Hindi News >>Home >>Odisha National-International

Farmers Protest 2024: ଜୋର ଧରିଛି କୃଷକଙ୍କ ଆନ୍ଦାଳନ, ଆଜି ଚାଷୀଙ୍କ 'ଦିଲ୍ଲୀ ଚଲୋ' ମାର୍ଚ୍ଚ

Farmers Protest: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଗ୍ୟାରେଣ୍ଟି  ଆଇନ୍ ନେଇ ସରକାରଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ  ବଡ ଧରଣର ଆନ୍ଦୋଳନ ପାଇଁ ଚାଷି ସଂଗଠନ ପ୍ରସ୍ତୁତି ଆରମ୍ଭ କରିଦେଇଛି।  ଆଜିଠାରୁ  ପୁଣି 'ଦିଲ୍ଲୀ ଚଲୋ' ଅଭିଯାନକୁ ଜୋରଦାର କରିବା ପାଇଁ ଚାଷି ସଂଗଠନ ନିଷ୍ପତି  ନେଇ ଶମ୍ଭୁ ସୀମାରେ ସମବେତ ହେଉଛନ୍ତି। ମଙ୍ଗଳବାର ସଂନ୍ଧ୍ୟା ସୁଧା ଶମ୍ଭୁରେ ଟ୍ରାକ୍ଟର -ଟ୍ରଲି ଦ୍ବାରା ହଜାର ହଜାର କୃଷକ ପହଞ୍ଚିସାରିଛନ୍ତି।  

Advertisement
Farmers Protest 2024: ଜୋର ଧରିଛି କୃଷକଙ୍କ ଆନ୍ଦାଳନ,  ଆଜି ଚାଷୀଙ୍କ  'ଦିଲ୍ଲୀ ଚଲୋ' ମାର୍ଚ୍ଚ
Stop
Zee Odisha Desk|Updated: Feb 21, 2024, 07:14 AM IST

Farmers Protest: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଗ୍ୟାରେଣ୍ଟି  ଆଇନ୍ ନେଇ ସରକାରଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ  ବଡ ଧରଣର ଆନ୍ଦୋଳନ ପାଇଁ ଚାଷି ସଂଗଠନ ପ୍ରସ୍ତୁତି ଆରମ୍ଭ କରିଦେଇଛି।  ଆଜିଠାରୁ  ପୁଣି 'ଦିଲ୍ଲୀ ଚଲୋ' ଅଭିଯାନକୁ ଜୋରଦାର କରିବା ପାଇଁ ଚାଷି ସଂଗଠନ ନିଷ୍ପତି  ନେଇ ଶମ୍ଭୁ ସୀମାରେ ସମବେତ ହେଉଛନ୍ତି। ମଙ୍ଗଳବାର ସଂନ୍ଧ୍ୟା ସୁଧା ଶମ୍ଭୁରେ ଟ୍ରାକ୍ଟର -ଟ୍ରଲି ଦ୍ବାରା ହଜାର ହଜାର କୃଷକ ପହଞ୍ଚିସାରିଛନ୍ତି।  ଏବଂ ସେହି ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି।  ଟ୍ରାଫିକ୍ ଚଳାଚଳକୁ ନିୟନ୍ତ୍ରଣ କରିବା ପାଇଁ  ଆଖପାଖ ଅଞ୍ଚଳରେ ବ୍ୟାପକ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି। 

ପଟିଆଲା ଏସପି ବରୁଣ ଶର୍ମା ଏବଂ ଏସପି ସିଟି ମହମ୍ମଦ ସର୍ଫରାଜ୍ ଆଲାମଙ୍କ ସମେତ ବରିଷ୍ଠ ପୋଲିସ୍ ଅଧିକାରୀମାନେ ମଧ୍ୟ ଶମ୍ଭୁରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ସୋମବାର ଦିନ ସାରା ବିଚାର ବିମର୍ସ ଓ ଆଲୋଚନା ହେବା ପରେ କୃଷକ ସଂଗଠନ ଗୁଡିକ ଏମଏସପିରେ ମକା ଓ କପା ବ୍ୟତିତ  ତିନି ପ୍ରକାର ଡାଲି କିଣିବା ପାଇଁ କେନ୍ଦ୍ର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆଜି ପୂର୍ବାହ୍ନ ( ଫେବୃଆରୀ ୨୧) ୧୧ଟାରେ  'ଦିଲ୍ଲୀ ଚଲୋ' ପଦଯାତ୍ରା ଆରମ୍ଭ ହେବ ବୋଲି କୃଷକ ନେତାମାନେ ଘୋଷଣା କରିଥିଲେ।  ସରକାର ଏହି ପ୍ରସଙ୍ଗରେ ବିଳମ୍ବ କରିଛନ୍ତି ଏବଂ ଯଦି ସେମାନେ ସମସ୍ତ ୨୩ଟି ଫସଲର ଏମଏସପି ବିଷୟରେ ଲିଖିତ ଭାବେ ପ୍ରତିଶ୍ର୍ୃତି ନ ଦିଅନ୍ତି । ତେବେ, ପ୍ରତିବାଦ କରିବା ଛଡା ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ସ୍ବାମୀ ନାଥମ୍ କମିଶନ ରିପୋର୍ଟ ଅନୁଯାୟୀ, ସରକାର ଫସଲ ଦର ନିର୍ଦ୍ଦାରଣ କରିବା ଉଚିତ୍ ବୋଲି  ଭାରତୀୟ କିଷାନ୍ ୟୁନିଅନର ମୁଖ୍ୟ ଜଗଜିତ୍ ସିଂ ଦଲେଓ୍ବାଲ୍ କହିଛନ୍ତି। 

Read More
{}{}