Hindi News >>Home >>Odisha National-International

Fake Police Arrests: ପୃଥଳକାୟ ନକଲି ପୋଲିସ ଗରିଫ, ବର୍ଦ୍ଦି ପିନ୍ଧି କରୁଥିଲେ ଏମିତି କାଣ୍ଡ

Fake Police Arrests: ପୋଲିସ ବେଶରେ ଲୋକଙ୍କୁ ଲୁଟୁ ଥିଲା ୨୩ ବର୍ଷିୟ ଯୁବକ। ଦେହର ଆକାର ଦେଖି ସନ୍ଦେହ କଲେ ସ୍ଥାନୀୟବାସୀ। ଶୁକ୍ରବାର ୧୫୦ କିଲୋଗ୍ରାମ ଓଜନ ବିଶିଷ୍ଟ ନକଲି ପୋଲିସ ଅଫିସରଙ୍କୁ ଗିରଫ କରିଛି ଗାଜିଆବାଦ ପୋଲିସ। ଅଧିକ ତଦନ୍ତ ଚାଲିଛି।

Advertisement
Fake Police Arrests: ପୃଥଳକାୟ ନକଲି ପୋଲିସ ଗରିଫ, ବର୍ଦ୍ଦି ପିନ୍ଧି କରୁଥିଲେ ଏମିତି କାଣ୍ଡ
Stop
Zee Odisha Desk|Updated: Oct 04, 2022, 12:58 PM IST

Fake Police Arrests, ଲକ୍ଷ୍ନୌ: ପୋଲସର ନାକ ତଳେ ଚାଲିଥିଲା ଠକେଇ ରାକେଟ। ଖାକି ପିନ୍ଧି ଆଦାୟ କରୁଥିଲେ ବଟି। ତାହା ପୁଣି ଜାତୀୟ ରାଜପଥରେ। ଶୁକ୍ରବାର ରାତିରେ ଉତ୍ତର ପ୍ରଦେଶର ଫିରୋଜାବାଦ ପୋଲିସ ଜଣେ ୨୩ ବର୍ଷିୟ ଯୁବକଙ୍କୁ ଗିରଫ କରିଛି। ଆଗ୍ରା ନିକଟ ଯମୁନା ଏକ୍ସପ୍ରେସୱେରୁ ଯୁବକ ଜଣକ ଗାଡି ଚାଳକଙ୍କଠାରୁ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି। ଗିଫର ଅଭିଯୁକ୍ତଙ୍କ ଠାରୁ ପୋଲିସ ବର୍ଦ୍ଦି, ନକଲି ପୋଲିସ ପରିଚୟ ପତ୍ର, ଗୋଟିଏ ଗାଡି ଓ ବିପୁଳ ଟଙ୍କା ଜବତ କରାଯାଇଛି। ତେବେ ଠକେଇ ନୁହଁ ଗିରଫ ଯୁବକଙ୍କ ଶରୀରର ଆକାରକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି।

ଗିରଫ ଅଭିଯୁକ୍ତଙ୍କ ନାମ ମୁକେଶ ଯାଦବ ଓ ଗାଜିଆବାଦ ଜିଲ୍ଲା, ସାହିବାବାଦର ବାସିନ୍ଦା। ଦୀର୍ଘ ଦିନ ହେଲା ମୁକେଶ ତାଙ୍କ କିଛି ସାଥୀଙ୍କ ସହ ମିଶି ଯମୁନା ଏକ୍ସପ୍ରେସୱେ ଟୋଲ ଆଦାୟ କରୁଥିଲେ। ରାତି ହେଲେ ସେ ତିନି ତାରକା ଥିବା ପୋଲିସ ପୋଷାକ ପିନ୍ଧି ରାଜା କେ ତାଲ ଚୌକି ଅଞ୍ଚଳରେ ଥିବା ଜାତୀୟ ରାଜପଥ ନମ୍ବର ୨ରେ ଯାତାୟତ ଗାଡିର ଡ୍ରାଇଭରଙ୍କୁ ଭୟ ଦେଖାଇ ଟଙ୍କା ଆଦାୟ କରୁଥିଲେ। କିନ୍ତୁ ମୁକେଶଙ୍କ ପୃଥଳକାୟ ଶରୀର ଦେଖି କିଛି ଲୋକ ତାଙ୍କର ପୋଲିସ ହେବା ଉପରେ ସନ୍ଦେହ କରିଥିଲେ। ଏହା ସହ ଅସଲି ପୋଲିସକୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ଫିରୋଜାବାଦ ପୋଲିସର ଏକ ଟିମ ଚଢଉ କରିଥିଲା।

Also Read: Odisha Labor Torture: ବିଶ୍ୱସ୍ତରୀୟ ରାଜ୍ୟରେ ଦାଦନ ଦୁଃଖ, ମଜୁରୀ ମାଗିବାରୁ ଆଦିବାସୀ ଯୁବକର ହାତ ଓ ଗୋଡ଼ କାଟି ଦେଲେ ଦଲାଲ

ଫିରୋଜାବାଦ ପୋଲିସର ଥାନାଧିକାରୀ ରାଜେଶ ପାଣ୍ଡେ ପ୍ରଥମେ ଅଭିଯୁକ୍ତ ମୁକେଶଙ୍କୁ ତାଙ୍କ ପୋଷ୍ଟିଂ ବିଷୟରେ ସବିଶେଷ ତଥ୍ୟ ମାଗିଥିଲେ। କିନ୍ତୁ ସେ ପୋଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ମୁକେଶ ଏକ ନକଲି ପୋଲିସ ପରିଚୟ ପତ୍ର ମଧ୍ୟ ଉପସ୍ଥାପନ କରିଥିଲା ଓ ଟୋଲ୍ ଟ୍ୟାକ୍ସରୁ ବଞ୍ଚିବା ପାଇଁ ଏପରି କରୁଥିବା କହିଥିଲେ। ଯେତେବେଳେ ପୋଲିସ ନିଜ ଷ୍ଟାଇଲରେ ପଚରାଉଚରା କଲା ସେତେବେଳେ ସେ ସବୁ ସତ କହିଥିଲେ। ମୁକେଶ କହିଛନ୍ତ, "ମୁଁ ରାଜ୍ୟ ପୋଲିସ୍ ଫୋର୍ସରେ ନିଯୁକ୍ତି ପାଇନାହିଁ। ମୁଁ ଟୋଲ ଟ୍ୟାକ୍ସ ନଦେବା ପାଇଁ ଏହି ୟୁନିଫର୍ମ ପିନ୍ଧିଛି।"

ତୁଣ୍ଡଲାର ସର୍କଲ ଅଫିସର ହରିମୋହନ ସିଂହ କହିଛନ୍ତି ଯେ, ମାମଲାର ଅଧିକ ଛାନଭିନ ଚାଲିଛି। ମୁକେଶଙ୍କ ସହ ଆଉ କେଉଁମାନେ ଜଡିତ ଅଛନ୍ତି ପୋଲିସ ତାହାର ତଦନ୍ତ କରୁଛି। ମୁକେଶଙ୍କ ନିକଟରୁ ଏକ ନକଲି ପରିଚୟ ପତ୍ର, ନକଲି ୟୁନିଫର୍ମ, ଆଧାର କାର୍ଡ, ମୋବାଇଲ୍ ଫୋନ୍ ଏବଂ ୨୨୦୦ ଟଙ୍କା ଜବତ କରାଯାଇଛି। ଆଇପିସିର ଦଫା ୧୭୦, ୧୭୧, ୪୨୦, ୪୬୮, ୪୬୯ ଏବଂ ୪୭୧ରେ ମାମଲା ରୁଜୁ ହୋଇଛି। ଗିରଫ କରେ ମୁକେଶଙ୍କୁ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି। ତେବେ ମୁକେଶଙ୍କ ଓଜନ ପ୍ରାୟ ୧୫୦ କିଲୋଗ୍ରାମ ହେବ ଓ ସେ ପିନ୍ଧି ଥିବା ୟୁନିଫର୍ମ ମଧ୍ୟ ତାଙ୍କୁ ଫିଟ୍ ହେଉନଥିବା ଦେଖିବାକୁ ମିଳିଛି।

 

Read More
{}{}