Hindi News >>Home >>Odisha National-International

Hijab Case: ହିଜାବକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଲା ଏହି ଗୁରୁତ୍ବପୂର୍ଣ୍ଣ ରାୟ

Supreme Court Hearing On Hijab: ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ନିଷେଧାଦେଶ ସମ୍ପର୍କିତ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିଛି । ସୁପ୍ରିମକୋର୍ଟ କହିଛନ୍ତି ଯେ, ନିୟମ ଅନୁଯାୟୀ ଶିକ୍ଷାନୁଷ୍ଠାନ ଗୁଡ଼ିକର ୟୁନିଫର୍ମ ନିର୍ଣ୍ଣୟ କରିବାର ଅଧିକାର ଅଛି, ହିଜାବ ପ୍ରସଙ୍ଗ ଭିନ୍ନ ଅଟେ।

Advertisement
ଫାଇଲ୍ ଫଟୋ
Stop
Zee Odisha Desk|Updated: Sep 15, 2022, 06:58 PM IST

Supreme Court Hearing On Hijab: ଶିକ୍ଷାନୁଷ୍ଠାନରେ ହିଜାବ (Hijab) ଉପରେ ନିଷେଧାଦେଶ ସମ୍ପର୍କିତ ମାମଲାର ସୁପ୍ରିମକୋର୍ଟ ଶୁଣାଣି (Supreme Court Hearing) କରିଛି । ସୁପ୍ରିମକୋର୍ଟ କହିଛନ୍ତି ଯେ, ନିୟମ ଅନୁଯାୟୀ ଶିକ୍ଷାନୁଷ୍ଠାନ (Education Institutin) ଗୁଡ଼ିକର ୟୁନିଫର୍ମ (Uniform) ନିର୍ଣ୍ଣୟ କରିବାର ଅଧିକାର (Rights) ଅଛି, ହିଜାବ ପ୍ରସଙ୍ଗ ଭିନ୍ନ ଅଟେ। ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ଅର୍ଥାତ ସେପ୍ଟେମ୍ବର ୧୯ରେ ହେବ। ଏହାପୂର୍ବରୁ ସ୍କୁଲ ୟୁନିଫର୍ମ (School Uniform) ସହିତ ହିଜାବ ପିନ୍ଧିବା ଏବଂ ବର୍ତ୍ତମାନ କୋର୍ଟରେ ଚାଲିଥିବା ହିଜାବ ମାମଲାକୁ ନେଇ ବିବାଦ ଥିବାରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କପିଲ ସିବଲ (Kapil Sibal) କହିଛନ୍ତି ଯେ, ଏହି ମାମଲା ସମ୍ବିଧାନ ବେଞ୍ଚକୁ ପଠାଯିବା ଉଚିତ।

ସିବଲ କହିଛନ୍ତି ଯେ, ଏହି ଦାବି ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଅଧିକାରର ମାମଲା ଅଟେ। ମୁଁ କଣ ପିନ୍ଧିବି କିମ୍ବା ନପିନ୍ଧିବିର ଏହା ମାମଲା। ଅନ୍ୟପକ୍ଷରେ ହିଜାବ ମାମଲାରେ ଛାତ୍ରଙ୍କ ପକ୍ଷରୁ କେଶ ଲଢୁଥିବା ଆଡଭୋକେଟ କଲିନ ଗୋଞ୍ଜାଲବିଶ କହିଛନ୍ତି ଯେ, ଶିଖ ମାନଙ୍କୁ କୃପାଣ ରଖିବା ପାଇଁ ସ୍ୱାଧୀନତା ଦିଆଯାଇଛି, ପଗଡି ପିନ୍ଧିବାକୁ ମଞ୍ଜୁରୀ ଦିଆଯାଇଛି। ଆଉ ଯେତେବେଳେ କୃପାଣ ଏବଂ ପଗଡିକୁ ସାମ୍ବିଧାନିକ ଅଧିକାର ଦିଆଯାଉଛି, ତେବେ ହିଜାବରେ ଅସୁବିଧା କ’ଣ? କପିଲ ସିବଲ କହିଛନ୍ତି ଯେ, ସେ ପର୍ଯ୍ୟନ୍ତ ଆଇନ ଅଭିବ୍ୟକ୍ତି ଉପରେ ପ୍ରତିବନ୍ଧକ ଲଗାଇ ପାରିବ ନାହିଁ, ଯେପର୍ଯ୍ୟନ୍ତ ଏହା ସର୍ବସାଧାରଣ ବ୍ୟବସ୍ଥା କିମ୍ବା ନୈତିକତା ଏବଂ ଶାଳିନତା ବିରୁଦ୍ଧରେ ହୋଇନଥିବ। କର୍ଣ୍ଣାଟକରେ ଏଭଳି କୌଣସି ଅପ୍ରିତିକର ଘଟଣା ଘଟିନାହିଁ, ଯେଉଁଥିରେ ରାଜ୍ୟ ପାଇଁ ସମ୍ବିଧାନର ବିପରିତରେ ହସ୍ତକ୍ଷେପ କରିବା ଭଳି ସ୍ଥିତି ଉତ୍ପନ୍ନ ହୋଇଛି।

ବରିଷ୍ଠ ଓକିଲ ସିବଲ କହିଛନ୍ତି ଯେ, ଆପତ୍ତି କରିବାକୁ ସେମାନେ କିଏ? ସେମାନଙ୍କର ଆପତ୍ତି କରିବାର କୌଣସି ଅଧିକାର ନାହିଁ ଓ ସେମାନେ କେବେ ଆପତ୍ତି କଲେ? ତାଙ୍କର ବିଚାରଧାରା ଏପରି ଏକ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା ଯେଉଁଥିରେ ରାଜ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ରାସ୍ତା ଉପରେ ଜଣେ ବ୍ୟକ୍ତି ହିଜାବ ପିନ୍ଧିବାକୁ ମନା କରିପାରିବେ ନାହିଁ।

ଏପଟେ ଛାତ୍ରଙ୍କ ପକ୍ଷରୁ ଥିବା ଓକିଲ କଲିନ୍ ଗୋଞ୍ଜାଲବିସ କହିଛନ୍ତି ଯେ, ଆଗରୁ ମଧ୍ୟ ଅନ୍ୟମାନଙ୍କୁ ସଂରକ୍ଷଣ ଦିଆଯାଇଛି, ତେବେ ବର୍ତ୍ତମାନ ଏହି ସଂରକ୍ଷଣ ହିଜାବ ପ୍ରଯ୍ୟନ୍ତ କାହିଁକି ବୃଦ୍ଧି କରାଯାଇପାରିବ ନାହିଁ? ସେ କହିଛନ୍ତି ଯେ, ଭାରତର ସମ୍ବିଧାନ ଏକ ଜୀବନ୍ତ ଦଲିଲ। ସମୟ ଏବଂ ପରିସ୍ଥିତି ଅନୁଯାୟୀ ଏହାକୁ ପରିବର୍ତ୍ତନ କରାଯାଇଛି। ଆଡଭୋକେଟ୍ ପ୍ରଶାନ୍ତ ଭୂଷଣ ଯୁକ୍ତି କରିଛନ୍ତି ଯେ, ଯେତେବେଳେ ବିଦ୍ୟାଳୟରେ ପଗଡି, ତିଲକ ଏବଂ କ୍ରସ୍ ନିଷେଧ କରାଯାଇନଥିଲା, ତେବେ ହିଜାବ ଉପରେ କାହିଁକି ନିଷେଧାଦେଶ ଦିଆଯାଇଛି? ଏହା କେବଳ ଗୋଟିଏ ଧର୍ମକୁ ଟାର୍ଗେଟ କରିବାକୁ କୁହାଯାଇଥିଲା।

ଦେଶରେ ଏବେ ହିଜାବକୁ ନେଇ ବିବାଦ ଘନେଇବାରେ ଲାଗିଥିବା ବେଲେ କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ସବୁ ସୀମା ପାର କରିଯାଇଛି। ହିଜାବ ପିନ୍ଧିବାକୁ ଜିଦ କରି ୫୮ଜଣ ଛାତ୍ରୀ ବିଦ୍ୟାଳୟରୁ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଏହି ଘଟଣା କର୍ଣ୍ଣାଟକର ଶିବାମୋଗଗା ଜିଲ୍ଲାରେ ଘଟିଥିଲା। ଏଠାରେ କର୍ଣ୍ଣାଟକ ପବ୍ଲିକ୍ ସ୍କୁଲର ୫୮ ଜଣ ଛାତ୍ରୀ ହିଜାବ୍ ପିନ୍ଧିବାକୁ ଦାବି କରି ଶ୍ରେଣୀଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରମାନେ କହିଥିଲେ ଯେ ଆମେ ମରିବୁ, କିନ୍ତୁ ହିଜାବ ଛାଡିବୁ ନାହିଁ । 

Read More
{}{}