Hindi News >>Home >>Odisha National-International

Free Ration: ରାସନ କାର୍ଡଧାରୀଙ୍କ ପାଇଁ ଲାଗିଲା ଲଟେରୀ, ଅକ୍ଟୋବରରୁ ମୋଦି ସରକାର ଦେବେ ଏହି ଖାସ୍ ସୁବିଧା!

Free Ration: COVID-19 କାରଣରୁ ଗରିବ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସରକାର ମାଗଣା ରାସନ ଯୋଜନା ଆଣିଥିଲେ । ଏଥି ସହିତ ଗତ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ ପ୍ରାୟ ୨.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ମାର୍ଚ୍ଚରେ ଏହି ଯୋଜନା ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା ।

Advertisement
Free Ration: ରାସନ କାର୍ଡଧାରୀଙ୍କ ପାଇଁ ଲାଗିଲା ଲଟେରୀ, ଅକ୍ଟୋବରରୁ ମୋଦି ସରକାର ଦେବେ ଏହି ଖାସ୍ ସୁବିଧା!
Stop
Zee Odisha Desk|Updated: Sep 27, 2022, 10:18 AM IST

ନୂଆଦିଲ୍ଲୀ: Free Ration: ଯଦି ଆପଣଙ୍କର ରାସନ କାର୍ଡ (Ration Caed) ଅଛି ଓ ଆପଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ମାଗଣା ରାସନ (Free Ration) ପାଉଛନ୍ତି । ତେବେ ଏହି ଖବର ଆପଣଙ୍କ ଜରୁରୀ । ବାସ୍ତବରେ ଏହି ଯୋଜନା ଏପ୍ରିଲ୍ ୨୦୨୦ରେ କୋରୋନା କାଳରେ ଆରମ୍ଭ କରାଯାଇଥିଲା । ପରେ ମାର୍ଚ୍ଚ ୨୦୨୨ ରେ ଏହି ଯୋଜନା ଛଅ ମାସ ପାଇଁ ଅର୍ଥାତ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଅର୍ଥାତ ଏହି ମାଗଣା ରାସନ ବିତରଣର ଶେଷ ମାସ ହେଉଛି ସେପ୍ଟେମ୍ବର ୨୦୨୨ । ବର୍ତ୍ତମାନ ଚର୍ଚ୍ଚା ଚାଲିଛି ଯେ ଏହି ଯୋଜନାକୁ କେନ୍ଦ୍ରର ମୋଦି ସରକାର (Modi Government) ପୁଣି ଥରେ ବୃଦ୍ଧି କରିପାରନ୍ତି ।

ମାର୍ଚ୍ଚ, ୨୦୨୦ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରାଯାଇଥିଲା । ଏହା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅଧୀନରେ ଥିବା ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ପ୍ରତି ମାସରେ ମାଗଣାରେ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ସରକାରଙ୍କ ଏହି ଯୋଜନାକୁ ନେଇ ଏଥି ପାଇଁ ଚର୍ଚ୍ଚା ହେଉଛି କାରଣ ୮୦ କୋଟି ଲୋକ ଏହା ସହ ସିଧାସଳଖ ଜଡିତ ଅଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାଗଣା ରାସନ ବଣ୍ଟନ କରିବାର ଏହି ବୃହତ ଯୋଜନାକୁ ଛଅ ମାସ (ମାର୍ଚ୍ଚ ୨୦୨୩ ସୁଦ୍ଧା) ବୃଦ୍ଧି କରିବାକୁ କେନ୍ଦ୍ର ସରକାର ପୁଣି ଥରେ ମନ ସ୍ଥିର କରିନେଇଛନ୍ତି । କେନ୍ଦ୍ରୀୟ ଖାଦ୍ୟ ବିଭାଗର ସଚିବ ଏହାକୁ ନେଇ ସଙ୍କେତ ମଧ୍ୟ ଦେଇଛନ୍ତି । ତେବେ ଏହା ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ ।

ଅଧିକ ପଢ଼ନ୍ତୁ:-ଶୀତ ଦିନରେ ସଞ୍ଜିବନୀ ପାଲଟିଥାଏ ପିଜୁଳି ପତ୍ର, ଏହି ସବୁ ରୋଗରୁ କରିବ ରକ୍ଷା...

ଅଧିକ ପଢ଼ନ୍ତୁ:-ଆମେରିକାକୁ ଚୀନର ଖୋଲା ଚ୍ୟାଲେଞ୍ଜ, ଡ୍ରାଗନର ଏହି ପଦକ୍ଷେପରୁ ବାଇଡେନଙ୍କ ଉଡ଼ିଲା ହୋସ୍!

ଅଧିକ ପଢ଼ନ୍ତୁ:-ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ହେବ ନାହିଁ ନିର୍ବାଚନ, ଏହି ବ୍ୟକ୍ତି ପୁଣି ସମ୍ଭାଳିବେ କମାଣ

 

COVID-19 କାରଣରୁ ଗରିବ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସରକାର ମାଗଣା ରାସନ ଯୋଜନା ଆଣିଥିଲେ । ଏଥି ସହିତ ଗତ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ ପ୍ରାୟ ୨.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ମାର୍ଚ୍ଚରେ ଏହି ଯୋଜନା ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା । ଏହି କାରଣରୁ ଏହି ଯୋଜନାରେ ଆଉ ୮୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । କୋଭିଡ-19 ମହାମାରୀ ଯୋଗୁ ଲାଗୁ ହୋଇଥିବା ଲକଡାଉନ୍ ସମୟରେ ଏହା ଗରିବ ପରିବାରକୁ ବହୁତ ସାହାଯ୍ୟ କରିଥିଲା ।​ NFSA ଅଧୀନରେ ଥିବା ସାଧାରଣ ଆବଣ୍ଟନଠାରୁ ଏହା ଅଧିକ । ଏହି ଯୋଜନା ଅନେକ ଥର ବୃଦ୍ଧି କରାଯାଇଛି ଓ ବର୍ତ୍ତମାନ  ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ଅଛି ।

ଏଠାରେ କହି ରଖୁଛୁ ଯେ, ମାର୍ଚ୍ଚ ୨୦୨୦ରେ କେନ୍ଦ୍ର ସରକାରଙ୍କ ତରଫରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନ୍ତର୍ଗତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PM-GKAY) ଆରମ୍ଭ କରାଯାଇଥିଲା । ଏହା ଅନ୍ତର୍ଗତ ମାସକୁ ୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ୮୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି । । ଏହି ଯୋଜନା ଯୋଗୁଁ COVID ମହାମାରୀ ସମୟରେ ଲୋକଙ୍କ ଅସୁବିଧା ମଧ୍ୟ ବହୁତ କମ୍ ହୋଇଛି ।

Read More
{}{}