Hindi News >>Home >>Odisha National-International

Delhi Chalo: ପୁଣି ଆରମ୍ଭ ହେଲା ଚାଷୀଙ୍କ ରଣହୁଙ୍କାର, ମେଟ୍ରୋ ଷ୍ଟେସନ ଓ ବସଷ୍ଟାଣ୍ତରେ ଉପରେ ପୋଲିସର କଡ଼ା ନଜର

Delhi Chalo: କିଷାନ ମଜଦୂର ମୋର୍ଚ୍ଚା ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବନରେ ଦେଶରେ ହଜାର ହଜାର କୃଷକ ବୁଧବାର ପୁଣି ଥରେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । 

Advertisement
Delhi Chalo: ପୁଣି ଆରମ୍ଭ ହେଲା ଚାଷୀଙ୍କ ରଣହୁଙ୍କାର, ମେଟ୍ରୋ ଷ୍ଟେସନ ଓ ବସଷ୍ଟାଣ୍ତରେ ଉପରେ ପୋଲିସର କଡ଼ା ନଜର
Stop
Zee Odisha Desk|Updated: Mar 06, 2024, 01:07 PM IST

Delhi Chalo: ପୁଣି ଗର୍ଜିଲେ କୃଷକ । କିଷାନ ମଜଦୂର ମୋର୍ଚ୍ଚା ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବନରେ ଦେଶରେ ହଜାର ହଜାର କୃଷକ ବୁଧବାର ପୁଣି ଥରେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜଧାନୀର ଟିକରୀ, ସୀଙ୍ଘୁ, ଗାଜୀପୁର ସୀମା, ରେଳବାଇ, ମେଟ୍ରୋ ଷ୍ଟେସନ ତଥା ବସଷ୍ଟାଣ୍ଡ ଭଳି ସ୍ଥାନରେ କଡ଼ା ନଜର ରଖିବାକୁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁଯାୟୀ, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି (MSP) ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟାନ୍ୟ ଦାବି ନେଇ ଚାଷୀଙ୍କ ଦ୍ବାରା ପଞ୍ଜାବରେ କରାଯାଇଥିବା ଆନ୍ଦୋଳନ ମାର୍ଚ୍ଚ ୬ରେ ପୁଣି ଥରେ ଆରମ୍ଭ ହେବ ବୋଲି ରବିବାର ଘୋଷଣା କରାଯାଇଥିଲା । ଏହା ଆସନ୍ତା ୧୦ ତାରିଖ ମଧ୍ଯାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ କରାଯିବ । ଚାଷୀଙ୍କ ବଳିଦାନ ବୃଥା ଯିବ ନାହିଁ । ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ମଜଦୁର ନେତା ଶରୱଣ ସିଂହ ପନ୍ଧର ସୂଚନା ଦେଇଥିଲେ। ଆନ୍ଦୋଳନକାରୀମାନେ ବସ୍, ଟ୍ରେନ୍ ଓ ମେଟ୍ରୋ ଯୋଗେ ଦିଲ୍ଲୀରେ ପହଞ୍ଚିବାକୁ ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସିଂଘୁ ଓ ଟିକ୍ରି ସୀମାରେ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ ଜାରି ରହିଛି। ଦିଲ୍ଲୀର ଅନେକ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି। ରେଲୱେ, ମେଟ୍ରୋ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ଅତିରିକ୍ତ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ ରହିଛନ୍ତି।

Also Read-OSRTC Bus Accident: ରାଣୀପଥର ଘାଟି ତଳକୁ ଓଲଟି ପଡ଼ିଲା ବସ, ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ପ୍ରକାଶ ଥାଉ କି, ଏମ୍ଏସପି ସତେତ ବିଭିନ୍ନ ଦାବି ନେଇ ଗତ ଫେବୃଆରୀ ୧୩ ତାରଖରୁ ଚାଷୀମାନେ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ କରିଥିଲେ। ୧୯ ଦିନ ଧରି ଚାଲିଥିବା ଏହି ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି ।

Read More
{}{}