଗୋଟିଏ ବସ ସକାଳ ସାଢେ ଆଠଟା ସମୟରେ ଜଙ୍ଗଲା ଗ୍ରାମ ନିକଟସ୍ଥ ଏକ ଖାଇରେ ଖସି ପଡିଥିଲା।

Advertisement
Himachal Pradesh Bus Accident: ଖାଇରେ ଖସି ପଡ଼ିଲା ବସ, ୨୦ ମୃତ
Stop
Subhramjit Ray|Updated: Jul 04, 2022, 03:41 PM IST

Himachal Pradesh Bus Accident: ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ସ୍କୁଲ ପିଲାଙ୍କ ସମେତ ୨୦ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ହିମାଚଳ ପ୍ରଦେଶ କୁଲୁ ଜିଲ୍ଲାର ସାଇନଜ ଉପତ୍ୟକାରେ ଏକ ବସ୍ ଖସି ପଡିଥିଲା। ​​ଯେଉଁଥିରେ ସ୍କୁଲ ପିଲା ରହିଥିଲେ। ବସ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଆହୁରି ଅନେକ ଲୋକ ରହିଛନ୍ତି। ସେମାନେ ଜୀବିତ ନା ମୃତ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି଼ନାହିଁ। 

ଜିଲ୍ଲାରେ ହୋଇଥିବା ବସ ଦୁର୍ଘଟଣାରେ ପ୍ରତିକ୍ରିୟା ରଖି କୁଲୁ ଉପାୟୁକ୍ତ ଆଶୁତୋଷ ଗର୍ଗ କହିଛନ୍ତି ଯେ ସାଇନଜ ଯାଉଥିବା ବେଳେ ଗୋଟିଏ ବସ ସକାଳ ସାଢେ ଆଠଟା ସମୟରେ ଜଙ୍ଗଲା ଗ୍ରାମ ନିକଟସ୍ଥ ଏକ ଖାଇରେ ଖସି ପଡିଥିଲା। କୁଲୁ ଜିଲ୍ଲା ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ପ୍ରଶାସନ ଦୁର୍ଘଟଣା ପୀଡି଼ତ ଲୋକଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେଉଛି।

ଅନ୍ୟପଟେ କୁଲୁ ଜିଲ୍ଲା ଆୟୁକ୍ତଙ୍କ କହିବା କଥା  ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଯେଉଁ ରାସ୍ତାରେ ଏହି ବସ ଦୁର୍ଘଟଣା ହୋଇଥିଲା ସେହି ରାସ୍ତାରେ ଅଳିଆ ଆବର୍ଜନା ପଡି ରହିଥିଲା। ଯେତେବେଳେ ବସ ଡ୍ରାଇଭର ଗାଡିକୁ ଯାଉଥିବା ରାସ୍ତାରୁ ହଟାଇବାକୁ ଚେଷ୍ଟା କରୁଥିଲା ସେତେବେଳେ ବସ୍ ରାସ୍ତାରୁ ଖସି ପଡିଥିଲା। ଦୁର୍ଘଟଣା ପରେ ବସ ଭାଙ୍ଗିରୁଜି ଟୁକୁଡା ଟୁକୁଡ଼ା ହୋଇଯାଇଛି। 

ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ ପୀଡିତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨  ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ହିମାଚଳ ପ୍ରଦେଶର କୁଲୁରେ ବସ ଦୁର୍ଘଟଣା ହୃଦୟ ବିଦାରକ। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ମୁଁ ମୋର ସମବେଦନା। ମୁଁ ଆଶା କରୁଛି ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଯଥାଶୀଘ୍ର ସୁସ୍ଥ ହୋଇଯିବେ। 

Also Read: Himachal Pradesh: ଫସିଗଲା Rope Way, ଆକାଶରେ ଅଟକି ରହିଛି ୧୧ ଜୀବନ

Also Read: Uttarakhand Road Accident: ଖାଇକୁ ଖସି ପଡିଲା ବସ୍; ୨୨ ମୃତ

 

 

 

Read More
{}{}