Hindi News >>Home >>Odisha National-International

Emmanuel Macron: ଆଜି ଆସିବେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍‍, ପ୍ରତିରକ୍ଷା, ବାଣିଜ୍ୟ ସମ୍ପର୍କିତ ଚୁକ୍ତିକୁ ନେଇ ଉତ୍ସାହିତ ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‍ ମାକ୍ରନ୍‍ ଦୁଇଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିବେ। ୭୫ତମ ଗଣରାଜ୍ୟ ଦିବସରେ ଆୟୋଜିତ ପରେଡରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆଜି ଜୟପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ଜୟପୁରରେ ଭାରତର ଐତିହ୍ୟ ସହ ପରିଚିତ କରାଇବେ।  ଶ୍ରୀ ମାକ୍

Advertisement
Emmanuel Macron: ଆଜି ଆସିବେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍‍, ପ୍ରତିରକ୍ଷା, ବାଣିଜ୍ୟ ସମ୍ପର୍କିତ ଚୁକ୍ତିକୁ ନେଇ ଉତ୍ସାହିତ ଭାରତ
Stop
Zee Odisha Desk|Updated: Jan 25, 2024, 06:35 AM IST

Emmanuel Macron: ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‍ ମାକ୍ରନ୍‍ ଦୁଇଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିବେ। ୭୫ତମ ଗଣରାଜ୍ୟ ଦିବସରେ ଆୟୋଜିତ ପରେଡରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆଜି ଜୟପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ଜୟପୁରରେ ଭାରତର ଐତିହ୍ୟ ସହ ପରିଚିତ କରାଇବେ। 

ଶ୍ରୀ ମାକ୍ରନ୍‍ଙ୍କ ଗସ୍ତ ଅବସରରେ ଭାରତ-ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ମଜଭୁତ ହେବାର ସମ୍ଭାବନା ରହିଛି। ବାଣିଜ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ଦୁଇଦେଶ ମଧ୍ୟ କିଛି ନୂଆ ଘୋଷଣା ଓ ଚୁକ୍ତି ସ୍ୱାକ୍ଷର ହୋଇପାରେ। ଭାରତରେ ଥିବା ଫ୍ରାନ୍ସ ଦୂତାବାସ କହିଛି ଯେ, ଜଳାୟୁ ପରିବର୍ତ୍ତନ, ଜୈବ ବିବିଧତା,  ଦାରିଦ୍ର୍ୟ ଦୂରୀକରଣ ସହ ବିଭିନ୍ନ କ୍ଷେତ୍ରରେ ନିବେଶକୁ ନେଇ ଦ୍ୱିପାକ୍ଷିକ ଚୁକ୍ତି ସମ୍ଭାବନା ରହିଛି। 
ଭାରତ ନିଜର ପ୍ରଥମ ନିଜସ୍ୱ ଜ୍ଞାନ କୌଶଳରେ ନିର୍ମାଣ କରିଥିବା ବିମାନ ପରିବାହକ ଜାହାଜ ଆଇଏନ୍‍ଏସ୍‍ ବିକ୍ରାନ୍ତ ପାଇ: ୨୬ ଣାଫେଲ୍‍ ଏମ୍‍ ଫାଇଟର ଫ୍ରାନ୍ସରୁ କିଣିବାକୁ ଯାଉଛି। 

ଏହି ଜାହାଜ ୪୫ହଜାର ଟନ୍‍ ଓଜନର ସାମଗ୍ରୀ ପରିବହନ କରିବା କ୍ଷମତା ରଖିଛି। ଏହା ସହ ଫ୍ରାନ୍ସ ଠାରୁ ସମୁଦ୍ର ଗର୍ଭରେ କ୍ଷମତା ବୃଢ଼ାଇବା ପାଇଁ ଉପକରଣ ଓ ଟକ୍ନୋଲୋଜି କିଣିବା ପାଇଁ ଆଗ୍ରହୀ ରହିଛି। ଏହି ଦୁଇ ଚୁକ୍ତି ପ୍ରାୟ ୯ରୁ ୧୦ ବିଲିୟନ୍‍ ପାଉଣ୍ଡ ମୂଲ୍ୟର ହେବ। ଏହା ସହ ଭାରତ ଫ୍ରାନ୍ସ ଭିତରେ ରଣନୀତିକ ଚୁକ୍ତିର ମଧ୍ୟ ନବୀକରଣ ହେବା କାର୍ଯ୍ୟକ୍ରମ ରହିଛି।

Read More
{}{}