Hindi News >>Home >>Odisha National-International

Flying Suit: କାହିଁକି ସେନାକୁ ଦରକାର ପଡ଼ିଲା ଫ୍ଲାଇଙ୍ଗ୍ ସୁଟ୍? ଆସନ୍ତା ସପ୍ତାହରେ ଯାହାର ହେବ ପରୀକ୍ଷଣ

Flying Suit for India Army: ଭାରତୀୟ ସେନା ଅନୁଯାୟୀ, ସୁଟ୍ ଘଣ୍ଟା ପ୍ରତି ଅତି କମରେ ୫୦ କିଲୋମିଟର ବେଗର ଗତି କରିବା ସହ ଅତି କମରେ ୮ ମିନିଟ୍ ପର୍ଯ୍ୟନ୍ତ ଉଡ଼ିପାରିବ। ଏହା ସହିତ ଏହି ସୁଟ ମାଇନସ୍ ୧୦ ଡିଗ୍ରୀରୁ ୪୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ। 

Advertisement
Flying Suit:  କାହିଁକି ସେନାକୁ ଦରକାର ପଡ଼ିଲା ଫ୍ଲାଇଙ୍ଗ୍ ସୁଟ୍? ଆସନ୍ତା ସପ୍ତାହରେ ଯାହାର ହେବ ପରୀକ୍ଷଣ
Stop
Zee Odisha Desk|Updated: Feb 18, 2023, 03:39 PM IST

India Army Flying Suit Trial: କେବେ ଆପଣ ଶୁଣିଛନ୍ତି ଜଣେ ସୁଟ୍ ପିନ୍ଧି ମଧ୍ୟ ଉଡି ପାରିବ? ସମ୍ଭବତ ନୁହେଁ, ହେଲେ ଏହା ସତ୍ୟ। ଣେ ସୁଟ୍ ପିନ୍ଧି ମଧ୍ୟ ଉଡି ପାରିବ। ସଦ୍ୟ ଭାରତୀୟ ସେନା ବର୍ତ୍ତମାନ ଜେଟ୍ ପ୍ୟାକ୍ ସୁଟ ପିନ୍ଧିବାକୁ ପ୍ରସ୍ତୁତ ହେଉଛି। ଏହା ଏପରି ଏକ ସୁଟ୍ ଯାହାକୁ ପିନ୍ଧି ଉଡ଼ିପାରିବେ ଭାରତୀୟ ସୈନିକ। ଏନେଇ ମିଳିଥିବା ସୂଚନା ଅନୁଯାୟୀ ଗତ ମାସରେ ଭାରତୀୟ ସେନା ପକ୍ଷରୁ ରିକ୍ୱେଷ୍ଟ ଫର ପ୍ରପୋଜାଲ ଜାରି କରିଥିଲା। ଯେଉଁଥିରେ ବର୍ତ୍ତମାନ ସେନା ସେହି ସମସ୍ତ ଫ୍ଲାଇଙ୍ଗ୍ ସୁଟ୍ ଉପରେ ପରୀକ୍ଷଣ କରିବାକୁ ଯାଉଛି ଯାହା ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଛି। 

ଆସନ୍ତା ମାସରେ ସେନା ଅଧିକ ଉଚ୍ଚତାରେ ଅବିଶିଷ୍ଟ ଅଞ୍ଚଳରେ ଜେଟ୍ ପ୍ୟାକ୍ ସୁଟ୍ ପରୀକ୍ଷଣ କରିବାକୁ ଯାଉଛି। ଏହା ସହିତ ସେନାର ଆବଶ୍ୟକତା ଅନୁଯାୟୀ କେଉଁ ସୁଟ୍ ସଠିକ୍ ତାହା ମଧ୍ୟ ଯାଞ୍ଚ କରାଯିବ। ସେନାକୁ ୪୮ ଜେଟ୍ ପ୍ୟାକ୍ ସୁଟ୍ ଆବଶ୍ୟକ।  ସେନା ଅନୁଯାୟୀ ଯେଉଁଥିରେ ସୁରକ୍ଷିତ ଉଡ଼ାଣ ଏବଂ ଅବତରଣ ବୈଶିଷ୍ଟ୍ୟ ରହିବା ଆବଶ୍ୟକ। ଏହା ଟର୍ବାଇନ ଇଞ୍ଜିନ୍ ଇଲେକ୍ଟ୍ରିକ୍ କିମ୍ବା ହାଇବ୍ରିଡ୍ ସିଷ୍ଟମ ବର୍ଗର ହୋଇପାରେ।

Also Read: Aero India 2023: ଜେଟ୍ ସୁଟ୍ ପିନ୍ଧନ୍ତୁ ଏବଂ ଆକାଶରେ ଉଡ଼ନ୍ତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ଭାରତୀୟ ସେନା ଅନୁଯାୟୀ, ସୁଟ୍ ଘଣ୍ଟା ପ୍ରତି ଅତି କମରେ ୫୦ କିଲୋମିଟର ବେଗର ଗତି କରିବା ସହ ଅତି କମରେ ୮ ମିନିଟ୍ ପର୍ଯ୍ୟନ୍ତ ଉଡ଼ିପାରିବ। ଏହା ସହିତ ଏହି ସୁଟ ମାଇନସ୍ ୧୦ ଡିଗ୍ରୀରୁ ୪୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ। ଭାରତୀୟ କମ୍ପାନୀ ଏରୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଜେଟ୍ ପ୍ୟାକ୍ ସୁଟ ପ୍ରଦର୍ଶନ କରିଛି। ଏରୋ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ରାଘବ ରେଡ୍ଡୀ କହିଛନ୍ତି ଯେ ଏହି ସୁଟ୍ ଟର୍ବୋ ଇଞ୍ଜିନ୍ ସହିତ ଚାଲିଥାଏ। ଏହି ସୁଟ ୮୦ କିଲୋଗ୍ରାମ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ଉଠାଇ ପାରିବ। ଜେଟ ସୁଟ ଓଜନ ୪୦-୫୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ। 

Also Read: Indian Army: ବର୍ତ୍ତମାନ 'ଆଇରନ୍ ମ୍ୟାନ୍' ଭଳି ଉଡ଼ିବେ ଭାରତୀୟ ସୈନିକ! ଜାଣନ୍ତୁ କିପରି

 

ଭାରତୀୟ ସେନାକୁ ଅନେକ ଥର ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ଯେତେବେଳେ ସେମାନେ ଏକ ସୁଟ୍ ଆବଶ୍ୟକ କରନ୍ତି ଯାହା ଉଡିପାରିବ। ସେନାକୁ ଅନେକ ଥର ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିବା ଅନେକ ସ୍ଥାନକୁ ଯିବାକୁ ପଡ଼ିଥାଏ। ସେତେବେଳେ ଏହି ସୁଟ୍ ସେନା ପାଇଁ ବେଶ ଉପଯୋଗୀ ହୋଇପାରିବ। ଅନେକ ଥର କୌଣସି ସ୍ଥାନରେ ଭୂସ୍ଖଳନ କିମ୍ବା ବ୍ରିଜ୍ ଭାଙ୍ଗିଯିବା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଯଦି ସୈନିକ ଅପର ପାର୍ଶ୍ୱକୁ ଯିବାକୁ ଚାହୁଁଛନ୍ତି, ତାହେଲେ ସୈନିକଙ୍କୁ ଅପର ପାର୍ଶ୍ୱକୁ ପଠାଇବା ପାଇଁ ଜେଟ୍ ପ୍ୟାକ୍ ସୁଟ୍ ବ୍ୟବହାର କରାଯାଇପାରିବ। ଏପରି ଅନେକ କାରଣରୁ ସେନାକୁ ଜେଟ୍ ସୁଟ୍ ଦରକାର  ପଡ଼ଛି। 

 

Read More
{}{}