Hindi News >>Home >>Odisha National-International

Uttarakhand: ଆକାଶରୁ ଆସିବ ସଞ୍ଜବନୀ, ହାତ ପାହାନ୍ତରେ ହେବ ଉପଲବ୍ଧ

Helicopter Ambulance Service: ଏମ୍ସ ଋଷିକେଶ ପକ୍ଷରୁ ମିଳିବାକୁ ଥିବା ସଞ୍ଜବନୀ ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ଯାହାକୁ ପ୍ରତ୍ୟେକ ସମୟରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଛି। 

Advertisement
 Uttarakhand: ଆକାଶରୁ ଆସିବ ସଞ୍ଜବନୀ, ହାତ ପାହାନ୍ତରେ ହେବ ଉପଲବ୍ଧ
Stop
Subhramjit Ray|Updated: Oct 11, 2022, 09:29 PM IST

Air Ambulance Service: ଏଣିକି ଦେଶର କୋଣ ଅନୁକୋଣରେ ପହଞ୍ଚିବ ସଞ୍ଜବନୀ।  ଅସୁବିଧା ସମୟରେ ଜୀବନ ବଞ୍ଚାଇଥିବା ସଞ୍ଜବନୀର ବର୍ଣ୍ଣନା ପୌରାଣିକ ଗ୍ରନ୍ଥରେ ରାମାୟଣରେ କରାଯାଇଛି। ହେଲେ ଆମେ ଯେଉଁ ସଞ୍ଜିବନୀ କଥା କହୁଛୁ ତାହା କୌଣସି ଜଡିବୁଟି ନୁହେଁ। ବରଂ ତାହା ହେଉଛି ଏକ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା। ଯାହା ମାଧ୍ୟମରେ ଦେଶର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଖରେ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚା ଯାଇପାରିବ।   

ଏମ୍ସ ଋଷିକେଶ ପକ୍ଷରୁ ମିଳିବାକୁ ଥିବା ସଞ୍ଜବନୀ ହେଉଛି ହେଲିକପ୍ଟର ଆମ୍ବୁଲାନ୍ସ। ଯାହାକୁ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି। ଏହି ସେବାକୁ ପ୍ରତ୍ୟେକ ଋତୁରେ ଏବଂ ସବୁ ସମୟରେ ଉପଲବ୍ଧ କରାଇବାକୁ ପ୍ରୟାସ କରାଯାଉଛି। ଏଥିପାଇଁ ଦେଶରେ ତିନୋଟି ଉତ୍ସର୍ଗୀକୃତ ହେଲିକପ୍ଟର କରିଡର ନିର୍ମାଣ କରାଯାଇଛି। ଏହି ସେବା ଆରମ୍ଭ କରିବାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିଲାଗି ହେଲି ସେବା ପୋର୍ଟାଲ ଆରମ୍ଭ କରାଯାଇଛି। ଚିକିତ୍ସା ସେବା ପାଇଁ ଲ୍ୟାଣ୍ଡିଂ ଏବଂ ପାର୍କିଂ ଦେୟ ମଧ୍ୟ ହଟାଯାଇଛି।
 
ନିକଟରେ ଦେଶରେ ସଞ୍ଜିବନୀ  ସେବା ଆରମ୍ଭ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ଯାହା ମାଧ୍ୟମରେ ପାହାଡ଼ିଆ ତଥା ଦୁର୍ଗମ ଅଞ୍ଚଳର ଅଭାବୀ ରୋଗୀଙ୍କୁ ଠିକ୍ ସମୟରେ ସ୍ୱାସ୍ଥ୍ୟଗତ ସହାୟତା ଯୋଗାଇ ବିଆ ଯାଇପାରିବ। ବର୍ତ୍ତମାନ ଦେଶର ୧୪ ବିମାନ ବନ୍ଦର  ରହିଛି। ଯାହାର ସଂଖ୍ୟା ଆସନ୍ତା ୫ ବର୍ଷରେ ୨ ଶହକୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି। 

ଏମ୍ସ ଋଷିକେଶ ଠାରେ ହେଲିକପ୍ଟର ଆମ୍ବୁଲାନ୍ସ ସେବା କେନ୍ଦ୍ର ନିର୍ମାଣ କରାଯିବ। ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ୬ ମାସ ପାଇଁ ଏହି ସେବା ଆରମ୍ଭ ହେବ। ପ୍ରଥମ କଲ୍ ଆସିବାର ୨୦ ମିନିଟ୍ ମଧ୍ୟରେ ହେଲିକପ୍ଟର ଆମ୍ବୁଲାନ୍ସ ରୋଗୀଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି। ହେଲିକପ୍ଟର ଯୋଗେ ରୋଗୀ ନେବାକୁ ଷ୍ଟ୍ରେଚର ଏବଂ ଡାକ୍ତର ରହିବେ।

ଏହାକୁ ଚଳାଉଥିବା ଜଣେ ପାଇଲଟ ଙ୍କ ପାଖରେ ଆବଶ୍ୟକୀୟ ଚିକିତ୍ସା ଉପକରଣ ରହିବ। ବିନା ଇନ୍ଧନ ଭରି ହେଲିକପ୍ଟର ୩୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାକୁ ସକ୍ଷମ ହେବ। ଯେଉଁ ସର୍ଭିସ ଅପରେଟର ଏହି ସର୍ତ୍ତ ପୂରଣ କରିପାରିବେ ତାଙ୍କୁ ସରକାରଙ୍କ ସହିତ ଏକ ଚୁକ୍ତି କରିବାକୁ ହେବ। ଏହି ସମଗ୍ର ସେବାର କେନ୍ଦ୍ର ଏମ୍ସ ଋଷିକେଶ ହେଲିପ୍ୟାଡ୍ ଠାରେ ରହିବ। ଯେହେତୁ ଏହାର ସଞ୍ଚାଳନ ପାହାଡ଼ିଆ ଅଞ୍ଚଳରେ କରାଯିବ, ତେଣୁ ଏହି କାର୍ଯ୍ୟ ପାଇଁ ତାଲିମ ପ୍ରାପ୍ତ ପାଇଲଟ୍ ଯୋଗାଇବେ ସର୍ଭିସ ଅପରେଟର। ବାୟୁ ସଞ୍ଚାଳନ dgca ନିୟମ ଦ୍ୱାରା ପରିଚାଳିତ ହେବ।

ଯଦିଓ ଏୟାର ଆମ୍ବୁଲାନ୍ସ ସେବା ଅପେକ୍ଷାକୃତ ମହଙ୍ଗା। ହେଲେ  ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିବାରେ ଏହା ପ୍ରଭାବଶାଳୀ ହୋଇପାରିବ। ସାଧାରଣ ଆମ୍ବୁଲାନ୍ସ ପରି, ଏଥିରେ ଅମ୍ଳଜାନ, ରକ୍ତ ପତଳା କରିବା ଔଷଧ, ଶ୍ୱାସକ୍ରିୟାରେ ଅସୁବିଧା ହେଲେ ବିଦ୍ରିଂ ସିଷ୍ଟମ ଉପଲବ୍ଧ ରହିଥାଏ। ଏଥିରେ ବିପି ଏବଂ ପଲ୍ସ ମନିଟର, ହୃଦସ୍ପନ୍ଦନ ମନିଟର ରହିଛି। ଅର୍ଥାତ୍ ଏହା ଏକ ଉଡନ୍ତା ହସ୍ପିଟାଲ୍ ୱାର୍ଡ ପରି କାମ କରେ।

ବର୍ତ୍ତମାନ ଅନେକ ଘରୋଇ ବିମାନ କମ୍ପାନୀ ଏୟାର ଆମ୍ବୁଲାନ୍ସ ସୁବିଧା ଯୋଗାଉଛନ୍ତି। ବିମାନ ଟିକେଟ୍ ଭଳି ହେଲିକପ୍ଟର ଆମ୍ବୁଲାନ୍ସ ବୁକ୍ କରା ଯାଇପାରିବ। ରୋଗୀର ଅବସ୍ଥାକୁ ଦୃଷ୍ଟିରେ ରଖି ଏୟାର ଆମ୍ବୁଲାନ୍ସ ବୁକ୍ କରାଯିବ। ଯଦି ଆପଣ ସରକାରୀ ବ୍ୟବସ୍ଥାରେ ଏୟାର ଆମ୍ବୁଲାନ୍ସ ବୁକ୍ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ସରକାରୀ ଡାକ୍ତରଖାନା ଏବଂ ଜିଲ୍ଲା ପ୍ରଶାସନ ସହିତ କଥା ହେବାକୁ ପଡିବ। ସେମାନଙ୍କ ସହିତ କଥାବାର୍ତ୍ତା କରିବା ପରେ, ସେହି ସମୟର ପରିସ୍ଥିତି ଉପରେ ନିର୍ଭର କରି ଆମ୍ବୁଲାନ୍ସ ସୁବିଧା ଉପଲବ୍ଧ ହୋଇପାରିବ। ପାହାଡ଼ିଆ କିମ୍ବା ଦୁର୍ଗମ ଅଞ୍ଚଳରେ କୌଣସି ବିପର୍ଯ୍ୟୟ ହେଲେ ସରକାରଙ୍କ ଦ୍ୱାରା ଏୟାର ଆମ୍ବୁଲାନ୍ସ ବୁକ୍ ହୋଇଥାଏ।

ଏୟାର ଆମ୍ବୁଲାନ୍ସ ବୁକିଂ ମୂଲ୍ୟ ସାଧାରଣତ ୫-୬ ଲକ୍ଷ କିମ୍ବା ଏହା ଠାରୁ ଅଧିକ ହୋଇପାରେ। ସରକାରୀ ବ୍ୟବସ୍ଥା ଅନୁସାରେ ଜରୁରୀକାଳୀନ ସମୟରେ ହେଲିକପ୍ଟର ଆମ୍ବୁଲାନ୍ସ ବିନା ମୂଲ୍ୟରେ ଉପଲବ୍ଧ ହୋଇପାରିବ। ହେଲେ ଏହା କେତେ ଦୂର ଉପଲବ୍ଧ ତାହାର କୌଣସି ସମୟ ନାହିଁ।  

 

Read More
{}{}