Hindi News >>Home >>Odisha National-International

GRAP 3: ଦିଲ୍ଲୀରେ ସୀମା ଲଂଘୁଛି ପ୍ରଦୂଷଣ, ଲାଗୁ ହେଲା ଗ୍ରାପ-୩

୪୫୦ ରୁ ୫୦୦ ମଧ୍ୟରେ ଏକ୍ୟୁଆଇ ରହିଲେ ଗ୍ରାପ ୪ ଲାଗୁ କରାଯାଇଥାଏ। ଗ୍ରାପ ୪ ଲାଗୁ ହେଲେ ତାହା ନିୟନ୍ତ୍ରଣ ବାହାରେ ଚାଲିଯାଇଥାଏ। ବାୟୁମଣ୍ଡଳର ସ୍ଥିତି ଅତି ଗୁରୁତର ପ୍ରଦୂଷଣ ଭାବେ ପରିଗଣିତ ହୋଇଥାଏ। 

Advertisement
GRAP 3: ଦିଲ୍ଲୀରେ ସୀମା ଲଂଘୁଛି ପ୍ରଦୂଷଣ, ଲାଗୁ ହେଲା ଗ୍ରାପ-୩
Stop
Zee Odisha Desk|Updated: Jan 14, 2024, 04:44 PM IST

GRAP 3: ନୂଆଦିଲ୍ଲୀ: ପ୍ରଦୂଷଣର ମାତ୍ରା ଦିଲ୍ଲୀ-ଏନସିଆରରେ ଜାରି ରହିଛି। ଦିନକୁ ଦିନ ସ୍ଥିତି ସଂଗୀନ ହେବାରେ ଲାଗିଛି। ପ୍ରଦୂଷଣର ମାତ୍ରା AQI 400 ଅତିକ୍ରମ କରିଛି। ପୂରା ଦିଲ୍ଲୀ ଆକାଶରେ କେବଳ ଘନ କୁହୁଡ଼ିର ଆସ୍ତରଣ ଛାଇ ରହିଛି। କେବଳ ଏତିକି ନୁହେଁ ଦିଲ୍ଲୀ ଓ ଦିଲ୍ଲୀ ଏନସିଆର ଆକାଶରେ ବିଶାକ୍ତ ବାୟୁ ମଣ୍ଡଳରେ ଭର୍ତ୍ତି ହୋଇ ସାରିଛି। ଏଭଳି ସ୍ତରରେ ଦିଲ୍ଲୀବାସୀ ଏକାଧିକ ରୋଗର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ଆଖି ପୋଡ଼ିବା, ମୁଣ୍ଡ ବିନ୍ଧା, ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଆଦି ରୋଗ ଦେଖିବାକୁ ମିଳୁଛି। ତେବେ ଏଭଳି ପ୍ରଦୂଷଣକୁ ଦେଖି ଦିଲ୍ଲୀରେ GRAP-3 ଲାଗୁ କରାଯାଇଛି। ତେବେ ଆସନ୍ତୁ ଜାଣିବା କଣ ଏହି ଗ୍ରାପ-୩। କାହିଁକି ଲାଗୁ କରାଯାଇଥାଏ। 

କଣ ଏହି ଗ୍ରାପ-୩
GRAP ଅର୍ଥାତ ଗ୍ରେଡେଡ ଆକ୍ସନ ରେସପନ୍ସ ପ୍ଲାନ। ଏହା ଏଖ ଜରୁରୀକାଳିନ ରେସପନ୍ସ ପ୍ଲାନ ଅଟେ। ଯାହା ଗୁରୁତର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଲାଗୁ କରାଯାଇଥାଏ। ଗ୍ରାପର ୪ଟି ସ୍ତରର ରହିଥାଏ। ଏକ୍ୟୁଆଇ ୨୦୧ ରୁ ୩୦୧ ମଧ୍ୟରେ ରହିଥିଲେ ଗ୍ରାପ-୧ ଲାଗୁ କରାଯାଇଥାଏ। ସେହିପରି ପ୍ରଦୂଷଣର ମାତ୍ରା ୩୦୧ ରୁ ୪୦୧ ମଧ୍ୟରେ ରହିଲେ ଗ୍ରାପ ୨ ଲାଗୁ କରାଯାଇଥାଏ। ଏକ୍ୟୁଆଇ ୪୦୧ ରୁ ୪୫୦ ମଧ୍ୟରେ ରହିଲେ ଗ୍ରାପ ୩ ଲାଗୁ କରାଯାଇଥାଏ ଓ ୪୫୦ ରୁ ୫୦୦ ମଧ୍ୟରେ ଏକ୍ୟୁଆଇ ରହିଲେ ଗ୍ରାପ ୪ ଲାଗୁ କରାଯାଇଥାଏ। ଗ୍ରାପ ୪ ଲାଗୁ ହେଲେ ତାହା ନିୟନ୍ତ୍ରଣ ବାହାରେ ଚାଲିଯାଇଥାଏ। ବାୟୁମଣ୍ଡଳର ସ୍ଥିତି ଅତି ଗୁରୁତର ପ୍ରଦୂଷଣ ଭାବେ ପରିଗଣିତ ହୋଇଥାଏ। 

ଗ୍ରାପ-୩ ଲାଗୁ ହେଲେ କଣ ପଦକ୍ଷେପ ନିଆଯାଏ
ଗୁରୁତର ପ୍ରଦୂଷଣକୁ ନିୟନ୍ତ୍ରଣକୁ ନେବା ପାଇଁ ଗ୍ରାପର ବିଭିନ୍ନ ଷ୍ଟେଜକୁ ଲାଗୁ କରାଯାଇଥାଏ। ତେବେ ଏହି ପ୍ରଦୂଷଣକୁ ନିୟନ୍ତ୍ରଣକୁ ନେବା ପାଇଁ ଦିଲ୍ଲୀରେ ଗ୍ରାପ-୩ ଲାଗୁ କରାଯାଇଛି। ଏଭଳି ସ୍ଥଳରେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ସକାଳେ ଓ ସନ୍ଧ୍ୟାରେ ପାଣି ସିଞ୍ଚନ କରିଥାଏ। ନିର୍ମାଣ କାର୍ଯ୍ୟ ଓ ଧ୍ୱସ୍ତିକରଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଥାଏ। ଏପରିକି କାନ୍ଥରେ ରଙ୍ଗ ଲଗାଇବା ଭଳି କାମକୁ ମଧ୍ୟ ବନ୍ଦ କରିଦିଆଯାଇଥାଏ। ଡ୍ରିଲିଂ ମଧ୍ୟ ବନ୍ଦ ହୋଇଥାଏ। ଇଟାଭାଟି ଓ କ୍ରସର ଚଳାଇବା ଉପରେ ମଧ୍ୟ କାମ ବନ୍ଦ ରହିଥାଏ। କଚା ସଡ଼କରେ ବାହାନ ଚଳାଚଳ ଉପରେ ମଧ୍ୟ ବନ୍ଦ ରଖାଯାଇଥାଏ। ୩୦୦ କିଲୋମିଟର ମଧ୍ୟରେ ଇଣ୍ଡଷ୍ଟ୍ରିଆଲ ୟୁନିଟ, ଥର୍ମାଲ ପାୱାର ପ୍ଲାଣ୍ଟକୁ ମଧ୍ୟ ବନ୍ଦ କରିଦିଆଯାଇଥାଏ। ହୋଟେଲ, ରେସ୍ତୋରାଁ ଓ ଭୋଜନାଳୟରେ କୋଇଲାକୁ ମଧ୍ୟ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥାଏ। ସେହିପରି ବିଏସ-୩ ଓ ବିଏସ-୪ ଯାନ ଉପରେ ମଧ୍ୟ ବାରଣ କରିଦିଆଯାଇଥାଏ।  

Read More
{}{}