Hindi News >>Home >>Odisha National-International

Heatwave Alert: ଚିନ୍ତା ବଢାଇଲାଣି ତାତି, ହିଟ୍ ୱେଭ ପାଇଁ ବନ୍ଦ କରି ଦିଆଗଲା ସ୍କୁଲ

Heatwave Update: ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର କରିସାରିଛି ଏବଂ ବିଭିନ୍ନ ଅଞ୍ଚଳରେ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇ ସାରିଛି।

Advertisement
Heatwave Alert: ଚିନ୍ତା ବଢାଇଲାଣି ତାତି, ହିଟ୍ ୱେଭ ପାଇଁ ବନ୍ଦ କରି ଦିଆଗଲା ସ୍କୁଲ
Stop
Zee Odisha Desk|Updated: Apr 19, 2023, 05:04 PM IST

Heatwave Alert in India: ଦିନକୁ ଦିନ ବଢିବାରେ ଲାଗିଛି ତାତି। ଦେଶରେ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଦେଶର ଅନେକ ରାଜ୍ୟ ଆଗୁଆ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ସାଧାରଣ ଗ୍ରୀଷ୍ମ ଅପେକ୍ଷା ଅଧିକ ଗରମର ମୁକାବିଲା ପାଇଁ ପ୍ରସ୍ତୁତି କରିବାକୁ ଦେଶର ବିଭିନ୍ନ ରାଜ୍ୟ ଉଦ୍ଦେଶ୍ୟରେ ଚେତାବନୀ ଜାରି କରିଛି। ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର କରିସାରିଛି ଏବଂ ବିଭିନ୍ନ ଅଞ୍ଚଳରେ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇ ସାରିଛି।

ଭାରତ ପାଣିପାଗ ବିଭାଗ ଅନୁଯାୟୀ ଦିନକୁ ଦିନ ବଢିଚାଲିଥିବା ତାତି ଆସନ୍ତା ୨୨-୨3 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ଆଇଏମଡି କେତେକ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଥିବା ବେଳେ, ତାତି ହ୍ରାସ ନେଇ ପୂର୍ବାନୁମାନ କରିଛି। ଗ୍ରୀଷ୍ମ ପ୍ରବାହର ମୁକାବିଲା ଦେଶର କେଉଁ ରାଜ୍ୟ ପକ୍ଷରୁ କେଉଁ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି ସେ ସମ୍ପର୍କରେ ଜାଣନ୍ତୁ।

ଦିଲ୍ଲୀ: ଶିଶୁ ଏବଂ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ଉଚ୍ଚ ତାପମାତ୍ରାର କ୍ଷତିକାରକ ପ୍ରଭାବ କାରଣରୁ ଅପରାହ୍ନରେ ଅନୁଷ୍ଠିତ ହେଉଥିବା ବିଦ୍ୟାଳୟ ସଭା ଅନୁଷ୍ଠିତ ହେବ ନାହିଁ ବୋଲି ଦର୍ଶାଇ ଦିଲ୍ଲୀ ସରକାର ବିଦ୍ୟାଳୟ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏବଂ ଦିନ ସମୟରେ ଛାତ୍ରଛାତ୍ରୀମାନଙ୍କ ମୁଣ୍ଡକୁ ଢାଙ୍କିବା ପାଇଁ ସଚେତନତା କାର୍ଯ୍ୟକାରୀ କରିବା ପାଇଁ ସରକାର ବିଦ୍ୟାଳୟକୁ ପରାମର୍ଶ ଦେଇଛନ୍ତି।

ପଶ୍ଚିମବଙ୍ଗ: ଦିନକୁ ଦିନ ବଢି ଚାଲିଥିବା ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଗତ ୧୭ ତାରିଖରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ବେସରକାରୀ ଶିକ୍ଷାନୁଷ୍ଠାନକୁ ମଧ୍ୟ ଏହି ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଗତ କିଛି ଦିନ ହେବ ବିଦ୍ୟାଳୟରୁ ଫେରିବା ପରେ ଛାତ୍ରଛାତ୍ରୀ ମୁଣ୍ଡବିନ୍ଧା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ଅଭିଯୋଗ କରୁଛନ୍ତି।

ଓଡ଼ିଶା: ଯଦିଓ ଓଡ଼ିଶାରେ ବିଦ୍ୟାଳୟକ ପୁନର୍ବାର ଖୋଲାଯାଇଛି, ହେଲେ ସକାଳ ସମୟ ଅନୁସରଣ କରିବା ପାଇଁ ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ବିଦ୍ୟାଳୟ ଦିନ ୧୧.୦୦ ପର୍ଯ୍ୟନ୍ତ ଖୋଲା ରହିବ। ଓଡିଶାର ଅତି କମରେ ୨୯ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ଏହା ଠାରୁ ଅଧିକ ହୋଇଥିବାର ରେକର୍ଡ ହୋଇଛି। ବାରିପଦା ଏବଂ ଝାରସୁଗୁଡା ଠାରେ ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ପାର କରିସାରିଛି। ପ୍ରବଳ ଉତ୍ତାପ ନଜରରେ ରଖି ଓଡ଼ିଶା ସରକାର ୧୯ ଅପ୍ରେଲରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ କରି ଦେଇଛନ୍ତି।

ତ୍ରିପୁରା: ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ତ୍ରିପୁରା ସରକାର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା ଏହି ଘୋଷଣା କରିଛନ୍ତି ଯେ ସାରା ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

ବିହାର: ଜାରି ରହିଥିବା ଉତ୍ତାପ କାରଣରୁ ବିହାର ରାଜଧାନୀ ପାଟନା ଠାରେ ବିଦ୍ୟାଳୟ ସମୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ସ୍କୁଲ ସମୟ ସକାଳ ସାତଟାରୁ ମଧ୍ୟାନ୍ନ ଗୋଟାଏ ପର୍ଯ୍ୟନ୍ତ ରହିଥିଲା। ଯାହାକୁ ସକାଳ ସାଢେ ଛଅଟାରୁ ଦିନ ସାଢେ ଏଗାରଟାକୁ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ରାଜଧାନୀ ପାଟନା ଠାରେ ତାପମାତ୍ରା ସର୍ବାଧିକ ୪୪.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବାବେଳେ, ୧୯ ଅପ୍ରେଲରୁ ସକାଳ ୧୦.୪୫ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ କ୍ଲାସ୍ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।

ଝାଡ଼ଖଣ୍ଡ: ଝାଡଖଣ୍ଡ ବିଦ୍ୟାଳୟର ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ ବର୍ତ୍ତମାନ ସକାଳ ସାତଟାରୁ ଦିନ ଏଗାରଟା ମଧ୍ୟରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ ମଧ୍ୟାାନ୍ନ ବାରଟା ପର୍ଯ୍ୟନ୍ତ ଚାଲିବ।

ମେଘାଳୟ: ମେଘାଳୟର ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲା ପ୍ରଶାସନ ତାପମାତ୍ରା ବୃଦ୍ଧି ହେତୁ ବୁଧବାର ଠାରୁ ୩ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଜିଲ୍ଲାରେ ପାରଦ ୩୭ ଡିଗ୍ରୀ ସେଲସିୟସ ଅତିକ୍ରମ ପରେ ଅଧିକଏବଂ ସମତଳ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ପରେ ଏପରି ଆଦେଶ ଆସିଥିଲା।

Read More
{}{}