Hindi News >>Home >>Odisha National-International

Bangladesh Protest: ବାଂଲାଦେଶରେ ଜାରି ରହିଛି ହିଂସା, ଭାରତୀୟଙ୍କ ପାଇଁ ହେଲପ ଲାଇନ ନମ୍ବର ଜାରି କଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ହିଂସାତ୍ମକ ବିରୋଧ ଜାରି ରହିଛି। ଏହାରି ମଧ୍ୟରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଂଲାଦେଶରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ସରକାରୀ ସୂତ୍ର ଅନୁଯାୟୀ, ପ୍ରଥମ ବ୍ୟାଚରେ ମୋଟ ୭୭୮ ଭାରତୀୟ ନାଗରିକ ଫେରି ଆସିଛନ୍ତି

Advertisement
Bangladesh Protest: ବାଂଲାଦେଶରେ ଜାରି ରହିଛି ହିଂସା, ଭାରତୀୟଙ୍କ ପାଇଁ ହେଲପ ଲାଇନ ନମ୍ବର ଜାରି କଲା ବୈଦେଶିକ ମନ୍ତ୍ରଣାଳୟ
Stop
Prabhudatta Moharana|Updated: Jul 20, 2024, 03:58 PM IST

Bangladesh Protest: ନୂଆଦିଲ୍ଲୀ: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ହିଂସାତ୍ମକ ବିରୋଧ ଜାରି ରହିଛି। ଏହାରି ମଧ୍ୟରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାଂଲାଦେଶରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ସରକାରୀ ସୂତ୍ର ଅନୁଯାୟୀ, ପ୍ରଥମ ବ୍ୟାଚରେ ମୋଟ ୭୭୮ ଭାରତୀୟ ନାଗରିକ ଫେରି ଆସିଛନ୍ତି। ସେଥିମଧ୍ୟରୁ ୧୨୫ ଜଣ ଭାରତୀୟ ଛାତ୍ର ଏବଂ ୧୩ ଜଣ ନେପାଳୀ ଛାତ୍ର ଥିଲେ। ତେବେ ଏମାନଙ୍କ ମଧ୍ୟରୁ ୨୦୦ ଜଣ ଦୈନନ୍ଦିନ ବିମାନରେ ଫେରିଛନ୍ତି। ସରକାର କହିଛନ୍ତି ଯେ ଢାକାରେ ଥିବା ଭାରତୀୟ ହାଇ କମିଶନ ଏବଂ ବାଂଲାଦେଶରେ ଥିବା ଭାରତୀୟ ଆସିଷ୍ଟାଣ୍ଟ ହାଇ କମିଶନ ଭାରତୀୟ ନାଗରିକଙ୍କ ସହାୟତା ପାଇଁ ଗାଇଡଲାଇନ ଜାରି କରିଛନ୍ତି। 

ବାଂଲାଦେଶରେ ରହିଛନ୍ତି ୧୫ ହଜାରରୁ ଅଧିକ ଭାରତୀୟ
ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ ୮ ହଜାର ଛାତ୍ରଛାତ୍ରୀଙ୍କ ସହିତ ପ୍ରାୟ ୧୫ ହଜାରରୁ ଅଧିକ ଭାରତୀୟ ବାଂଲାଦେଶରେ ରହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି କି ବାଂଲାଦେଶରେ ଭାରତୀୟମାନେ ସୁରକ୍ଷିତ ରହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି କି ଆମେ ବାଂଲାଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ସହିତ ସମ୍ପର୍କରେ ରହିଛୁ। ସେମାନଙ୍କର ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ। ଆମ ସହିତ ସେମାନେ ସିଧାସଳଖ ସମ୍ପର୍କ କରିପାରିବେ। ସେମାନଙ୍କ ପାଇଁ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରିଛୁ ବୋଲି ସେ କହିଛନ୍ତି। ଜୟସ୍ୱାଲ ଆହୁରି ମଧ୍ୟ କହିଛନ୍ତି କି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ମାମଲାକୁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଗୁରୁତର ସହ ନେଇଛନ୍ତି। ଏପରିକି ଏହା ଉପରେ ମଧ୍ୟ ନଜର ରଖିଛନ୍ତି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। 

 

ହେଲପ ଲାଇନ ସମ୍ପର୍କରେ ସୂଚନା ଜୟସ୍ୱାଲ କହିଛନ୍ତି କି ଢାକା ସ୍ଥିତ ହାଇକମିଶନଙ୍କ ସହିତ ଯୋଗାଯୋଗ ପାଇଁ +୮୮୦-୧୯୩୭୪୦୦୫୯୧ ନମ୍ବର ଜାରି କରାଯାଇଛି। ସେହିପରି ଚିଟାଗଙ୍ଗଠାରେ ଥିବା ଭାରତୀୟ ଆସିଷ୍ଟାଣ୍ଟ ହାଇକମିଶନରଙ୍କ କାର୍ଯ୍ୟାଳୟ ପାଇଁ +୮୮୦-୧୮୧୪୬୫୪୭୯୭/+୦୮୮-୧୮୧୪୬୫୪୭୯୯, ରାଜସାହସ୍ଥିତ ଆସିଷ୍ଟାଣ୍ଟ ହାଇ କମିଶନରଙ୍କ କାର୍ଯ୍ୟାଳୟ ପାଇଁ +୮୮୦-୧୭୮୮୧୪୮୬୯୬, ସିଲହେଟସ୍ଥିତ ଆସିଷ୍ଟାଣ୍ଟ କମିଶନର କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ +୮୮୦-୧୩୧୩୦୭୬୪୧୧ୟ+୮୮୦-୧୩୧୩୦୭୬୪୧୭, ଖୁଲଣାସ୍ଥିତ ଆସିଷ୍ଟାଣ୍ଟ ହାଇ କମିଶନର କାର୍ଯ୍ୟାଳୟ ପାଇଁ +୮୮୦-୧୮୧୨୮୧୭୭୯୯ରେ ଯୋଗାଯୋଗ କରିବାକୁ ନମ୍ବର ଜାରି କରାଯାଇଛି। 

ସୂଚନାଯୋଗ୍ୟ ବାଂଲାଦେଶରେ ସଂରକ୍ଷଣକୁ ନେଇ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ୧୯୭୨ ମସିହାରେ ବାଂଲାଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତିରେ ୩୦ ପ୍ରତିଶତ ସଂରକ୍ଷଣ ଦେବାକୁ ଏକ ସ୍ଥାନୀୟ ହାଇକୋର୍ଟ ରାୟ ଦେଇଥିଲେ । ଏହାକୁ ବିଭିନ୍ନ ଛାତ୍ର ସଂଗଠନ ବିରୋଧ କରିଥିଲେ। ପରେ ଏହା ହିଂସାତ୍ମକ ରୂପ ନେଇଥିଲା। ଢାକା ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟରେ ବ୍ୟାପକ ଆନ୍ଦୋଳନ ଦେଖାଦେଇଛି। ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷରେ ଏପର୍ଯ୍ୟନ୍ତ ପ୍ରାୟ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଢେଇ ହଜାରରୁ ଅଧିକ ଆହତ ମଧ୍ୟ ହେଇଛନ୍ତି। ବ୍ୟାପକ ଫୋର୍ସ ମୁତୟନ ହେବା ସହ ଇଣ୍ଟରନେଟ ସେବାକୁ କିଛି ସ୍ଥାନରେ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।

Read More
{}{}