Hindi News >>Home >>Odisha National-International

Election Results: ଆଜି ୪ ରାଜ୍ୟର ନିର୍ବାଚନ ଫଳାଫଳ, ଅଳ୍ପ ସମୟରେ ଲାଇଭ୍‍ ଅପଡେଟ୍‍

Election Results: ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ସମ୍ଭାବନା ରହିଛି। ଏପରିକି କିଛି ସଂସ୍ଥା ଝୁଲା ବିଧାନସଭା ଆଶଙ୍କା କରିଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସମ୍ଭାବନା ରହିଛି।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 03, 2023, 10:53 AM IST

Election Results: ଆଉ କିଛି ସମୟ ପରେ ଗଣତି ଆରମ୍ଭ ହେବ। ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ରାଜସ୍ଥାନରେ ସରକାର ଗଠନ ପାଇଁ ପ୍ରତିଦ୍ୱନ୍ଦ୍ୱିକା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷାର ଫଳ ପ୍ରକାଶ ପାଇବ। ଏଥିଲାଗି ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସକାଳ ୮ଟାରେ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ୍‍ ବ୍ୟାଲଟ ଗଣତି ହେବ। ଏହାପରେ ଇଲୋଟ୍ରୋନିକ୍ ଭୋଟିଂ ମେସିନ୍‍ ଦ୍ୱାରା ଭୋଟ୍‍ ଗ୍ରହଣ କରାଯାଇଥିବା ଭୋଟ ଗଣତି କରାଯିବ ।  ଅପରାହ୍ନ ସୁଦ୍ଧା ଫଳାଫଳ ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ଆପଣମାନେ ଗଣତି ଏବଂ ଫଳାଫଳର ଲାଇଭ୍‍ ଅପଡ଼େଟ ପାଇଁ ଜୀ ଓଡ଼ିଶା ଓ୍ୱେବସାଇଟ୍ କ୍ଲିକ୍‍ କରିପାରନ୍ତି। ନିମ୍ନରେ ଲାଇଭ୍‍ ବ୍ଲଗ୍‍ ଲିଙ୍କ ଦିଆଗଲା।

https://zeenews.india.com/hindi/zeeodisha/politics/live-updates/assembly-election-results-2023-live-updates-vote-counting-chhattisgarh-mp-rajasthan-mizoram-telangana-winning-candidates-bjp-congress-parties/1989487

ଭୋଟରଙ୍କ ବୁଥ ବାହୁଡ଼ା ମତ ବା ଏକ୍ଜିଟ୍‍ ପୋଲ୍କୁ ଆଧାର କରି ବିଭିନ୍ନ ସଂସ୍ଥା ସେମାନଙ୍କ ପୂର୍ବାନୁମାନ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ସମ୍ଭାବନା ରହିଛି। ଏପରିକି କିଛି ସଂସ୍ଥା ଝୁଲା ବିଧାନସଭା ଆଶଙ୍କା କରିଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସମ୍ଭାବନା ରହିଛି।

ଅପରପକ୍ଷେ, ଛତିଶଗଡ଼ରେ କଂଗ୍ରେସ ସହ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରୁଛି । ୨୦୧୮ ମସିହାରେ କଂଗ୍ରେସ ଏଠାରେ ବିଜୟ ଲାଭ କରିଥିଲା। ବିଜେପି ସରକାରଙ୍କୁ ପରାସ୍ତ କରି ଭୂପେଶ ବାଘେଲ ସରକାର ଗଠନ କରିଥିଲେ। ଏହା ଲୋକଙ୍କ ସରକାର ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲା। କିନ୍ତୁ ବିଜେପି ପକ୍ଷରୁ ଭୂପେଶ ବାଘେଲ ଦୁର୍ନୀତିକୁ ମୂଳ ପ୍ରସଙ୍ଗ ଭାବେ ଗ୍ରହଣ କରାଯାଇଛି। ନିର୍ବାଚନ ମୈଦାନରେ ବାଘେଲ୍‍ କିଛି ଅନ୍‍ ଲାଇନ୍‍ ପୋଞ୍ଜି ସ୍କାମ୍ କୁ ପ୍ରୋତ୍ସାହନ ଦେଉଥିବା ନେଇ ବିଜେପି ଅଭିଯୋଗ କରିଛି।ରାଜସ୍ଥାନରେ ୨୫ ନଭେମ୍ବର ଦିନ ଗୋଟିଏ ପର୍ଯ୍ୟାୟରେ ଭୋଟ୍‍ ଗ୍ରହଣ କରାଯାଇଥିଲା। ସମୁଦାୟ ୨୦୦ ଆସନରୁ ୧୯୯ ଆସନରେ ଭୋଟ ଗ୍ରହଣ କରାଯାଇଥିଲା। ରାଜସ୍ଥାନରେ ଏବେ ଅଶୋକ ଗେହଲଟଙ୍କ ସରକାର ଚାଲିଛି। କିନ୍ତୁ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ସାଙ୍ଗକୁ ସରକାର ବିରୋଧୀ ତତ୍ତ୍ୱ ଏଥର କଂଗ୍ରେସକୁ ପରାଜୟ ଦେଇପାରେ ବୋଲି ବିଜେପି ନେତାମାନେ ଆଶା କରିଛନ୍ତି ।

Also Read-Cyclone Update: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୫ ରାଜ୍ୟରେ ପ୍ରବଳ ବର୍ଷା! ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

କିଛି ସଂସ୍ଥା ମଧ୍ୟ ଏହିଭଳି ପୂର୍ବାନୁମାନ କରିଛନ୍ତି। ଛତିଶଗଡ଼ରେ ସମୁଦାୟ ୯୦ ଆସନ ଭିତରୁ ୨୦ଟି ଆସନରେ ନଭେମ୍ବର ୭ ତାରିଖ ଓ ବାକି ୮୦ ଆସନରେ ନଭେମ୍ବର ୧୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୩୦ଟି ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ନଭେମ୍ବର ୧୭ ଓ ୧୧୯ ଆସନ ବିଶିଷ୍ଟ ତେଲେଙ୍ଗନାରେ ନଭେମ୍ବର ୩୦ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା।  ନଭେମ୍ବର ୭ ତାରିଖରେ ମିଜୋରାମ ବିଧାନସଭାର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଆଜି ଏହି ଫଳାଫଳ ପ୍ରକାଶ ପାଇଁ ମଧ୍ୟ ତାରିଖ ନିର୍ଘଣ୍ଟ କରାଯାଇଥିଲା। କିନ୍ତୁ ରାଜ୍ୟରେ ରବିବାରର ଅଲଗା ମହତ୍ତ୍ୱ ଥିବାରୁ ବିଭିନ୍ନ ସଂଗଠନଙ୍କ ଦାବିକୁ ଆଖି ଆଗରେ ରଖି ନିର୍ବାଚନ ଆୟୁକ୍ତ ନିର୍ବାଚନ ଫଳାଫଳ ପ୍ରକାଶନର ତାରିଖକୁ ଘୁଞ୍ଚାଇଛନ୍ତି। ସୋମବର ଏହି ଫଳାଫଳ ପ୍ରକାଶ ପାଇବ। ସେପଟେ ଆସନ୍ତାକାଲି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଏହି କ୍ରମରେ ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

 

Read More
{}{}