Hindi News >>Home >>Odisha Trending

Earthquake Jolt: ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଉଠିଲା ଉତ୍ତର ଭାରତ ସହ ପାକିସ୍ତାନ-ଆଫଗାନିସ୍ତାନ

Earthquake News:  ମାର୍ଚ୍ଚ ୨୧ ତାରିଖ ମଙ୍ଗଳବାର ୬.୬ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି ଉତ୍ତର ଭାରତ। ଏହାର ଝଟକା ଭାରତ ସମେତ ପାକିସ୍ତାନ, ଆଫଗାନିସ୍ତାନ ଚୀନ ଏବଂ କେନ୍ଦ୍ର ଏସିଆରେ ଅନୁଭୂତ ହୋଇଥିବା ଜଣାପଡ଼ିଛି।   

Advertisement
Earthquake Jolt: ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଉଠିଲା ଉତ୍ତର ଭାରତ ସହ ପାକିସ୍ତାନ-ଆଫଗାନିସ୍ତାନ
Stop
Zee Odisha Desk|Updated: Mar 21, 2023, 11:51 PM IST

Strong Earthquake Magnitude of 6.6 Jolts India: ମାର୍ଚ୍ଚ ୨୧ ତାରିଖ ମଙ୍ଗଳବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି ଉତ୍ତର ଭାରତ। ମଙ୍ଗଳବାର ରାତି ପ୍ରାୟ ୧୦.୨୦ ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପର ଝଟକା ଭାରତରେ  ଅନୁଭୂତ ହୋଇଥିଲା। ଭାରତ ସମେତ ପାକିସ୍ତାନ-ଆଫଗାନିସ୍ତାନ, ତୁର୍କମେନିସ୍ତାନ କାଜାଖସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, କିର୍ଗିଜସ୍ଥାନ ଏବଂ ଚୀନ ଆଦି ଦେଶରେ ଏହାର ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ ଅନୁସାରେ ୬.୬ ରହିଥିବା ଜଣାପଡ଼ିଛି। ଏହାର କେନ୍ଦ୍ର ଆଫଗାନିସ୍ତାନର କଲଫଗାନ ଠାରୁ ୯୦ କିଲୋମିଟର ଦୂରରେ ରହିଥିବା ଜଣାପଡିଛି।

ମଙ୍ଗଳବାର ରାତିରେ ଜୋରଦାର ଭୂମକମ୍ପ ଝଟକାରେ ଥରି ଉଠିଥିଲା ଉତ୍ତର ଭାରତ। ଏହି ଶକ୍ତିଶାଳୀ ଭୂକମ୍ପ ଝଟକା ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଜାମୁ କାଶ୍ମୀର ଏବଂ ପଞ୍ଜାବ ସମେତ ଉତ୍ତର ଭାରତୀୟ ରାଜ୍ୟରେ ଅନୁଭୂତ ହୋଇଥିଲା। ଭୂକମ୍ପ ଝଟକା କିଛି ସେକେଣ୍ଡ ଧରି ଅନୁଭୂତ ହେବା ଲୋକେ ସେମାନଙ୍କ ଘରୁ ବାହାରକୁ ବାହାରି ଆସିଥିଲେ। ବାହାରି ଆସିବା ପରେ ଲୋକେ ଅନେକ ସମୟ ଧରି ଘରେ ପୁନର୍ବାର ପ୍ରବେଶ କରିବା ପାଇଁ ସାହସ ଜୁଟାଇ ପାରିନଥିଲେ।

ବିଗତ କିଛି ଦିନ ହେବ ଉତ୍ତର ଭାରତରେ ବିଭିନ୍ନ ସମୟରେ ଛୋଟ ମୋଟ ଧରଣର ଭୂକମ୍ପ ଝଟକା ଅନୁଭୂତ ହେବାରେ ଲାଗିଛି। ଏ ସମ୍ପର୍କରେ ଲୋକେ ସେମାନଙ୍କର ପ୍ରତିକ୍ରିୟା ସୋସିଆଲ ମିଡ଼ିଆ ମାଧ୍ୟମରେ ସେୟାର କରୁଛନ୍ତି। ମଙ୍ଗଳବାର ରାତିରେ ଅନୁଭୂତ ହୋଇଥିବା ଭୂକମ୍ପ ଝଟକା ଦିଲ୍ଲୀ ସମେତ ନୋଏଡ଼ା, ଗ୍ରେଟର ନୋଏଡା, ଗୁରୁଗ୍ରାମ ଏବଂ ଫରିଦାବାଦ ଠାରେ ଅନୁଭୂତ ହୋଇଛି। ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ଜଣାପଡ଼ିନାହିଁ।

ଏହାର ଝଟକା ଭାରତ ସମେତ ପଡୋଶୀ ପାକିସ୍ତାନ ସମେତ ଆଫଗାନିସ୍ତାନ, ତୁର୍କମେନିସ୍ତାନ କାଜାଖସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, କିର୍ଗିଜସ୍ଥାନ ଏବଂ ଚୀନ ଆଦି ଦେଶରେ ଅନୁଭୂତ ହୋଇଥିଲା। ଭୂକମ୍ପ ଝଟକା ଅନୁଭୂତ ହେବା ପରେ ପାକିସ୍ତାନ ରାଜଧାନୀ ଇସଲାମାବାଦ ସହ ଲାହୋର ଦେଶର ଅନ୍ୟାନ୍ୟ ସ୍ଥାନରେ ଲୋକେ ସେମାନଙ୍କ ଘରୁ ବାହାରକୁ ବାହାରି ଆସିବା ସହ କୋରାନ ପାଠ କରୁଥିଲେ।

ଏହି ଭୂକମ୍ପ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କାର୍ଯ୍ୟାଳୟ ମୁଖ୍ୟ ତଥା ବୈଜ୍ଞାନିକ ଜେ.ଏଲ୍ ଗୌତମ। ଏନେଇ ପ୍ରତିକ୍ରିୟା ରଖି ବୈଜ୍ଞାନିକ ଜେ.ଏଲ୍ ଗୌତମ କହିଛନ୍ତି, ଯେପରି ଆମେ ଜାଣୁ ଯେ 
ଇଣ୍ଡୋ ଅଷ୍ଟ୍ରେଲିୟ ପ୍ଲେଟ୍-ୟୁରାସିଆନ୍ ପ୍ଲେଟ୍ ସହ ମୁହାଁମୁହିଁ ଧକ୍କା ହେଉଛି। ଏହି କାରଣରୁ ସେହି ଅଞ୍ଚଳରେ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ଝଟକା ବିଭିନ୍ନ ସମୟରେ ଅନୁଭୂତ ହେଉଛି। ଭୂମିକମ୍ପ ଦୃଷ୍ଟିକୋଣରୁ ହିନ୍ଦୁକୁଶ ଏବଂ ହିମାଳୟ ପାର୍ବତ୍ୟାଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏହି କାରଣରୁ ଉତ୍ତର-ପଶ୍ଚିମ ଭାରତ ଏବଂ ଦିଲ୍ଲୀର ଲୋକ ଅପେକ୍ଷାକୃତ ଅଧିକ ସମୟ ଧରି ଭୂମିକମ୍ପ ଝଟକା ଅନୁଭବ କରିବାର କାରଣ ହେଉଛି ଗଭୀରତା। ଯଦି ଗଭୀରତା ୧୫୦ କିଲୋମିଟର ଠାରୁ ଅଧିକ ତାହେଲେ ପ୍ରଥମେ ପ୍ରାଥମିକ ତରଙ୍ଗ ଅନୁଭୂତ ହୋଇଥାଏ। ଏହା ପରେ ଦ୍ୱିତୀୟ ତରଙ୍ଗ ଅନୁଭୂତ। ଯଦିଓ ଭୂମିକମ୍ପ ପ୍ରଭାବ କାରଣରୁ ଭୂପୃଷ୍ଠ ଦୋହଲି ଥାଏ, ହେଲେ ଏହା କେବେ ଏବଂ କେଉଁ ପରିସ୍ଥିତିରେ ଦୋହଲିବ ତାହାର ପୂର୍ବାନୁମାନ କରାଯାଇ ପାରିବ ନାହିଁ। 

 

 

   

{}{}