Hindi News >>Home >>Odisha National-International

flood in Assam : ଆସାମରେ ବନ୍ୟା ବିତ୍ପାତ : ୧୬ଲକ୍ଷ ଲୋକ ପ୍ରଭାବିତ

flood situation in assam : ଆସାମର ବନ୍ୟା ସ୍ଥିତି ଭୟଙ୍କର ହେଲାଣି।ବନ୍ୟା ଯୋଗୁ ୨୮ଟି ଜିଲାରେ ୧୬ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି।ବର୍ତ୍ତମାନ ସୁଦ୍ଧା ୪୮ ଜଣଙ୍କ ମୃତ୍ୟୁ ହୋଇଛି।

Advertisement
flood in Assam
Stop
Zee Odisha Desk|Updated: Jul 04, 2024, 11:13 AM IST

flood in Assam : ଆସାମର ବନ୍ୟା ସ୍ଥିତି ଭୟଙ୍କର ହେଲାଣି। ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଗତ କିଛି ଦିନ ହେବ ଲଗାତାର ପ୍ରବଳ ବର୍ଷା ହୋଇଛି। ଏଭଳି ପରିସ୍ଥିତିରେ ବ୍ରହ୍ମପୁତ୍ର ସମେତ ଅନେକ ନଦୀ ଜଳମଗ୍ନ ଅବସ୍ଥାରେ ରହିଛି ଏବଂ ଅଧିକାଂଶ ଅଞ୍ଚଳରେ ଭୂସ୍ଖଳନ ଭଳି ଘଟଣା ଦେଖିବାକୁ ମିଳୁଛି।ବ୍ରହ୍ମପୁତ୍ର ନଦୀରେ ବନ୍ୟା ଯୋଗୁଁ ଜନଜୀବନ ସହ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ବନ୍ୟା ବିତ୍ପାତ ଯୋଗୁ ୨୮ଟି ଜିଲାରେ ୧୬ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି। ସେପଟେ ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୪୮ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ପାଣିରେ ବୁଡି ଆଉ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ ବିଭାଗ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ରାସ୍ତାଘାଟ ବୁଡି ରହିଥିବାରୁ ଗମନାଗମନରେ ବାଧା ଉପୁଜିଛି। ଭାରତ-ଚୀନ୍ ସୀମାକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ପାଣିରେ ବୁଡି ରହିଛି। ଏହି କାରଣରୁ ସୀମାନ୍ତି ଅଞ୍ଚଳରେ ରହୁଥ‌ିବା ଲୋକଙ୍କ ସହ ସମ୍ପର୍କ ବିଚ୍ଛିନ୍ନ ହେବାରେ ଲାଗିଛି।ଏମିତିକି ଅନେକ ବିଲ୍ଡଂର ପ୍ରଥମ ମହଲା ଜଳରେ ବୁଡି ରହିଥିବାରୁ ଲୋକେ ଘରଦ୍ୱାର ଛାଡି ଅନ୍ୟତ୍ର ମୁଣ୍ଡ ଗୁଞ୍ଜିଛନ୍ତି। କେହି କେହି ଜଳଘେରରେ ପ୍ରାଣ ହରାଉଛନ୍ତି।ସେପଟେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହୁଥିବା ପ୍ରାଣୀଙ୍କ ଲାଗି ମଧ୍ୟ ବିପଦ ଦେଖାଦେଇଛି। ଚାରିଆଡେ ପାଣି ପଶିଯାଇଛି। ଜାତୀୟ ଉଦ୍ୟାନର ଅନେକ ସ୍ଥାନ ପାଣିରେ ବୁଡି ରହିଛି। ଫଳରେ ହାତୀ, ହରିଣ, ଗଣ୍ଡାଠୁ ଆରମ୍ଭ କରି ଅନେକ ପଶୁପକ୍ଷୀ ଏବେ ଜନବସତି ମୁହାଁ ହୋଇଛନ୍ତି।

ସେପଟେ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ବନ୍ୟା ଯୋଗୁଁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ କରିବାକୁ ମଧ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛି।ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା କିଛି ଦିନ ମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟ ପାଇଁ ବର୍ଷା ଥମିବାର ସମ୍ଭାବନା ନାହିଁ। ଏହି ସପ୍ତାହ ଶେଷ ସୁଦ୍ଧା ଅନେକ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସାମରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୪୮ ଜଣଙ୍କର ମୃତ୍ୟୁ ହୋଇଛି।

{}{}