Hindi News >>Home >>Odisha National-International

Aadhar Card Update: ଖୁସି ଖବର! ମାଗଣା ଆଧାର ସଂଶୋଧନ ନେଇ ଅବଧି ବଢାଇଲେ ସରକାର

Aadhar card update: ଦେଶର ଜନସାଧାରଣଙ୍କ ପାଇଁ ଆସିଲା ଖୁସି ଖବର । ଆଧାର ସଂଶୋଧନ ଅବଧିକୁ (Aadhar Card Update extended date) ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର (central government) । ତେବେ ଏହି ସମୟ ସୀମାକୁ ଆସନ୍ତା ଡିସେମ୍ବର ୧୪ ତାରିଖ ଯାଏଁ ବଢାଯାଇଛି ।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Sep 17, 2023, 09:32 AM IST

Aadhar card update: ଦେଶର ଜନସାଧାରଣଙ୍କ ପାଇଁ ଆସିଲା ଖୁସି ଖବର । ଆଧାର ସଂଶୋଧନ ଅବଧିକୁ (Aadhar Card Update extended date) ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର (central government) । ତେବେ ଏହି ସମୟ ସୀମାକୁ ଆସନ୍ତା ଡିସେମ୍ବର ୧୪ ତାରିଖ ଯାଏଁ ବଢାଯାଇଛି ।

ସୂଚନା ଅନୁଯାୟୀ, ପୂର୍ବରୁ ପ୍ରଥମେ ଜୁନ୍ ୧୪ ପରେ ସେପ୍ଟେମ୍ବର ୧୪ ତାରିଖ ଯାଏଁ ଆଧାର ସଂଶୋଧନ ଅବଧିକୁ ବଢାଯାଇଥିଲା । ଅର୍ଥାତ୍ ଏହି ସମୟ ମଧ୍ୟରେ ଜନସାଧାରଣ ବିନା ମୂଲ୍ୟରେ ଆଧାର ଅପଡ଼େଟ କରିପାରିବେ । ତେବେ ଏହି ଅବଧି ମଧ୍ଯରେ ଆଧାର କାର୍ଡ଼ରେ (Aadhar Card) ଥିବା ଭୁଲ ସୂଚନାକୁ ସଂଶୋଧନ କରିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବିନା ମୂଲ୍ୟରେ ଆଧାର କାର୍ଡ଼ ସଂଶୋଧନ କରିବା ନେଇ ପୂର୍ବରୁ ସରକାର ଜୁନ୍ ୧୪ ତାରିଖ ଯାଏଁ ସମୟ ଦେଇଥିଲେ । ପରେ ଏହି ଅବଧିକୁ ସେପ୍ଟେମ୍ବର ୧୪ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା । ତେବେ ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁଣିଥରେ ଏହାର ଅବଧିକୁ ବୃଦ୍ଧି (Aadhar Card Update) କରାଯାଇଛି । ଏଣିକି ପ୍ରତ୍ୟେକ ଜନସାଧାରଣ ଆସନ୍ତା ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବିନା ମୂଲ୍ୟରେ ନିଜର ଅଧାର ଅପ୍‌ଡେଟ୍‌ କରିପାରିବେ ।

ତେବେ ଏହି ପଦକ୍ଷେପ ଡ଼ିଜିଟାଲ ଇଣ୍ତିଆର (Digital India) ଏକ ଅଂଶ ଅଟେ । ଯେଉଁଥିରେ UIDAI ଅଧିବାସୀମାନଙ୍କୁ MY Aadhaar ପୋର୍ଟଲରେ ମାଗଣା ଡକ୍ୟୁମେଣ୍ଟ ଅପଡ଼େଟ ସୁବିଧା ପାଇପାରିବେ । ସାଧାରଣତଃ କାର୍ଡ଼ରେ ସଂଶୋଧନ କରିବାକୁ ହେଲେ ପ୍ରତ୍ୟେକ ବିବରଣୀ ଅପଡ଼େଟ ପାଇଁ ୫୦ ଟଙ୍କା ଚାର୍ଜ ଲାଗିବ । ପ୍ରକାଶ ଥାଉ କି, ନିଜର ପରିଚୟ ପାଇଁ ଆଧାର କାର୍ଡ ଅତ୍ୟନ୍ତ ଜରୁରୀ  ଅଟେ। ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆଧାରର ନମ୍ବର ଆବଶ୍ୟକ ପଡ଼ିଥାଏ ।

Also Read-Elon Musk: ଡେଟ୍ ନକରି ନିଜ ସ୍ପର୍ମ ଦେଇଥିଲେ ଏଲନ ମସ୍କ, ଜାଣନ୍ତୁ କିଏ ସେହି ମହିଳା

Read More
{}{}