Hindi News >>Home >>Odisha National-International

India China Standoff: ପୁଣି ସୀମାରେ ମୁହାଁମୁହିଁ ହେଲେ ଭାରତ-ଚୀନ ସୈନିକ, ୩୦ ଯବାନ ଆହତ

India China Skirmishes: ଗତ ବର୍ଷ ଅକ୍ଟୋବରରେ ଅରୁଣାଚଳ ପ୍ରଦେଶର ୟାଙ୍ଗସେ ଠାରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ।   

Advertisement
India China Standoff: ପୁଣି ସୀମାରେ ମୁହାଁମୁହିଁ ହେଲେ ଭାରତ-ଚୀନ ସୈନିକ, ୩୦ ଯବାନ ଆହତ
Stop
Zee Odisha Desk|Updated: Dec 12, 2022, 08:34 PM IST

India China Faceoff: ପୁଣି ଥରେ ସୀମାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସୈନିକ। ଏହି ଘଟଣାରେ ୩୦ ଜଣ ଯବାନ ଆହତ ହୋଇଥିବା କୁହାଯାଉଛି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଭାରତ-ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ଉଭୟ ଦେଶର ସୈନିକ ଆହତ ହୋଇଥିବାର ଖବର ମିଳିଛି। ସୀମାରେ ମୁହାମୁହିଁ ହେବା ପରେ ଭାରତୀୟ ସୈନିକ ଚୀନ୍‌ ସୈନ୍ୟଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି। ଏହି ଘଟଣାରେ ଭାରତୀୟ ସେନା ପକ୍ଷରୁ ଜାରି ହେବାକୁ ଯାଉଥିବା ଏକ ସରକାରୀ ବିବୃତ୍ତିକୁ ଅପେକ୍ଷା କରାଯାଇଛି। ଗତ ବର୍ଷ ଅକ୍ଟୋବରରେ ଅରୁଣାଚଳ ପ୍ରଦେଶର ୟାଙ୍ଗସେ ଠାରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। 

ସୀମାରେ ହୋଇଥିବା ଏହି ସଂଘର୍ଷରେ ୩୦ ଜଣ ଭାରତୀୟ ସୈନିକ ଆହତ ହୋଇଥିବା କୁହାଯାଉଛି।  ଏହି ଘଟଣାରେ ଅନେକ ଚୀନ୍ ସୈନ୍ୟ ଆହତ ହୋଇଛନ୍ତି। ଭାର ତୁଳନାରେ ଅଧିକ ଚୀନ ସୈନିକ ଆହତ ହୋଇଥିବା କୁହାଯାଉଛି। ଏହି ଘଟଣାରେ କୌଣସି ଭାରତୀ ସୈନିକ ଗୁରୁତର ହୋଇନାହାଁନ୍ତି। ଏହି ସଂଘର୍ଷ ପରେ ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତୀୟ କମାଣ୍ଡର ଚୀନ୍ ସେନା ଅଧିକାରୀଙ୍କ ସହ ଫ୍ଲାଗ ମିଟିଂ କରିଛନ୍ତି।

ଗତ ୨୦୨୦, ଜୁନ ୧୫-୧୬ ତାରିଖ ମଧ୍ୟ ରାତ୍ରୀରେ ଘଟିଥିବା ଘଟଣା ପରେ ଏହା ହେଉଛି ପ୍ରଥମ ସୀମା ସଂଘର୍ଷ ଘଟଣା। ୨୦୨୦ ଜୁନ ମାସରେ ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ ଏବଂ ଅନେକ ସୈନ୍ୟ ଆହତ ହୋଇଥିଲେ। ଅନ୍ୟପଟ ଏହି ସଂଘର୍ଷରେ ୩୦ ଜଣ ଚୀନ୍‌ ସୈନିକ ପ୍ରାଣ ହରାଇଥିବା ବେଳେ ଅନେକ ସୈନ୍ୟ ଆହତ ହୋଇଥିଲେ।

ଭାରତ-ଚୀନ ସୀମାରେ ଏପରି ଘଟଣା ପ୍ରଥମ ଥର ପାଇଁ ଘଟି ନାହିଁ। ବେଶ ଲମ୍ବା ସମୟ ଧରି ଅରୁଣାଚଳ ପ୍ରଦେଶ ସଂଲଗ୍ନ ସୀମାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଞ୍ଚଳରେ ପେଟ୍ରୋଲିଂ କରିବା ସମୟରେ ଭାରତୀୟ ସୈନିକଙ୍କ ଚୀନ୍ ସୈନ୍ୟଙ୍କ ସହ ମୁହାଁମୁହିଁ ହୋଇଥାଏ। ଗତ ବର୍ଷ ଅକ୍ଟୋବରରେ ଏପରି ଏକ ଘଟଣା ଘଟିଥିଲା। ​​ଯେତେବେଳେ କିଛି ଚୀନ୍ ସୈନିକ ଭାରତୀୟ ସୈନ୍ୟଙ୍କୁ ୟାଙ୍ଗସେ ଠାରେ କିଛି ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ସେନାର ଉଚ୍ଚ ପଦସ୍ଥ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟର ଠାରେ ଭାରତୀୟ ସୈନିକଙ୍କ ମୁହାଁମୁହିଁ ହୋଇଥିଲା ଚୀନ ସେନା। ହେଲେ ସୀମାରେ ଚୀନ ସୈନିକଙ୍କୁ ଉପଯୁକ୍ତ ଜବାବ ଦେଇଥିଲା ଭାରତୀୟ ସେନା। 

ଭାରତ-ଚୀନ ମଧ୍ୟରେ ପ୍ରାୟ ୩୪୮୮ କିଲୋମିଟର ଲମ୍ବା ସୀମାରେଖା ରହିଛି। ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଭାରତ-ଚୀନ ସୀମାକୁ ପରସ୍ପର ଠାରୁ ପୃଥକ କରିଥାଏ। ପ୍ରାକୃତିକ ରୂପରେ ହିମାଳୟ ପାର୍ବତ୍ୟାଞ୍ଚଳ ଭାରତ-ଚୀନ ସୀମାକୁ ଦର୍ଶାଇଥାଏ। ପ୍ରକୃତ ନିୟନ୍ତ୍ରଣ ସୀମାରେଖା ପୂର୍ବରୁ ଭାରତ ସୀମାକୁ ମ୍ୟାକମୋହନ ଲାଇନ ଦ୍ୱାରା ଚିହ୍ନଟ କରାଯାଉଥିଲା। ମାତ୍ର ଚୀନୀ ସେନା ଦ୍ୱାରା ଦ୍ୱାରା ତିବ୍ଦତ ଦଖଲ କରାଯିବା ପରେ ଭାରତ-ଚୀନ ସୀମାରେଖା ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଦ୍ୱାରା ଚିହ୍ନଟ ହେଲା।

Read More
{}{}