Hindi News >>Home >>Odisha National-International

Ganga Vilas Cruise: ଯାତ୍ରା ବେଳେ ଫସିଗଲା 'ଗଙ୍ଗା ବିଳାସ', ଜାଣନ୍ତୁ କାରଣ

Ganga Vilas Cruise News: ବିହାର ଠାରେ ପହଞ୍ଚିବା ପରେ ଗଙ୍ଗା ନଦୀରେ ଫସିଯାଇଥିଲା 'ଗଙ୍ଗା ବିଳାସ କ୍ରୁଜ୍'। ହେଲେ ନଦୀରେ ପାଣି କମ୍ ରହିଥିବାରୁ ଏହି ଜାହାଜ ନଦୀ ମଧ୍ୟରେ ଏକ ସ୍ଥାନରେ ଅଟକି ଯାଇଥିଲା। ବିହାର ଛାପ୍ରା ଠାରେ ଗଙ୍ଗା ବିଳାଶ କ୍ରୁଜ୍ ସହିତ ଏହି ଘଟଣା ଘଟିଥିଲା। ଛାପ୍ରାସ୍ଥିତ ଡୋରିଗଞ୍ଜ ବଜାର ନିକଟରେ ଫସି ଯାଇଥିଲା ଗଙ୍ଗା ବିଳାସ। 

Advertisement
Ganga Vilas Cruise: ଯାତ୍ରା ବେଳେ ଫସିଗଲା 'ଗଙ୍ଗା ବିଳାସ', ଜାଣନ୍ତୁ କାରଣ
Stop
Zee Odisha Desk|Updated: Jan 16, 2023, 10:07 PM IST

Ganga Vilas Cruise Stuck during Travel: ବିଶ୍ୱର ସର୍ବବୃହତ ନଦୀ କ୍ରୁଜ୍ 'ଗଙ୍ଗା ବିଳାସ' ୩ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଜ ପତାକା ଦେଖାଯିବା ପରେ ନିଜର ଯାତ୍ରା 
ଆରମ୍ଭ କରିଥିଲା। ଏହି ବିଳାସପୂର୍ଣ୍ଣ ଜାହାଜ ବାରାଣାସୀ ଠାରୁ ଡିବ୍ରୁଗଡ଼ ମଧ୍ୟରେ ଚଳାଚଳ କରିବ। ଏହି ଯାତ୍ରା ପୂରଣ କରିବା ପାଇଁ ୫୧ ଦିନ ସମୟ ଲାଗିବ। ବାରାଣାସୀ ଛାଡିବା ପରେ ଏହି ଜାହାଜ ବିହାର ଠାରେ ପହଞ୍ଚିଥିଲା। 

ହେଲେ ବିହାର (Bihar) ଠାରେ ପହଞ୍ଚିବା ପରେ ଗଙ୍ଗା ନଦୀରେ (Ganga River) ଫସିଯାଇଥିଲା 'ଗଙ୍ଗା ବିଳାସ କ୍ରୁଜ୍' (Ganga Vilas Cruise)। ହେଲେ ନଦୀରେ ପାଣି କମ୍ ରହିଥିବାରୁ 
ଏହି ଜାହାଜ ନଦୀ ମଧ୍ୟରେ ଏକ ସ୍ଥାନରେ ଅଟକି ଯାଇଥିଲା। ବିହାର ଛାପ୍ରା (Chapra) ଠାରେ ଗଙ୍ଗା ବିଳାଶ କ୍ରୁଜ୍ ସହିତ ଏହି ଘଟଣା ଘଟିଥିଲା। ଛାପ୍ରାସ୍ଥିତ ଡୋରିଗଞ୍ଜ ବଜାର (Chapra Doriganj Bazar) ନିକଟରେ ଫସି ଯାଇଥିଲା ଗଙ୍ଗା ବିଳାସ। ଡୋରିଗଞ୍ଜ ଛାପ୍ରା ଠାରୁ ୧୧ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ। ନଦୀର କମ ପାଣି ରହିଥିବା କାରଣରୁ ଏହି ଜାହାଜକୁ କୂଳ ପର୍ଯ୍ୟନ୍ତ ଆଣିବା କଷ୍ଟକର ଥିଲା।

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ବିହାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (State Disaster Response Force Bihar) ଏସଡିଆରଏଫ (SDRF)। ବିହାର ଏସଡ଼ିଆରଏଫ (Bihar SDRF) ଦଳ ଘଟଣାସ୍ଥଳରେ ପହଞ୍ଚି ଏହି ଜାହାଜରେ ରହିଥିବା ପର୍ଯ୍ୟଟକଙ୍କୁ ଏକ ଛୋଟ ଡଙ୍ଗା ଜରିଆରେ ସାହାଯ୍ୟ କରିଥିଲେ। ଯେପରି ପର୍ଯ୍ୟଟକ ଚିରାନ୍ଦ ସାରାନ (Chirand Saran) ଠାରେ ପହଞ୍ଚିବାରେ କୌଣସି ଅସୁବିଧାର ସାମ୍ନା କରିବେ ନାହିଁ। ଏନେଇ ପ୍ରତିକ୍ରିୟା ରଖି ଛାପ୍ରା ସିଓ ସତ୍ୟେନ୍ଦ୍ର ସିଂହ କହିଛନ୍ତି ଯେ ଚିରାନ୍ଦ ଠାରେ ପର୍ଯ୍ୟଟକଙ୍କ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି।

ଗଙ୍ଗା ନଦୀରେ କମ୍ ଜଳ ସମସ୍ୟା ସାମ୍ନାକୁ ଆସିବା ପରେ ନଦୀ ଘାଟରେ ଏସଡିଆରଏଫ ଟିମ୍ ନିୟୋଜିତ କରାଯାଇଥିଲା। ଯାହା ଦ୍ୱାରା ଯଦି କୌଣସି ଅଘଟଣ ଘଟେ ତାହାଲେ ଏଭଳି ଘଟଣାରେ ତତ୍କାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ନଦୀରେ କମ୍ ପାଣି ରହିଥିବାରୁ ଏହି ଜାହାଜକୁ କୂଳକୁ ଆଣିବାରେ ଅସୁବିଧା ହୋଇଥିଲା। ଏହି ସମସ୍ୟା କାରଣରୁ ପର୍ଯ୍ୟଟକଙ୍କୁ ଛୋଟ ଡଙ୍ଗା ସାହାର୍ଯ୍ୟରେ ଆଣିବା ପାଇଁ ଉଦ୍ୟମ କରାଯାଇଥିଲା। 

ବାରାଣାସୀ ଠାରୁ ଗଙ୍ଗା ନଦୀରେ ଡିବ୍ରୁଗଡ ଅଭିମୁଖେ (Varanasi to Dibrugarh Cruise) ଯାତ୍ରା କରିଥିବା 'ଗଙ୍ଗା ବିଳାସ କ୍ରୁଜ୍' ଜାନୁଆରୀ ୧୬ ତାରିଖ ସୋମବାର ମଧ୍ୟାହ୍ନ ସମୟରେ ବିହାର ଛାପ୍ରା ଠାରେ ଅଟକି ଯାଇଥିଲା। ସେଠାରୁ ଜାହାଜକୁ ବାହାର କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା। କ୍ରୁଜ୍ ଫସିଯିବା ମାତ୍ରେ ଏସଡିଆରଏଫ ଦଳକୁ ଡକାଯାଇଥିଲା। ଏହା ପରେ ପାଇପ୍ ବ୍ରିଜ୍ ଖୋଲିବା ପରେ କ୍ରୁଜ୍ ଆଗକୁ 
ବଢିଥିଲା। 

ଏହି କ୍ରୁଜ୍ ବାରାଣାସୀରୁ ବାହାରିବାର ପର ଦିନ ବିହାର ସୀମାରେ ପ୍ରବେଶ କରିଥିଲା। ବିହାରର ବକ୍ସର ଜିଲ୍ଲା ଦେଇ ପୂର୍ବ ଦିଗରେ ଆଗକୁ ବଢୁଥିଲା। ହେଲେ ଯେତେବେଳେ କ୍ରୁଜ୍ ଛାପ୍ରା ଡୋରିଗଞ୍ଜ ଅଞ୍ଚଳରେ ପହଞ୍ଚିଥିଲା, ସେତେବେଳେ ସେଠାରେ ଫସି ଯାଇଥିଲା। ଏହି ଘଟଣା ସମ୍ପର୍କରେ ତୁରନ୍ତ ପ୍ରଶାସନକୁ ଡକା ଯାଇଥିଲା। ଏନେଇ ଖବର ପାଇବା ପରେ ପ୍ରଶାସନ ଘଟଣାସ୍ଥଳକୁ ଏସଡିଆରଏଫ ଦଳ ପଠାଇଥିଲା। ସ୍ଥାନୀୟ ଦାନାପୁର ଦିଆରାର ଲାଇଫ୍ ଲାଇନ୍ କୁହାଯାଉଥିବା ପାଇପ୍ ବ୍ରିଜ୍  ଖୋଲାଯିବା ପରେ ଏହି କ୍ରୁଜ୍ ଆଗକୁ ବଢି ପୁନର୍ବାର ଏହାର ଯାତ୍ରା ଆରମ୍ଭ କରିଥିଲା।

Read More
{}{}