Hindi News >>Home >>Odisha National-International

Assam Peace Agreement: ପୂର୍ବୋତ୍ତର ଭାରତରେ ବଡ଼ ସଫଳତା, ୫ ଉଗ୍ରବାଦୀ ସଙ୍ଗଠନ ସହ ଶାନ୍ତି ବୁଝମଣା କରିବ କେନ୍ଦ୍ର

ଦେଶର ପୂର୍ବୋତ୍ତର ରାଜ୍ୟ ଆସାମରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଏହି କ୍ରମରେ ଗୁରୁବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆସାମରେ ଆଦିବାସୀ ବିଦ୍ରୋହୀ ଗୋଷ୍ଠୀ ସହ ଏକ ତ୍ରିପାକ୍ଷିକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହେବ ବୋଲି ଆଶା କରାଯାଉଛି। ଏହି ଚୁକ୍ତି କେନ୍ଦ୍ର ଗୃହମନ୍ତ୍ର

Advertisement
Assam Peace Agreement: ପୂର୍ବୋତ୍ତର ଭାରତରେ ବଡ଼ ସଫଳତା, ୫ ଉଗ୍ରବାଦୀ ସଙ୍ଗଠନ ସହ ଶାନ୍ତି ବୁଝମଣା କରିବ କେନ୍ଦ୍ର
Stop
Subhramjit Ray|Updated: Sep 15, 2022, 04:42 PM IST

Peace Agreement of Assam: ଦେଶର ପୂର୍ବୋତ୍ତର ରାଜ୍ୟ ଆସାମରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଏହି କ୍ରମରେ ଗୁରୁବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆସାମରେ ଆଦିବାସୀ ବିଦ୍ରୋହୀ ଗୋଷ୍ଠୀ ସହ ଏକ ତ୍ରିପାକ୍ଷିକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହେବ ବୋଲି ଆଶା କରାଯାଉଛି। ଏହି ଚୁକ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହେବ। ସରକାରୀ ସରକାରୀ ସୂତ୍ରରୁ ପ୍ରକାଶ ଯେ ଗୁରୁବାର ଅପରାହ୍ନ ପାଞ୍ଚଟା ପରେ ଗୃହ ମନ୍ତ୍ରଣାଳୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବ। 

ଏହି ଚୁକ୍ତି କେନ୍ଦ୍ର ସରକାର (Govt of India), ଆସାମ ସରକାର (Govt of Assam) ଏବଂ ଆସାମ ମାଟିରେ ସକ୍ରିୟ ରହିଥିବା ୫ ବିଦ୍ରୋହୀ ସଙ୍ଗଠନ (Rebel Group of Assam) ଅଲ ଆଦିବାସୀ ନ୍ୟାସନାଲ ଲିବରେସନ ଆର୍ମୀ (All Tribal National Liberation Army), ଆସାମ ଆଦିବାସୀ କୋବ୍ରା ମିଲିଟାଣ୍ଟସ୍ (Assam Tribal Cobra Militants), ବିର୍ସା କମାଣ୍ଡୋ ଫୋର୍ସ (Birsa Commando Force), ସାନ୍ଥାଲ ଟାଇଗର ଫୋର୍ସ (Santhali Tiger Force) ଏବଂ ଆଦିବାସି ପିପୁଲ୍ସ ଆର୍ମି (Tribal Peoples Army) ମଧ୍ୟରେ ସ୍ୱାକ୍ଷରିତ କରାଯିବା ନେଇ ଆଶା କରାଯାଉଛି।

ଏନେଇ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଏହି ୫ ଆଦିବାସୀ ସଙ୍ଗଠନ (Tribal Association) ସହ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ଆଶା କରାଯାଉଛି। ଯିଏ ସରକାରଙ୍କ ସହ ଅସ୍ତ୍ରବିରତି ଚୁକ୍ତିରେ ଜଡିତ ଅଛନ୍ତି। ଆସାମ ମାଟିରେ ସକ୍ରିୟ ରହିଥିବା ଏହି ଆଦିବାସୀ ସଙ୍ଗଠନ ବିଗତ କିଛି ବର୍ଷ ପୂର୍ବରୁ ଅପରେସନ ସ୍ଥଗିତ ରଖାବାକୁ ଘୋଷଣା କରିବା ପରେ ସଂଘର୍ଷ ବିରାମ ହୋଇଛି। ବର୍ତ୍ତମାନ ସେମାନେ ଶାନ୍ତି ଆଲୋଚନା କରୁଛନ୍ତି। ଏହି ଗୋଷ୍ଠୀର ଶହେରୁ ଅଧିକ କାର୍ଯ୍ୟକର୍ତ୍ତା ବର୍ତ୍ତମାନ ଆସାମ ପୋଲିସ ପ୍ରଶାସନର ସୁରକ୍ଷା ଅଧୀନରେ ନିର୍ମିତ କ୍ୟାମ୍ପ ପରିସରରେ ଅସ୍ଥାୟୀ ଭାବେ ବାସବାସ କରୁଛନ୍ତି।

Also Read: Nagaland: ରାଜ୍ୟ ସମସ୍ୟାର ସମାଧାନ କରିବା ନେଇ ଗୃହମନ୍ତ୍ରୀଙ୍କୁ ଦାବି ଜଣାଇଲା ନାଗା ସମୂହ

ଚୁକ୍ତିନାମା ସ୍ୱାକ୍ଷର ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ (Assam CM Himanta Biswa Sarma) ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ଆସାମ ସମେତ ଦେଶର ଅନ୍ୟ ପୂର୍ବୋତ୍ତର ରାଜ୍ୟରେ ଶାନ୍ତି ଆଣିବାକୁ ଲକ୍ଷ୍ୟରେ କରା ଯାଉଥିବା ଚୁକ୍ତିନାମା ସ୍ୱାକ୍ଷର ବେଳେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ।

ଶାନ୍ତି ସ୍ଥାପନ ଲାଗି ଏହି ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି ଗୃହ ମନ୍ତ୍ରଣାଳୟକୁ ଯିବା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଆସାମ ହାଉସ ଠାରେ ୫ ଉଗ୍ରବାଦୀ ସଙ୍ଗଠନର ସଦସ୍ୟଙ୍କୁ ଭେଟିବେ। ଏହାପୂର୍ବରୁ ସେ ବିଦ୍ରୋହୀ ଆଦିବାସୀ ଗୋଷ୍ଠୀ ସହିତ ଅନ୍ତିମ ସମାଧାନ କରିବା ସମ୍ପର୍କରେ ଏକ ବୈଠକ କରିଥିଲେ।

Also Read: ଆତଙ୍କବାଦ ପରେ ଦେଶରେ ୮୦% ହ୍ରାସ ପାଇଛି ଉଗ୍ରବାଦ

ଗତ ୨୦୨୦ ଜାନୁଆରୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୫୦ ବର୍ଷରୁ ଅଧିକ ପୁରୁଣା ବୋଡୋ ସଙ୍କଟ ଦୂର କରିବା ପାଇଁ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଭାରତ ସରକାର, ଆସାମ ସରକାର ଏବଂ ବୋଡୋ ପ୍ରତିନିଧୀଙ୍କ ମଧ୍ୟରେ ଏକ ଐତିହାସିକ ଚୁକ୍ତିନାମା ସ୍ୱାକ୍ଷର କରିବାରେ ଅଧ୍ୟକ୍ଷତା କରିଥିଲେ। ଏହି ଚୁକ୍ତିନାମା ପରେ ୨୦୨୦ ଜାନୁଆରୀ ୩୦ ତାରିଖରେ ତିନୋଟି ନ୍ୟାସନାଲ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ଅଫ୍ ବୋଡୋଲାଣ୍ଡ (National Democratic Front of Boroland) ଏନଡିଏଫବି (NDFB) ଗୋଷ୍ଠୀର ମୋଟ ୧୬୧୫ କ୍ୟାଡର ଅସ୍ତ୍ର ପରିତ୍ୟାଗ କରିଥିଲେ। ଏହି ଅବସରରେ ଏନଡିଏଫବି ସଦସ୍ୟ AK 47 ରାଇଫଲ, ଲାଇଟ ମେସିନ ଗନ, ଷ୍ଟେନ ଗନ ସମେତ ୪୮୦୦ ରୁ ଅଧିକ ଅସ୍ତ୍ରଶସ୍ତ୍ର ସମର୍ପଣ କରିଥିଲେ।

 

Read More
{}{}