Hindi News >>Home >>Odisha National-International

Free drones : ମହିଳା ଗୋଷ୍ଠୀଙ୍କୁ ମାଗଣା ଡ୍ରୋନ୍‍, କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୧୨୬୧ କୋଟି

ଏହା ସହ ଅନ୍ୟ ଖାଦ୍ୟସାମଗ୍ରୀ ଯେମିତି ଚଣାଡାଲିବି ପ୍ରଦାନ କରାଯାଉଛି। ୮୦ କୋଟି ଲୋକ ଏଥିରେ ଉପକୃତ ହୋଇଛନ୍ତି। ଏହାକୁ ଜାନୁୟାରୀ ୨୦୨୩ ଯାଏ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିଲା।  

Advertisement
Free drones : ମହିଳା ଗୋଷ୍ଠୀଙ୍କୁ ମାଗଣା ଡ୍ରୋନ୍‍, କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୧୨୬୧ କୋଟି
Stop
Zee Odisha Desk|Updated: Nov 29, 2023, 04:31 PM IST

Free drones :  ଭୁବନେଶ୍ୱର: କୃଷି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ଆହୁରି ସଶକ୍ତ କରିବା ଲାଗି କେନ୍ଦ୍ର ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଡ୍ରୋନ୍‍ ବାଣ୍ଟିବେ। ୪ ବର୍ଷ ଭିତରେ ସରକାର ଏହି ଡ୍ରୋନ୍‍ ବାଣ୍ଟିବେ। ଏହାଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀସଦସ୍ୟମାନେ କୃଷି କ୍ଷେତ୍ରରେ ଉପଯୋଗଲାଗି ଚାଷୀଙ୍କୁ ଭଡ଼ା ଦେଇ ଉପାର୍ଜନ କରିବାକୁ ସକ୍ଷମ ହେବେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଗୋଟିଏ ପଟେ କୃଷି କ୍ଷେତ୍ରରେ ଟେକ୍ନାଲୋଜିକୁ ଉପଯୋଗ କରିବାକୁ ସହାୟକ ହେବାକୁ ଥିବାବେଳେ ଅନ୍ୟ ପକ୍ଷେ ମହିଳାଙ୍କୁ ସଶକ୍ତ କରାଇବ।  ଏଥିରେ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁକେନ୍ଦ୍ର କ୍ୟାବିନେଟ୍‍ ମଞ୍ଜୁରୀ ପ୍ରଦାନ କରିଛନ୍ତି। 

ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ‘ଲକ୍ଷପତି ଦିଦି’ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି। ଯୋଜନାର ଅଂଶଭାବେ  ସରକାର ପ୍ରତି  ଇଛୁକ ଗୋଷ୍ଠିଙ୍କୁ ଡ୍ରୋନ୍‍ ଏବଂ ଅନ୍ୟ ଯନ୍ତ୍ରାଂଶ ବାବଦକୁ ୮୦ ପ୍ରତିଶତ ଖର୍ଚ୍ଚ ପ୍ରଦାନ କରିବେ। ଏଥିପାଇଁ ସର୍ବାଧିକ ୮ ଲକ୍ଷ ଟଙ୍କା ଗୋଟିଏ ଏସ୍‍ଏଚ୍‍ଜିକୁ ପ୍ରଦାନ କରାଯିବ। ଏହି ଟଙ୍କାରେ ଡ୍ରୋନ୍‍ କିଣି ସେମାନେ କୃଷି କ୍ଷେତ୍ରରେ କୀଟନାଶକ, ସାର ତଥା ବିହନ ସିଞ୍ଚନ ଲାଗି ଉପଯୋଗ କରିପାରିବେ। ଖାଲି ସେତିକି ନୁହେଁ କେମିତି ଏ ଡ୍ରୋନ ବ୍ୟବହାର କରାଯିବ, କୀଟନାଶକ ଓ ସାର କେମିତି ସିଞ୍ଚନ କରାଯିବ ସେ ନେଇ ଏକ୧୦ ଦିନିଆ ତାଲିମ ମଧ୍ୟ ପ୍ରଦାନ କରାଯିବ।  

କେନ୍ଦ୍ର ସରକାରଙ୍କ କ୍ୟେବିନେଟ୍‍ ବୈଠକରେ ଆଜି ହିତାଧିକାରୀଙ୍କୁ ଆହୁରି ୫ ବର୍ଷ ଲାଗି ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ଅନୁମତି ପ୍ରଦାନ କରାଯାଇଛି। ପିଏମ୍‍ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ମାଗଣା ରାସନ ପ୍ରଦାନ କରାଯିବ। ଏହି ଯୋଜନା କୋଭିଡ୍‍ ମହାମାରୀ ସମୟରେ ଆରମ୍ଭ କରାଯାଇଥିଲା। ଏଥିରେ ପ୍ରତି ରାସ଼କାର୍ଡଧାରୀଙ୍କୁ ମାଗଣାରେ ୫ କିଲୋ ଗହମ ବା ଚାଉଳ ପ୍ରଦାନ କରାଯାଉଛି। ଏହା ସହ ଅନ୍ୟ ଖାଦ୍ୟସାମଗ୍ରୀ ଯେମିତି ଚଣାଡାଲିବି ପ୍ରଦାନ କରାଯାଉଛି। ୮୦ କୋଟି ଲୋକ ଏଥିରେ ଉପକୃତ ହୋଇଛନ୍ତି। ଏହାକୁ ଜାନୁୟାରୀ ୨୦୨୩ ଯାଏ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିଲା।  

Read More
{}{}