Hindi News >>Home >>Odisha National-International

World Richest Person: ପଛରେ ପଡ଼ିଲେ ଏଲନ୍ ମସ୍କ, ଦୁନିଆର ସବୁଠୁ ଧନୀ ବ୍ୟକ୍ତି ମୁକୁଟ ପିନ୍ଧିଲେ...

Richest Person On Earth: ବିଶ୍ବର ଅରବପତି ଟାଇଟେଲ ହରାଇଲେ ଏଲନ୍ ମସ୍କ (Elon Musk) । ଧନୀର ତାଲିକାରେ ଦ୍ବିତୀୟ ସ୍ଥାନକୁ ଖସିଛନ୍ତି ‘ଟେସଲା’ ଓ ‘ଏକ୍ସ’ ଭଳି ବିଶାଳ କମ୍ପାନୀର ମାଲିକ ମସ୍କ ।

Advertisement
World Richest Person: ପଛରେ ପଡ଼ିଲେ ଏଲନ୍ ମସ୍କ, ଦୁନିଆର ସବୁଠୁ ଧନୀ ବ୍ୟକ୍ତି ମୁକୁଟ ପିନ୍ଧିଲେ...
Stop
Zee Odisha Desk|Updated: Mar 05, 2024, 12:44 PM IST

Richest Person On Earth: ବିଶ୍ବର ଅରବପତି ଟାଇଟେଲ ହରାଇଲେ ଏଲନ୍ ମସ୍କ (Elon Musk) । ଧନୀର ତାଲିକାରେ ଦ୍ବିତୀୟ ସ୍ଥାନକୁ ଖସିଛନ୍ତି ‘ଟେସଲା’ ଓ ‘ଏକ୍ସ’ ଭଳି ବିଶାଳ କମ୍ପାନୀର ମାଲିକ ମସ୍କ ।

ବଲୁମବର୍ଗର ରିପୋର୍ଟ ଅନୁଯାୟୀ, ବିଶ୍ୱର ଟପ୍ ୧୦ ଧନୀ ତାଲିକାରେ ଦୀର୍ଘ ଦିନ ଧରି ଆଗରେ ଥିବା ଏଲନ୍ ମସ୍କଙ୍କୁ ଲାଗିଛି ଶକ୍ତ ଝଟକା । କାରଣ ଦୀର୍ଘ ଦିନ ପରେ ଧନୀ ତାଲିକାରେ ୨ ସ୍ଥାନକୁ ଖସିଛନ୍ତି ମସ୍କ । ଆଉ ତାଙ୍କୁ ଫଛରେ ପକାଇଛନ୍ତି ଆମାଜନ୍ ଫାଉଣ୍ଡର ଜେଫ୍ ବେଜୋସ୍ (Jeff Bezos) । ୨୦୦ ଆରବ୍ ଡଲାର କ୍ଲବରେ ଏଣ୍ଟ୍ରି କରିବା ସହ ବେଜୋସ୍ ହୋଇଛନ୍ତି ବିଶ୍ୱର ସୁବଠୁ ଧନୀ ବ୍ୟକ୍ତି (World Richest Person) । ସୋମବାର ଟେସଲାର ସେୟାର ୭.୨% ହ୍ରାସ ପାଇବା ପରେ ବ୍ଲୁମବର୍ଗ ବିଲିୟନିୟର ଇଣ୍ଡେକ୍ସରେ ମସ୍କ ସବୁଠାରୁ ଧନୀ ବ୍ୟକ୍ତିଙ୍କ ପଦ ହରାଇଛନ୍ତି। ୨୦୨୨ ପରଠାରୁ  ଜେଫ୍ ବେଜୋସଙ୍କ ସମ୍ପତ୍ତି ମୂଲ୍ୟ ବୃଦ୍ଧି ପାଇଥିବା ବ୍ଲୁମବର୍ଗ ରିପୋର୍ଟ କରିଛନ୍ତି। ପ୍ରଥମେ ସେ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଫ୍ରାନ୍ସ ବ୍ୟବସାୟୀ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଡଙ୍କୁ ପଛରେ ପକାଇବା ପରେ ସୋମବାର ଏଲନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇଛନ୍ତି ।

ଏହା ବି ପଢନ୍ତୁ- Pm Modi: ପେଟ୍ରୋଲ ପମ୍ପରେ ଲାଗିବ ‘ମୋଦିଙ୍କ ଗ୍ୟାରେଣ୍ଟି’

୨୦୨୧ ପରଠାରୁ ସବୁଠାରୁ ଧନୀ ବ୍ୟକ୍ତିଙ୍କ ବ୍ଲୁମବର୍ଗର ମାନ୍ୟତାରେ ପ୍ରଥମ ଥର ପାଇଁ ବେଜୋସ ଶୀର୍ଷରେ ରହିଛନ୍ତି। ୬୦ ବର୍ଷୀୟ ଜେଫ୍ ବେଜୋସ ଆମାଜନ ଡଟ୍ ଇନ୍ ପ୍ରତିଷ୍ଠାତା ଅଟନ୍ତି। ବର୍ତ୍ତମାନ ଏଲନ ମସ୍କଙ୍କ ନିଟ୍ ମୂଲ୍ୟ ୧୯୭.୭ ବିଲିୟନ ଡ଼ଲାର୍ ହୋଇଥିବାବେଳେ ବେଜୋସଙ୍କ ନିଟ୍ ମୂଲ୍ୟ ହେଉଛି ୨୦୦.୩ ବିଲିୟନ ଡ଼ଲାର୍ ରହିଛି। 

 

Read More
{}{}