Hindi News >>Home >>Odisha National-International

Border Dispute: ସୀମା ବିବାଦ ବେଳେ ପରସ୍ପରକୁ ଭେଟିଲେ ମହାରାଷ୍ଟ୍ର-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ସୀମା ବିବାଦର ହୋଇପାରେ ସମାଧାନ

Maharashtra Karnataka Border Dispute: 
କର୍ଣ୍ଣାଟକ-ମହରାଷ୍ଟ୍ର ମଧ୍ୟରେ ଚାଲିଥିବା ସୀମା ବିବାଦ ୧୯୫୭ ମସିହାରୁ ଆରମ୍ଭ ହୋଇଥିଲା। ଏହି ବିବାଦ ସେତେବେଳେ ତୀବ୍ର ହୋଇଥିଲା ଯେତେବେଳେ ଭାଷା ଆଧାରରେ ରାଜ୍ୟ ପୁନର୍ଗଠନ କରାଯାଇଥିଲା। ନିକଟରେ ସୀମାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। 

Advertisement
Border Dispute: ସୀମା ବିବାଦ ବେଳେ ପରସ୍ପରକୁ ଭେଟିଲେ ମହାରାଷ୍ଟ୍ର-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ସୀମା ବିବାଦର ହୋଇପାରେ ସମାଧାନ
Stop
Zee Odisha Desk|Updated: Dec 12, 2022, 11:31 PM IST

Eknath Shinde meets Basavaraj Bommai: ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ଜାରି ରହିଥିବା ବେଳେ ଗୁଜୁରାଟ ଠାରେ ପରସ୍ପରକୁ ଭେଟିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସୀମା ବିବାଦ ପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ପରସ୍ପରକୁ ପ୍ରଥମ ଥର ପାଇଁ ସାକ୍ଷାତ କରିଛନ୍ତି। ଡିସେମ୍ବର ୧୨ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଗୁଜୁରାଟ ରାଜଧାନୀ ଗାନ୍ଧୀ ନଗର ଠାରେ ପହଞ୍ଚିଥିଲେ ଉଭୟ ମହାରାଷ୍ଟ୍ର-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। 

ଅହମ୍ମଦାବାଦ ଛାଡିବା ବେଳେ ବିମାନ ବନ୍ଦର ପରିସରରେ ଉଭୟ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ଏକ ସଂକ୍ଷିପ୍ତ ବାର୍ତ୍ତାଳାପ ହୋଇଥିଲା। ଏହି ସମୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ମଧ୍ୟ ଉପସ୍ଥିତ ରହିଥିଲେ। ଏହା ପୂର୍ବରୁ ଗୁଜୁରାଟ ପହଞ୍ଚିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କହିଥିଲେ ଯେ ଆସନ୍ତା ୧୪ ତାରିଖ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଭୟ ମହାରାଷ୍ଟ୍ର-କର୍ଣ୍ଣାଟକ ସହ ଏକ ବୈଠକ କରିବେ।

Also Read: Border Dispute: ଘନେଇଲାଣି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, ମହାରାଷ୍ଟ୍ରକୁ ସତର୍କ କରାଇଲା କର୍ଣ୍ଣାଟକ
 
କର୍ଣ୍ଣାଟକ-ମହରାଷ୍ଟ୍ର ମଧ୍ୟରେ ଚାଲିଥିବା ସୀମା ବିବାଦ ୧୯୫୭ ମସିହାରୁ ଆରମ୍ଭ ହୋଇଥିଲା। ଏହି ବିବାଦ ସେତେବେଳେ ତୀବ୍ର ହୋଇଥିଲା ଯେତେବେଳେ ଭାଷା ଆଧାରରେ ରାଜ୍ୟ ପୁନର୍ଗଠନ କରାଯାଇଥିଲା। ନିକଟରେ ସୀମାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ଦୁଇ ରାଜ୍ୟ ଅପର ପକ୍ଷରୁ ଆସୁଥିବା ବସ ସମେତ ଅନ୍ୟ ଗାଡି଼କୁ ଟାର୍ଗେଟ କରାଯାଇଥିଲା। ସୀମା ବିବାଦକୁ ନେଇ ହୋଇଥିବା ଆନ୍ଦୋଳନ ସମୟରେ  ଉଭୟ କନ୍ନଡ ଏବଂ ମରାଠୀ ଭାଷାଭାଷୀ ସମର୍ଥକଙ୍କୁ ଗିରଫ କରାଯାଇଥିଲା। ଏହି ଆନ୍ଦୋଳନରେ କର୍ଣ୍ଣାଟକ ରକ୍ଷଣା ବେଦିକେ ଏବଂ ଶିବସେନା କର୍ମକର୍ତ୍ତା ସମ୍ପୃକ୍ତ ରହିଥିବାର କୁହାଯାଉଛି।  ଯେତେବେଳେ ସୀମା ବିବାଦକୁ ନେଇ ବିବାଦ ବଢିଲା ସେତେବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପରସ୍ପର ସହ ଆଲୋଚନା କରିଥିଲେ। ଏହା ବ୍ୟତୀତ ଗତ ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ର ସହ ବଢୁଥିବା ସୀମା ବିବାଦ ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅବଗତ କରାଇଛନ୍ତି।

Also Read: Border Dispute: କେବଳ ଆସାମ-ମେଘାଳୟ ନୁହେଁ ଏହି ସବୁ ରାଜ୍ୟରେ ରହିଛି ସୀମା ବିବାଦ, ଅନେକ ଥର ହୋଇଛି ରକ୍ତାକ୍ତ ସଂଘର୍ଷ

ବେଲଗାମ ଜିଲ୍ଲାକୁ ନେଇ ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ଚାଲିଛି। ଏହି କର୍ଣ୍ଣାଟକ କ୍ଷେତ୍ର ମଧ୍ୟରେ ଆସୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବେଲଗାମ ଜିଲ୍ଲାରେ ଉଭୟ ମରାଠୀ ଏବଂ କନ୍ନଡ ଭାଷାଭାଷୀ ଲୋକ ଅଛନ୍ତି। ଅତୀତରେ ଉଭୟ ମହାରାଷ୍ଟ୍ର-କର୍ଣ୍ଣାଟକ ବେଲଗାମ ପାଇଁ ଲଢେଇ କରିଛନ୍ତି। ବ୍ରିଟିଶ ସମୟରୁ ଏହି ଅଞ୍ଚଳ ଅବିଭକ୍ତ ବମ୍ବେ ପ୍ରଦେଶର ଏକ ଅଂଶ ଥିଲା। ହେଲେ ୧୯୫୬ ମସିହାରେ ରାଜ୍ୟ ପୁନର୍ଗଠନ ଆଇନ କାର୍ଯ୍ୟକାରୀ ହେବା ପରେ ଏହାକୁ କର୍ଣ୍ଣାଟକରେ ଅନ୍ତର୍ଭୂକ୍ତ କରା ଦିଆଯାଇଥିଲା। ସେବେଠାରୁ ମହାରାଷ୍ଟ୍ର ଏହି ମରାଠୀ ଭାଷାଭାଷୀ ଅଞ୍ଚଳ ପାଇବାକୁ ଚେଷ୍ଟା କରୁଛି।

 

 

Read More
{}{}