Hindi News >>Home >>Odisha National-International

Economic Survey: ୨୦୩୦ ସୁଦ୍ଧା ୫୦୦ GW ନବୀକରଣ ଉର୍ଜା ଲକ୍ଷ୍ୟ :ସୃଷ୍ଟି ହେବ ୩୪ ଲକ୍ଷ ଚାକିରି

Power transmission in India : ଇକୋନୋମିକ୍ ସର୍ଭେ ଅନୁସାରେ ୨୦୨୪ରୁ ୨୦୩୦ ମଧ୍ୟରେ ଭାରତରେ ନବୀକରଣ ଉର୍ଜା କ୍ଷେତ୍ରରେ ପ୍ରାୟ ୩୦.୫ ଲକ୍ଷ କୋଟି ନିବେଶ ଆସିବାର ଆଶା ରହିଛି ।ଏହାଦ୍ବାରା ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାରେ ଗୁରୁତ୍ଵପୂର୍ଣ୍ଣ ଆର୍ଥିକ ସୁଯୋଗ ସୃଷ୍ଟି ହେବ ।

Advertisement
ECONOMIC SURVEY 2023-24
Stop
Zee Odisha Desk|Updated: Jul 22, 2024, 07:28 PM IST

ECONOMIC SURVEY 2023-24 : ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ନବୀକରଣ ଉର୍ଜାର ଲକ୍ଷ୍ୟକୁ ପୂରା କରିବା ପାଇଁ ୩୦.୫ ଲକ୍ଷ କୋଟି ଟଙ୍କା ନିବେଶ ଆବଶ୍ୟକ ପଡ଼ିବ । ସୋମବାର ସଂସଦରେ ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେର  ୨୦୨୩-୨୪ ବର୍ଷ ଅନୁସାରେ, ଏହାକୁ ହାସଲ କରିବା ପାଇଁ ପୁଞ୍ଜି ଏକାଠି କରିବା ସହ ପ୍ରତିଯୋଗିତା ସର୍ତ୍ତରେ ନିବେଶ ଏବଂ ଭୂମି ଅଧିଗ୍ରହଣ ପରି ପ୍ରସଙ୍ଗର ସମାଧାନ ଆବଶ୍ୟକ ରହିଛି । ଇକୋନୋମିକ୍ ସର୍ଭେ ଅନୁସାରେ ୨୦୨୪ରୁ ୨୦୩୦ ମଧ୍ୟରେ ଭାରତରେ ନବୀକରଣ ଉର୍ଜା କ୍ଷେତ୍ରରେ ପ୍ରାୟ ୩୦.୫ ଲକ୍ଷ କୋଟି ନିବେଶ ଆସିବାର ଆଶା ରହିଛି ।ଏହାଦ୍ବାରା ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାରେ ଗୁରୁତ୍ଵପୂର୍ଣ୍ଣ ଆର୍ଥିକ ସୁଯୋଗ ସୃଷ୍ଟି ହେବ ।

ଅର୍ଥନୈତିକ ସର୍ଭେ ଅନୁସାରେ ଭାରତରେ ସ୍ବଚ୍ଛ ଉର୍ଜା କ୍ଷେତ୍ରକୁ ୨୦୧୪ରୁ ୨୦୨୩ ମଧ୍ୟରେ ୮.୫ ଲକ୍ଷ କୋଟି ଟଙ୍କାର ନିବେଶ ମିଳିଛି । ଅନ୍ୟପଟେ ନବୀକରଣ ଉର୍ଜା କ୍ଷେତ୍ରରେ ୨୦୦୦ ମସିହା ଏପ୍ରିଲରୁ ୨୦୨୪ ମସିହା ମାର୍ଚ୍ଚ ମାସ ଯାଏ ୧୭୪.୮୮ ବିଲିୟନ୍ ଡଲାରର ଏଫଡିଆଇ ମିଳିଛି। 

ଅର୍ଥନୈତିକ ସର୍ଭେରେ ପରାମର୍ଶ ଦିଆଯାଇଛି ଯେ ନବୀକରଣ ଉର୍ଜା ପରିଯୋଜନା ପାଇଁ ଭୂମି ଅଧିଗ୍ରହଣରେ ରାଜ୍ୟ ସରକାର ପ୍ରମୁଖ ଭୂମିକ ଗ୍ରହଣ କରିବା ଦରକାର । ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ନବୀକରଣ ଉର୍ଜାର ମହତ୍ବାକାଂକ୍ଷୀ ଲକ୍ଷ୍ୟ ହାସଲ ଦିଗରେ ଏହି ପରାମର୍ଶ ଗୁରୁତ୍ଵପୂର୍ଣ୍ଣ ଅଟେ । ଭାରତ ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଇନ୍ଧନ ଆଧାରିତ ଉର୍ଜା ସଂସାଧନରୁ ବିଜୁଳି ଉତ୍ପାଦନ ପାଇଁ ୫୦ ପ୍ରତିଶତ ମୋଟ କ୍ଷମତା ହାସଲ କରିବାର ଲକ୍ଷ୍ୟ ରହିଛି।

ଇକୋନୋମିକ୍ ସର୍ଭରେ କୁହାଯାଇଛି ଯେ କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣର ରାଷ୍ଟ୍ରୀୟ ବିଦ୍ୟୁତ୍ ପରିଯୋଜନା ଅନୁସାରେ, ଅଣ- ଜୀବାଶ୍ମ ଇନ୍ଧନ  ଆଧାରିତ କ୍ଷମତା ୨୦୨୩-୨୪ରେ ମୋଟ କ୍ଷମତାର ୪୪୧.୧ ଗିଗାୱଟରୁ ପ୍ରାୟ ୨୦୩.୪ ଗିଗାୱାଟ୍ ଅର୍ଥାତ୍ ୪୬ ପ୍ରତିଶତ ରହିଛି ।

ଅଣ-ଜୀବାଶ୍ମ ଇନ୍ଧନ ଆଧାରିକ କ୍ଷମତା ୨୦୨୬-୨୭ରେ ବଢି ୩୪୯ ଗିଗାୱାଟ୍ ଏବଂ ୨୦୨୯-୩୦ରେ ୫୦୦.୬ ଗିଗାୱାଟ ହେବାର ଅନୁମାନ ରହିଛି ।ତେଣୁ ଭାରତରେ ନବୀନକରଣ ଉର୍ଜା କ୍ଷେତ୍ରର ରୋଜଗାର ଉପରେ ଗୁରୁତ୍ବପୂର୍ଣ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହାସହ ପ୍ରାୟ ୩୪ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରେ ବୋଲି ରିପୋର୍ଟରେ ଦର୍ଶଯାଇଛି।

Read More
{}{}