Hindi News >>Home >>Odisha National-International

Green Comet: ୫୦ ହଜାର ବର୍ଷ ପରେ ପୃଥିବୀ ନିକଟତର ହେବ ସବୁଜ ଧୂମକେତୁ, ଭିଡିଓ ଭାଇରାଲ

Green Comet Will Reach Near Earth: ପୃଥିବୀ ନିକଟତର ହୋଇ ଗତି କରୁଥିବା ଏହି ସବୁଜ ରଙ୍ଗର ଧୁମକେତୁ ନାମ ହେଉଛି C/2022 E3 (ZTF) ରଖାଯାଇଛି। ଫେବୃଆରୀ ୧୦ ତାରିଖ ଶୁକ୍ରବାର ଏବଂ ଫେବୃଆରୀ ୧୧ ତାରିଖ ଶନିବାର ସନ୍ଧ୍ୟାରେ ପୃଥିବୀ ଏବଂ ମଙ୍ଗଳ ଗ୍ରହର କକ୍ଷପଥ ମଧ୍ୟରେ ଅତିକ୍ରମ କରିବାକୁ ଯାଉଛି ଧୁମକେତୁ C/2022 E3 (ZTF)। 

Advertisement
Green Comet: ୫୦ ହଜାର ବର୍ଷ ପରେ ପୃଥିବୀ ନିକଟତର ହେବ ସବୁଜ ଧୂମକେତୁ, ଭିଡିଓ ଭାଇରାଲ
Stop
Zee Odisha Desk|Updated: Feb 10, 2023, 11:27 PM IST

Green Comet C 2022 E3 ZTF: ପ୍ରାୟ ୫୦ ହଜାର ବର୍ଷ ପରେ ବିଶ୍ୱ ବ୍ରହ୍ମାଣ୍ଡରେ ଏକ ଚମତ୍କାର ଖୋଗଳୀୟ ଘଟଣା ଘଟିବାକୁ ଯାଉଛି। ଯାହାର ସାକ୍ଷୀ ସମଗ୍ର ବିଶ୍ୱବାସୀ ହେବେ। ଚଳିତ ସପ୍ତାହରେ ଏକ ବିରଳ ସବୁଜ ରଙ୍ଗର ଧୂମକେତୁ ପୃଥିବୀ ନିକଟତର ହୋଇ ଗତି କରିବାକୁ ଯାଉଛି। ଯାହାକୁ ବାଇନାକୁଲାର ମାଧ୍ୟମରେ ଦେଖିହେବ ବୋଲି କହିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଯଦି ଆପଣ ଏପରି ଏକ ସ୍ଥାନରେ ଅଛନ୍ତି ଯେଉଁଠାରେ ଆକାଶ ସ୍ୱଚ୍ଛ, ତାହେଲେ ଆପଣ ଏହି ଅତି ବିରଳ ଦୃଶ୍ୟକୁ ଆପଣଙ୍କ ଆଖି ମାଧ୍ୟମରେ ଦେଖିପାରିବେ।

ପୃଥିବୀ ନିକଟତର ହୋଇ ଗତି କରୁଥିବା ଏହି ସବୁଜ ରଙ୍ଗର ଧୁମକେତୁ ନାମ ହେଉଛି C/2022 E3 (ZTF) ରଖାଯାଇଛି। ଫେବୃଆରୀ ୧୦ ତାରିଖ ଶୁକ୍ରବାର ଏବଂ ଫେବୃଆରୀ ୧୧ ତାରିଖ ଶନିବାର ସନ୍ଧ୍ୟାରେ ପୃଥିବୀ ଏବଂ ମଙ୍ଗଳ ଗ୍ରହର କକ୍ଷପଥ ମଧ୍ୟରେ ଅତିକ୍ରମ କରିବାକୁ ଯାଉଛି ଧୁମକେତୁ C/2022 E3 (ZTF)। ଲାଲ ଗ୍ରହ କୁହାଯାଉଥିବା ମଙ୍ଗଳ ପାଖରେ ଏହା ପଙ୍ଖାକୃତି ଆକାରର ଦୃଶ୍ୟମାନ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୂର୍ଯ୍ୟ ଚାରି ପଟେ ଏକ ଅଣ୍ଡାକାର କକ୍ଷପଥରେ ଗତି କରିଥିବାବେଳେ ୫୦ ହଜାର ବର୍ଷରେ ଧୂମକେତୁ ଏହାର ଗୋଟିଏ ଥର ଘୂର୍ଣ୍ଣନ ଶେଷ କରିବ। ଏହା ପୂର୍ବରୁ ପ୍ରାୟ ୫୦ ହଜାର ବର୍ଷ ପୂର୍ବେ ପୃଥିବୀର ନିକଟବର୍ତ୍ତୀ ହୋଇଯାଇଥିଲା ଏହି ସବୁଜ ରଙ୍ଗର ଧୂମକେତୁ ଏବଂ ଭବିଷ୍ୟତରେ ଏହି ଧୂମକେତୁ ପୃଥିବୀ ନିକଟତର ହେବାର ସମ୍ଭାବନା ରହିଛି। ଯାହାର ଅର୍ଥ ହେଉଛି ଏହି ଧୁମକେତୁକୁ ଦେଖିବା ପାଇଁ ଆମ ପାଖରେ ଏହା ହେଉଛି ଶେଷ ସୁଯୋଗ।  

Also Read: NASA Report Today: ୫୦ ବର୍ଷ ପରେ ଆଜି ପୃଥିବୀ ଦେଇ ଗତି କରିବ ସବୁଜ ରଙ୍ଗର ଧୂମକେତୁ, ଆପଣ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

 

ଗତ ୧ ତାରିଖ ରାତିରେ ସବୁଜ ରଙ୍ଗର ଧୁମକେତୁ C/2022 E3 (ZTF) ପୃଥିବୀ ନିକଟତର ହୋଇଥିଲା। ହେଲେ ଏହାକୁ ଦେଖିବାର ସର୍ବୋତ୍ତମ ସମୟ ଆସିଯାଇଛି। ଚଳିତ ମାସ ଆରମ୍ଭରେ ଚନ୍ଦ୍ରର ଆଲୋକ ରାସ୍ତାରେ ଆସିଥିଲା, ଯେଉଁଥିପାଇଁ ଏହା ସ୍ପଷ୍ଟ ଦେଖାଯାଉ ନାହିଁ। ହେଲେ ଏହାକୁ ଅତି ସ୍ପଷ୍ଟ ଭାବେ ଦେଖାଯାଇପାରେ। ଶୁକ୍ରବାର ରାତିରେ ଯେତେବେଳେ ଏହା ମଙ୍ଗଳ ଗ୍ରହର ନିକଟବର୍ତ୍ତୀ ହେବ, ସେତେବେଳେ ଏହାକୁ ଅତି ସ୍ପଷ୍ଟ ଭାବେ ଦେଖିଯିବ। ହେଲେ ଏହା ପରେ ଏହି ଧୂମକେତକୁ ପୁନର୍ବାର ଦେଖିବାର ସୁଯୋଗ ମିଳିବ ନାହିଁ। ଏହା ପରେ ଏହା ପୃଥିବୀ କକ୍ଷପଥରୁ ସବୁଦିନ ପାଇଁ ରାସ୍ତା ବଦଳାଇ ଦେଇପାରେ। ଏହା ପରେ ହୁଏତ ଏହାକୁ ଆଉ ଦେଖିବାର ସୁଯୋଗ ମିଲିବ ନାହିଁ।

Also Read: Green Comet: ପୃଥିବୀର ଅତି ନିକଟତର ହେବ ଗ୍ରୀନ କୋମେଟ, ଲକ୍ଷ ଲକ୍ଷ ବର୍ଷ ପରେ ମିଳିବ ଦେଖିବାର ସୁଯୋଗ!

 

ସବୁଜ ଧୂମକେତୁ C/2022 E3 (ZTF) ଗତ ବର୍ଷ ଆବିଷ୍କୃତ ହୋଇଥିଲା। ଯେହେତୁ ଏହା ଏକ ଧୂମକେତୁ ଏବଂ ସୌରମଣ୍ଡଳ ଆରମ୍ଭରୁ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛି। ଏହି ସମୟରେ ଏହା ଅନେକ ଥର ସୂର୍ଯ୍ୟଙ୍କ ନିକଟତର ହୋଇଥାଏ ଏବଂ ଏହି କାରଣରୁ ଏହା ଅତ୍ୟଧିକ ଗରମ ହୋଇଯିବା ଆଲୋକ ନିର୍ଗତ କରିଥାଏ। ଯାହା ଦେଖିବାକୁ ସବୁଜ ରଙ୍ଗର। ସେଥିପାଇଁ ଏହାକୁ ସବୁଜ ଧୂମକେତୁ କୁହାଯାଏ। 

Read More
{}{}