Hindi News >>Home >>Odisha National-International

AAP's 5 Guarantees : ସ୍ବାମୀଙ୍କ ଅନୁପସ୍ଥିତିରେ ସୁନୀତା କେଜ୍ରିୱାଲ ଦେଲେ ଏହି ୫ ଗ୍ୟାରେଣ୍ଟି

AAP`s Five Guarantees For Haryana pools: ଚଳିତ ବର୍ଷ ହରିୟାଣା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆଜି (ଶନିବାର) ହରିୟାଣାର ଲୋକଙ୍କୁ କେଜ୍ରିୱାଲଙ୍କ ପାଞ୍ଚଟି ଗ୍ୟାରେଣ୍ଟି ଉପସ୍ଥାପନ କରିଛନ୍ତି।ଜାଣନ୍ତୁ କଣ....

Advertisement
Haryana Assembly polls
Stop
Zee Odisha Desk|Updated: Jul 20, 2024, 05:49 PM IST

Haryana Assembly polls : ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳସବୁ ବଡ଼ ବଡ଼ ଯୋଜନା ଉପସ୍ଥାପନ କରିଥାନ୍ତି। ଏହି କ୍ରମରେ ଚଳିତ ବର୍ଷ ହରିୟାଣା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆଜି (ଶନିବାର) ହରିୟାଣାର ଲୋକଙ୍କୁ କେଜ୍ରିୱାଲଙ୍କ ପାଞ୍ଚଟି ଗ୍ୟାରେଣ୍ଟି ଉପସ୍ଥାପନ କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇ ଜେଲରେ ଥିବାରୁ କେଜ୍ରିୱାଲଙ୍କ ଗ୍ୟାରେଣ୍ଟି  ପାଳନ କରିଛନ୍ତି ଅରବିନ୍ଦ କେଜ୍ରିୱାଲ ଙ୍କ ପତ୍ନୀ ସୁନୀତା କେଜ୍ରିୱାଲ।ପୂର୍ବରୁ କୌଣସି ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିନଥିବା ସୁନୀତା ଏବେ ସ୍ଵାମୀଙ୍କ ଗିରଫ ପରେ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥକଙ୍କୁ ବାର୍ତ୍ତା ଦେଉଥିବା  ଏକାଧିକ ଥର ଖବର ଶିରୋନାମାରେ ସ୍ଥାନ ପାଇଛନ୍ତି।

 ସୁନୀତା ଶନିବାର ହରିୟାଣାରେ ପହଞ୍ଚି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଯଦି ବିଧାନସଭା ନିର୍ବାଚନରେ ଏଏପି ପ୍ରାର୍ଥୀ ଜିତନ୍ତି ତେବେ ହରିୟାଣାର ଲୋକଙ୍କ ପାଇଁ ଆମ ଆଦମୀ ପାର୍ଟିର ପାଞ୍ଚଟି ଗ୍ୟାରେଣ୍ଟି କାର୍ଯ୍ୟକାରୀ ହେବ।ଏଥିରେ ଭଉଣୀମାନଙ୍କୁ ମାସକୁ ଏକ ହଜାର ଟଙ୍କା ପ୍ରଦାନ କରିବା, ମାଗଣାରେ ବଜୁଳିସେବା ଯୋଗାଇ ଦେବା, ମାଗଣାରେ ଶିକ୍ଷା ଏବଂ ଅନ୍ୟାନ୍ୟ ଗ୍ୟାରେଣ୍ଟି ଘୋଷଣା କରାଯାଇଛି।

ତେବେ ଆସନ୍ତୁ ଜାଣିବା ସେହି ୫ ଗ୍ୟାରେଣ୍ଟି ବିଷୟରେ:-

ପ୍ରଥମ ଗ୍ୟାରେଣ୍ଟି :- ଦିଲ୍ଲୀ ଏବଂ ପଞ୍ଜାବ ପରି ସମସ୍ତ ବକେୟା ଘରୋଇ ବିଲ୍ ଛାଡ କରାଯିବ। ବିଦ୍ୟୁତ୍ କାଟ ବନ୍ଦ ହେବ, ଦିଲ୍ଲୀ ଏବଂ ପଞ୍ଜାବ ପରି ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଇ ଦିଆଯିବ।

ଦ୍ୱିତୀୟ ଗ୍ୟାରେଣ୍ଟି:-ସମସ୍ତଙ୍କ ପାଇଁ ଭଲ ଏବଂ ମାଗଣା ଚିକିତ୍ସା। ଦିଲ୍ଲୀ ଏବଂ ପଞ୍ଜାବ ଭଳି  ପ୍ରତ୍ୟେକ ଅଞ୍ଚଳରେ ମୋହାଲା କ୍ଲିନିକ୍ ନିର୍ମାଣ ହେବା ସହିତ ସମସ୍ତ ସରକାରୀ ଡାକ୍ତରଖାନାକୁ ନବୀକରଣ କରାଯିବ। ନୂତନ ସରକାରୀ ଡାକ୍ତରଖାନା ନିର୍ମାଣ ହେବ। ରୋଗ ଛୋଟ ହେଉ କି ବଡ଼ ହେଉ, ପ୍ରତ୍ୟେକ ହରିୟାଣାବାସୀଙ୍କ ପାଇଁ ସମ୍ପୂର୍ଣ୍ଣ ଚିକିତ୍ସା ମାଗଣା ହେବ। ସମସ୍ତ ପରୀକ୍ଷା, ଔଷଧ, ଅପରେସନ୍ ଏବଂ ଚିକିତ୍ସା ସବୁ ମାଗଣା ହେବ। ଏଥିରେ ଲୋକମାନେ ଉପକୃତ ହେବେ। 

ତୃତୀୟ ଗ୍ୟାରେଣ୍ଟି:-ଭଲ ଏବଂ ଉନ୍ନତ ମାନର ମାଗଣା ଶିକ୍ଷା ଯୋଗାଇ ଦିଆଯିବ।  ସରକାରୀ ବିଦ୍ୟାଳୟଗୁଡ଼ିକୁ ସେତିକି ଉନ୍ନତ କରାଯିବ ଯାହାଦ୍ଵାରା ପିଲାମାନେ ଘରୋଇ ବିଦ୍ୟାଳୟରୁ ଅପେକ୍ଷା ସରକାରୀ ବିଦ୍ୟାଳୟ ପ୍ରତି ଅଧିକ ଆକର୍ଷିତ ହେବେ।ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକର ଗୁଣ୍ଡାଗର୍ଦ୍ଦି ସହିତ ବେଆଇନ ଫିସ୍ ବୃଦ୍ଧିକୁ ବନ୍ଦ କରାଯିବ।

ଚତୁର୍ଥ ଗ୍ୟାରେଣ୍ଟି:-ସମସ୍ତ ମା ଏବଂ ଭଉଣୀମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଦିଆଯିବ

ପଞ୍ଚମ ଗ୍ୟାରେଣ୍ଟି:-ପ୍ରତ୍ୟେକ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦ‌ାନ କରାଯିବ। 

ସୁନୀତା କହିଛନ୍ତି ବିଜେପି ଏବଂ କଂଗ୍ରେସ ଭଳି ଆମେ ପ୍ରତିଶ୍ରୁତି ଦେଉନାହୁଁ, ଆମେ ଗ୍ୟାରେଣ୍ଟି ଦେଉଛୁ। ଏହା ଅରବିନ୍ଦ କେଜ୍ରିୱାଲଙ୍କ ଏକ ଦମ୍ଭ ଗ୍ୟାରେଣ୍ଟି ହେବ।

Read More
{}{}