Hindi News >>Home >>Odisha National-International

Gujarat Riots 2002: ୨୨ ଦଙ୍ଗା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ, ଜାଣନ୍ତୁ କାରଣ

Gujarat Riots: ବହୁଚର୍ଚ୍ଚିତ ଗୋଧ୍ରା ଦଙ୍ଗା ଘଟଣାରେ ଜଡିତ ୨୨ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରି ଦେଇଛନ୍ତି ଗୁଜୁରାଟସ୍ଥିତ ଏକ କୋର୍ଟ।  ଏହି ମାମଲାର ବିଚାର ପ୍ରାୟ ୧୮ ବର୍ଷ ଧରି ଅଦାଲତରେ ଚାଲିଥିଲା। 

Advertisement
 Gujarat Riots 2002: ୨୨ ଦଙ୍ଗା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ, ଜାଣନ୍ତୁ କାରଣ
Stop
Zee Odisha Desk|Updated: Jan 25, 2023, 05:11 PM IST

Gujarat Riots Case: ଗତ ୨୦୦୨ ମସିହାରେ ହୋଇଥିବା ବହୁଚର୍ଚ୍ଚିତ ଗୁଜୁରାଟର ଗୋଧ୍ରା ଦଙ୍ଗା ଘଟଣାରେ ୨୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି କୋର୍ଟ। ଏହି ୨୨ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ରହିଥିଲା ଯେ ସେମାନେ ଦଙ୍ଗା ବେଳେ ଲୋକଙ୍କୁ ହତ୍ୟା କରିବା ସହ ମୃତଦେହ ପୋଡି ଦେଇଥିଲେ। ହେଲେ ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ କୋର୍ଟ ଏହି ୨୨ ଦଙ୍ଗା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି।

ଜାନୁଆରୀ ୨୪ ତାରିଖ ମଙ୍ଗଳବାର ଗୁଜୁରାଟସ୍ଥିତ ଏକ କୋର୍ଟ ପ୍ରମାଣ ଅଭାବରୁ ୨୨ ଦଙ୍ଗା ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି। ଗତ ୨୦୦୨ ବର୍ଷରେ ହୋଇଥିବା ଗୋଧ୍ରା ଦଙ୍ଗା ବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ୧୭ ଜଣ ଲୋକଙ୍କୁ ହତ୍ୟା କରିବାର ଅଭିଯୋଗ ସେମାନଙ୍କ ବିରୋଧରେ ରହିଥିଲା। ହେଲେ ପ୍ରମାଣ ଅଭାବରୁ କୋର୍ଟ ସେହି ସମସ୍ତ ୨୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାର ବିଚାର ପ୍ରାୟ ୧୮ ବର୍ଷ ଧରି ଅଦାଲତରେ ଚାଲିଥିଲା। ଗୋଧ୍ରା ଦଙ୍ଗା ବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ୧୭ ଜଣ ଲୋକଙ୍କୁ ୨୦୦୨ ଫେବୃଆରୀ ୮ ତାରିଖରେ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ସେମାନଙ୍କ ମୃତଦେହକୁ ପୋଡି ଦିଆଯାଇଥିଲା।

ପ୍ରତିପକ୍ଷ ଓକିଲ ଗୋପାଳ ସିଂହ ସୋଲାଙ୍କି କହିଛନ୍ତି ଯେ ଅତିରିକ୍ତ ସେସନ ଜଜ୍ ହର୍ଷ ତ୍ରିବେଦୀଙ୍କ କୋର୍ଟ ଜାନୁଆରୀ ୨୪ ତାରିଖ ମଙ୍ଗଳବାର ସମସ୍ତ ୨୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ଘଟଣାରେ ଜଡ଼ିତ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି। ଓକିଲ ସୋଲାଙ୍କି କହିଛନ୍ତି ଯେ ଏହି ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ କୋର୍ଟ ଏହି ନିଷ୍ପତ୍ତି ନିଆଯାଇଛି। ଗତ ୨୦୦୨ ଫେବୃଆରୀ ୭ ତାରିଖରେ ପଞ୍ଚମହଲ ଜିଲ୍ଲାର ଗୋଧ୍ରା ସହରରେ ସାବରମାଟି ଏକ୍ସପ୍ରେସ ବଗିରେ ଉତ୍ତ୍ୟକ୍ତ ଭିଡ଼ ନିଆଁ ଲଗାଇ ଦେଇଥିଲେ। ଯାହା ପରେ ବହୁଚର୍ଚ୍ଚିତ ଗୋଧ୍ରା ଦଙ୍ଗା ଆରମ୍ଭ ହୋଇଥିଲା।

ଗତ ୨୦୦୨ ଫେବୃଆରୀ ୨୮ ତାରିଖରେ ଗୁଜୁରାଟରେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଥିଲା। ଏହି ଦଙ୍ଗାରେ ମୋଟ ୫୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟର ଡେଲୋଲ ଗ୍ରାମରେ ହୋଇଥିବା ହିଂସା ପରେ ହତ୍ୟା ଏବଂ ଦଙ୍ଗା ମାମଲାରେ ଭାରତୀୟ ଦଣ୍ଡବିଧି ବିଭାଗ ଅଧୀନରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା। ଏହି ଘଟଣାର ପ୍ରାୟ ୨ ବର୍ଷ ପରେ ଅର୍ଥାତ ୨୦୦୪ ବର୍ଷରେ ଦ୍ୱିତୀୟ ପୋଲିସ୍ ଇନ୍ସପେକ୍ଟର ଏକ ନୂତନ ମାମଲା ପଞ୍ଜୀକୃତ କରିଥିଲେ ଏବଂ ଏହି ଦଙ୍ଗାରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ୨୨ ଜଣଙ୍କୁ ଗିରଫ କରିଥିଲେ।

ଓକିଲ ସୋଲାଙ୍କି କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ସଂଗ୍ରହ କରାଯାଇ ନାହିଁ ଏବଂ ସାକ୍ଷୀ ମଧ୍ୟରେ  ଅଦାଲତରେ ସାକ୍ଷ୍ୟ ଦେବାରୁ ଦୂରେଇ ଯାଇଥିଲେ। ପୀଡିତଙ୍କ ମୃତଦେହ କେବେ ମିଳି ନଥିଲା। ପୋଲିସ ନଦୀ କୂଳରେ ଥିବା ଏକ ନିର୍ଜନ ସ୍ଥାନରୁ ହାଡକୁ ଉଦ୍ଧାର କରିଥିଲା। ହେଲେ ଜବତ ହୋଇଥିବା ସେହି ହାଡ଼ ଏତେ ପରିମାଣରେ ଜଳି ଯାଇଥିଲା ଯେ ତାହାକୁ ଚିହ୍ନଟ କରାଯାଇ ପାରିଲା ନାହିଁ।

 

Read More
{}{}