Hindi News >>Home >>Odisha National-International

5G Services: ଆକ୍ସନ ମୋଡରେ ଭାରତ ସରକାର, ମୋବାଇଲ କମ୍ପାନୀକୁ ଦେଲେ ଚେତାବନୀ

5G Mobile Service: 5G ସେବା ପାଇଁ ମୋବାଇଲ୍ ଫୋନ୍ ପାଇଁ ସଫ୍ଟୱେର୍ ଅପଡେଟ୍ କରିବାକୁ ସରକାର ମୋବାଇଲ୍ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisement
5G Services: ଆକ୍ସନ ମୋଡରେ ଭାରତ ସରକାର, ମୋବାଇଲ କମ୍ପାନୀକୁ ଦେଲେ ଚେତାବନୀ
Stop
Subhramjit Ray|Updated: Oct 12, 2022, 04:33 PM IST

5G in India: ଦେଶରେ ଆରମ୍ଭ ହୋଇସାରିଛି 5G ମୋବାଇଲ ସେବା। ଦେଶବାସୀଙ୍କ ପାଖରେ ଏହି ସେବା ପହଞ୍ଚାଇବା ପାଇଁ ଅଣ୍ଟା ଭିଡି଼ଛନ୍ତି ଭାରତ ସରକାର। ମୋବାଇଲ୍ କମ୍ପାନୀ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇ ସରକାର କହିଛନ୍ତି ଯେ 5G ଯଥାଶୀଘ୍ର ଲୋକଙ୍କ ମୋବାଇଲ୍ ରେ ପହଞ୍ଚିବା ଆବଶ୍ୟକ। 5G ସେବା ପାଇଁ ମୋବାଇଲ୍ ଫୋନ୍ ପାଇଁ ସଫ୍ଟୱେର୍ ଅପଡେଟ୍ କରିବାକୁ ସରକାର ମୋବାଇଲ୍ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖୁବ ଶୀଘ୍ର OTA (Over the Air) ଅଧ୍ୟୟନ ଆରମ୍ଭ କରିବାକୁ ସରକାର କହିଛନ୍ତି।

ଭାରତ ସରକାରଙ୍କ (Govt of India) ନିର୍ଦ୍ଦେଶ ଉପରେ ଜବାବ ରଖିଛନ୍ତି ମୋବାଇଲ ନିର୍ମାତା (Mobile Manufacturer)। ଏନେଇ ମୋବାଇଲ କମ୍ପାନୀ କହିଛନ୍ତି ଯେ ସେମାନେ ଟେଲିକମ୍ କମ୍ପାନୀ (Telecom Company) ସହି ମିଶି କାମ କରୁଛନ୍ତି। ନଭେମ୍ବର ସୁଦ୍ଧା ସମସ୍ତ 5G ସକ୍ଷମ ଫୋନ (5G Enabled Phone) ରେ 5G ସେବା (5G Service) ପହଞ୍ଚାଇବାକୁ ସମୟ ମାଗିଛନ୍ତି। ସରକାର ଚାହୁଁଛନ୍ତି ଯେ ପ୍ରତ୍ୟେକ ମୋବାଇଲ୍ କମ୍ପାନୀ, ସେମାନଙ୍କ ଗ୍ରାହକଙ୍କୁ ଯଥାଶୀଘ୍ର 5G ସେବା ପ୍ରଦାନ କରନ୍ତୁ। ଅକ୍ଟୋବର ୧ ତାରିରେ ଦେଶରେ 5G ଲଞ୍ଚ ହେବା ପରେ 5G ସେବା ଅନେକ ମୋବାଇଲ୍ ଡିଭାଇସ (Mobile Device) ରେ କାମ କରୁନଥିଲା। ଯାହା ବାବଦଦରେ DoT ଗୁରୁବାର ସମସ୍ତ ମୋବାଇଲ୍ ଫୋନ୍ ଉତ୍ପାଦନକାରୀଙ୍କ ସହ ଏକ ବୈଠକ କରିଥିଲା।

Also Read: Odisha: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (Ministry of Electronics and Information Technology) ସଚିବ ଏହି ବୈଠକରେ ଉପସ୍ଥିତ ରହିଥିଲେ। ଏହି ବୈଠକରେ ସରକାର ୩୦ ଜଣରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଆମନ୍ତ୍ରଣ କରିଥିଲେ। ଯେଉଁଥିରେ ଫୋନ୍ ନିର୍ମାତା, ଚିପ୍ ନିର୍ମାତା, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ସେବା ପ୍ରଦାନକାରୀ ଏବଂ ଅନେକ ଶିଳ୍ପ ସଙ୍ଗଠନ ଅନ୍ତର୍ଭୂକ୍ତ ରହିଥିଲେ।

ବର୍ତ୍ତମାନ 5G ମୋବାଇଲ୍ ଫୋନ୍ ସତ୍ତ୍ୱେ ଗ୍ରାହକ 5G ସେବାର ଲାଭ ଉଠାଇ ପାରୁନାହାଁନ୍ତି। ଖୁବ ଶୀଘ୍ର ଏହାକୁ ଅପଡେ଼ଟ କରାଯିବ। ଏପରିକି ଆଇଫୋନ ବ୍ୟବହାରକାରୀ (iPhone User) 5G ସେବାର ସୁବିଧା ପାଇପାରୁ ନାହାଁନ୍ତି। ଆହୁରି ମଧ୍ୟ, ଅନେକ ସାମସଙ୍ଗ ଫୋନ ରେ 5G ସଫ୍ଟୱେର୍ ଅପଡେଟ୍ (5G Software Upgradation System) ନାହିଁ। ବର୍ତ୍ତମାନ କେବଳ ୯ଟି ଫୋନରେ 5G ଅପଡେଟ୍ ସୁବିଧା ଦିଆଯାଇଛି। ୱାନ ପ୍ଲସ୍ ବ୍ୟବହାରକାରୀ (One Plus User) ମଧ୍ୟ ଅପଡେଟ କୁ ଅପେକ୍ଷା କରିଛନ୍ତି। ଯଦିଓ ଜିଓମି (Xiaomi), ଭିଭୋ (Vivo), ରିଅଲ ମି (Realme), ଓପୋ (Oppo), 5G ଏୟାରଟେଲ ନେଟୱାର୍ଡ (5G Airtel Network) ପାଇଁ ଅପଡେଟ୍ ଜାରି କରିଛି।

Also Read: 5G in India: ଦେଶରେ କେବେ ଉପଲବ୍ଧ ହେବ 5G? ଜବାବ ରଖିଲେ ପ୍ରଧାନମନ୍ତ୍ରୀ

ଆଇଫୋନ୍ ପାଇଁ 5G ଅପଡେଟ୍ ଉପରେ  ପ୍ରତିକ୍ରିୟା ରଖିଛି ଆପଲ୍। ଏନେଇ କୁହାଯାଇଛନ୍ତି ଯେ କମ୍ପାନୀ ଭାରତରେ ଏହାର କ୍ୟାରିଅର୍ ପାର୍ଟନର ସହ କାମ କରୁଛି। ନେଟୱର୍କ ପରୀକ୍ଷା ସମାପ୍ତ ହେବା ମାତ୍ରେ ଆଇଫୋନ୍ ବ୍ୟବହାରକାରୀ 5G ସୁବିଧା ପାଇବେ। ଏକ ସଫ୍ଟୱେର୍ ଅପଡେଟ୍ ମାଧ୍ୟମରେ 5G ସକ୍ଷମ ହେବ। ଆସନ୍ତା ଡିସେମ୍ବର ସୁଦ୍ଧା ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ 5G ସେବା ଆରମ୍ଭ ହୋଇଯିବ।

 

Read More
{}{}