Hindi News >>Home >>Odisha National-International

EPFO: ଆଦାନୀ ସମୂହ ଅଂଶଧନରେ ଜାରି ରଖିବ ଇପିଏଫଓ; ଇଟିଏଫ ମାଧ୍ୟମରେ ବଢାଯିବ ପୁଞ୍ଜି ବିନିଯୋଗ

EPFO Investment In Adani Group:  ଇପିଏଫ୍ଓ, ଆଦାନୀ ସମୂହ ଦ୍ୱାରା ପରିଚାଳିତ ଆଦାନୀ ଏଣ୍ଟରପ୍ରାଇଜେସ୍ ଏବଂ ଆଦାନୀ ବନ୍ଦର ଅଂଶଧନରେ ନିବେଶ କରିଛି। ଆଦାନୀ ସମୂହ ଲାଗି ଇପିଏଫଓ ହେଉଛି ଏକ ପୁଞ୍ଜି ନିବେଶକ। 

Advertisement
EPFO: ଆଦାନୀ ସମୂହ ଅଂଶଧନରେ ଜାରି ରଖିବ ଇପିଏଫଓ; ଇଟିଏଫ ମାଧ୍ୟମରେ ବଢାଯିବ ପୁଞ୍ଜି ବିନିଯୋଗ
Stop
Zee Odisha Desk|Updated: Mar 27, 2023, 10:06 PM IST

Adani Group EPFO News: ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଅନେକ ଉତଥାନ ପତ୍ତନ ଦେଇ ଗତି କରିଛି ଆଦାନୀ ସମୂହ ଅଂଶଧନ। ଯାହାର ଫଳ ସ୍ୱରୂପ ଲକ୍ଷ ଲକ୍ଷ ନିବେଶକଙ୍କୁ ଅନେକ କ୍ଷତି ସହିବାକୁ ପଡିଲା। ଯେଉଁଥିରେ ଖୁଚୁରା ଠାରୁ ଆରମ୍ଭ କରି ଭାରତୀୟ ଜୀବନ ବୀମା ନିଗମ ଭଳି ଅନୁଷ୍ଠାନ ଅନ୍ତର୍ଭୂକ୍ତ ଅଛନ୍ତି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ, ଆଦାନୀ ସମୂହ ଅଂଶଧନରେ ହ୍ରାସ ପରେ ମଧ୍ୟ ନିବେଶ ଜାରି ରଖିଛି। ଆଦାନୀ ଏଣ୍ଟରପ୍ରାଇଜେସ୍ ଏବଂ ଆଦାନୀ ବନ୍ଦରରେ ଇପିଏଫଓ ପକ୍ଷ​ରୁ କରାଯାଇଥିବା ନିବେଶ ଅକ୍ଷୁର୍ଣ୍ଣ ରହିଛି।

୨୭ ମାର୍ଚ୍ଚରେ "ଦି ହିନ୍ଦୁ" ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (Employees Provident Fund Organisation) ଇପିଏଫ୍ଓ (EPFO) ଆଦାନୀ ସମୂହ ଦ୍ୱାରା ପରିଚାଳିତ ଆଦାନୀ ଏଣ୍ଟରପ୍ରାଇଜେସ୍ ଏବଂ ଆଦାନୀ ବନ୍ଦର ଅଂଶଧନରେ ନିବେଶ କରିଛି। ଆଦାନୀ ସମୂହ ଲାଗି ଇପିଏଫଓ ହେଉଛି ଏକ ପୁଞ୍ଜି ନିବେଶକ। ଆଦାନୀ ଏଣ୍ଟରପ୍ରାଇଜେସ୍ ଏବଂ ଆଦାନୀ ବନ୍ଦର ଉଭୟ ଷ୍ଟକ୍ ସେନ୍ସେକ୍ସ ଏବଂ ନିଫ୍ଟି ସହ ଜଡ଼ିତ ଅଛନ୍ତି। ଯାହା ଇପିଏଫଓ ଦ୍ୱାରା ପରିଚାଳିତ ପାଣ୍ଠି ଦ୍ୱାରା ଟ୍ରାକ କରାଯାଇଥାଏ। ଜାନୁଆରୀରେ ଆମେରିକୀୟ ସର୍ଟ ସେଲର ଫାର୍ମ ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ବିଗତ ୨ ମାସ ମଧ୍ୟରେ ଆଦାନୀ ସମୂହ ଅଂଶଧନ ଅନେକାଂଶରେ ହ୍ରାସ ପାଇଥିଲା।

ଏହି ରିପୋର୍ଟ ଜରିଆରେ କୁହାଯାଇଛି ଯେ, ଇପିଏଫ୍ଓ ​​ଏହାର ଜମା ହୋଇଥିବା ପାଣ୍ଠିର ୧୫ ପ୍ରତିଶତ ଅଂଶ ବିନିମୟ ବାଣିଜ୍ୟ ପାଣ୍ଠିରେ (Exchange Traded Funds) ବିନିଯୋଗ କରେ। ଗତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଇପିଏଫ୍ଓ, ଇଟିଏଫ (​​ETF) ମାଧ୍ୟମରେ  ୧.୫୭ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଛି। ଏହ ସହିତ ୨୦୨୩ ଆର୍ଥିକ ବର୍ଷରେ ୮ ହଜାର କୋଟି ନିବେଶ କରାଯାଇଛି। ରିପୋର୍ଟ ମାଧ୍ୟମରେ ଆହୁରି ମଧ୍ୟ କୁହାଯାଇଛି ଯେ ଟ୍ରଷ୍ଟ ବୈଠକରେ ଏହାର ବିରୋଧରେ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ ଇପିଏଫଓ ଉଭୟ ଅଂଶଧନରେ ନିବେଶ ଜାରି ରଖିବ।

ମାର୍ଚ୍ଚ ୨୭ ତାରିଖ ସୋମବାର ଠାରୁ ଇପିଏଫଓ ସେଣ୍ଟ୍ରାଲ ଟ୍ରଷ୍ଟି ବୋର୍ଡ ବୈଠକ ଆରମ୍ଭ ହୋଇଯାଇଛି। ଯାହା ୨ ଦିନ ଧରି ଚାଲିବ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବେତନ ପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ବୃଦ୍ଧି, ୨୦୨୩ ଆର୍ଥିକ ବର୍ଷ ପାଇଁ ସୁଧ ହାର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ହେଉଛି ଦେଶର ସବୁଠାରୁ ବଡ ଅବସର ପାଣ୍ଠି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ନଜର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଉପରେ ରହିଛି।

ଅନ୍ୟପକ୍ଷରେ ଆଦାନୀ ସମୂହ ଅଂଶଧନ ହ୍ରାସ ପାଇବା ପରେ ବିଶେଷଜ୍ଞ ଇପିଏଫଓ ଉଦ୍ଦେଶ୍ୟରେ କହିଛନ୍ତି ନିବେଶ ସମ୍ବନ୍ଧୀୟ ନିଷ୍ପତ୍ତିରେ ଅଧିକ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପ୍ରୟୋଗ କରିବାକୁ ହେବ। ହେଲେ ଆଦାନୀ ସମୂହ ଆମେରିକୀୟ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ଦାବିକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଆଇନଗତ ଭାବରେ ଚ୍ୟାଲେଞ୍ଜ କରିଛି। ଏହି ଆମେରିକୀୟ ଅନୁସନ୍ଧାନ ସଂସ୍ଥା ଆଦାନୀ ଗୋଷ୍ଠୀକୁ ଏହାର ଅଂଶଧନ ମୂଲ୍ୟ ବୃଦ୍ଧି ପାଇଁ ଭୁଲ ପଦ୍ଧତି ଗ୍ରହଣ କରିଥିବା ଅଭିଯୋଗ କରିଛି।

 

Read More
{}{}