Hindi News >>Home >>Odisha National-International

Pervez Musharraf Passes Away: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଦେହାନ୍ତ

Pervez Musharraf Passes Away News: ୨୦୧୩ରେ ମୁଶାରଫଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା । ସେ ୨୦୦୭ରେ ପାକିସ୍ତାନ ସମ୍ବିଧାନକୁ ରଦ୍ଦ କରି ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ। ଏହି ସମୟରେ ବହୁ ବିଚାରପତି ଓ ରାଜନେତାକୁ ବନ୍ଦୀ କରି ରଖିଥିଲେ ମୁଶାରଫ । ଯାହାକୁ ନେଇ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। 

Advertisement
Pervez Musharraf Passes Away: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଦେହାନ୍ତ
Stop
Rasmita Sahoo|Updated: Feb 05, 2023, 12:21 PM IST

Pervez Musharraf Passes Away: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ(Pervez Musharraf)ଦେହାନ୍ତ ହୋଇଛି। ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଏହି ଖବର ଏବେ ସାମ୍ନାକୁ ଆସିଛି। ମୁଶାରଫ ଦୀର୍ଘ ସମୟ ଧରି ଅସୁସ୍ଥ ହୋଇ ଦୁବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଠାରେ କହିରଖୁଛୁ ମୁଶାରଫ Amyloidosis ରୋଗରେ ପୀଡିତ ଥିଲେ। ତେବେ ଏହାପୂର୍ବରୁ ୨୦୨୨ ମସିହାରେ ତାଙ୍କ ନିଧନ ନେଇ ଗୁଜବ ମଧ୍ୟ ସୃଷ୍ଟି ହୋଇଥିଲା । ପରେ ନିଜ ଟ୍ୱିଟର ଆକାଉଣ୍ଟରୁ ସେ ବଞ୍ଚିଥିବା ନେଇ ଟ୍ୱିଟ କରିଥିଲେ । 

ସୂଚନାନୁସାରେ, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୦୧୬ରୁ ଚିକିତ୍ସା ପାଇଁ ଦୁବାଇ ଯାଇଥିବା ମୁଶାରଫ ଆଉ ସ୍ବଦେଶ ଫେରିନଥିଲେ । ତେବେ ଦେଶଦ୍ରୋହ ଅପରାଧକୁ ନେଇ ସ୍ୱତନ୍ତ୍ର କୋର୍ଟ ୨୦୧୯ରେ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ(Musharraf Death Sentence) ଦେବା ପରେ, ତାଙ୍କ ପାକିସ୍ତାନ ଫେରିବା ସ୍ୱପ୍ନ ସଂପୂର୍ଣ୍ଣ ମଉଳି ଯାଇଥିଲା । ୧୯୯୯ କାରଗିଲ ଯୁଦ୍ଧକୁ ନେଇ ମୁଶାରଫ୍ ନିନ୍ଦିତ ହେବା ସହ ଭାରତ ପାକିସ୍ତାନ ତିକ୍ତତା ଚରମସୀମାରେ ପହଞ୍ଚିଥିଲା । ତେବେ ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ନଓ୍ୱାଜ୍ ସରିଫଙ୍କ ଅଗୋଚରରେ ସେନାମୁଖ୍ୟ ଥିବା ମୁଶାରଫ୍ ଏହି ପଦକ୍ଷେପ ନେଇଥିବା ନିଜେ ସରିଫ୍ ଅଭିଯୋଗ କରିଥିଲେ।

ଯେତେବେଳେ ମୁଶାରଫଙ୍କ(Pervez Musharraf)ମୃତ୍ୟୁ ଗୁଜବ ଯେବେ ସାମ୍ନାକୁ ଆସିଥିଲା ଏକ ସାକ୍ଷାତକାରରେ ସେ କହିଥିଲେ ଯେ, 'ମୁଁ ପାକିସ୍ତାନରେ ମରିବାକୁ ଚାହେଁ' । ଅତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫଙ୍କର ଏହା ଥିଲା ଶେଷ ଇଛା । ୨୦୧୬ରୁ ଦୁବାଇରେ ରହୁଥିବା ମୁଶାରଫ ଏଭଳି ଆଶା ପ୍ରକାଶ କରିଥିବା ପାକିସ୍ତାନ ମିଡିଆରେ ଚର୍ଚ୍ଚା ହେବା ପରେ ତାଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ଗ୍ରୀନ ସିଗନାଲ(Green Signal) ଦେଇଥିଲା ଦେଶର ସେନାବାହିନୀ । ହେଲେ ଦୁବାଇରେ ହିଁ ସେ ମୃତ୍ୟୁ ବରଣ କରିଥିବା ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି। 

ଏଠାରେ ସୂଚନାଯୋଗ୍ୟ, ୟୁଏଇ ସ୍ଥିତ ଆମେରିକାନ୍‌ ହସ୍ପିଟାଲ୍‌ରେ(American Hospital) ଆଜି ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ବୋଲି ସୂଚନା ରହିଛି। ଗଣମାଧ୍ୟମ ଅନୁସାରେ, ପରଭେଜ୍ ମୁଶାରଫ୍‌ଙ୍କ ଦେହାନ୍ତ ନେଇ ତାଙ୍କ ନିଜ ପରିବାର ଲୋକ ହିଁ ସୂଚନା ଦେଇଛନ୍ତି। ଗଭୀର ଅସୁସ୍ଥତା ଯୋଗୁ ୨ ସପ୍ତାହ ହେବ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରଭେଜ୍ ମୁଶାରଫ୍‌ ପାକିସ୍ତାନର ୧୦ତମ ରାଷ୍ଟ୍ରପତି ଥିଲେ। ମୁଶାରଫ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି (Pakistan President) ରହିଥିଲେ । 

Also Read: Asia Cup 2023: ପାକିସ୍ତାନ ନୁହେଁ, ଏହି ଦେଶରେ ଖେଳାଯିବ ଏସିଆ କପ୍ ୨୦୨୩! କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

Also Read: Telangana: ନୂତନ ସଚିବାଳୟରେ ଅଗ୍ନିକାଣ୍ଡ, ୧୭ ଫେବୃଆରୀରେ ହୋଇଥାନ୍ତା ଉଦଘାଟନ

Read More
{}{}