Hindi News >>Home >>Odisha National-International

Earthqauke In North India: ଭୂମିକମ୍ପ ଝଟକାରେ ଦୋହଲି ଉଠିଲା ଉତ୍ତର ଭାରତ

Earthqauke In India: ମଙ୍ଗଳବାର ୫.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକାରେ ଥରିଉଠିଛି ଉତ୍ତର ଭାରତ। ଏହି ଭୂମିକମ୍ପର ଝଟକା ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ଉତ୍ତରାଖଣ୍ଡ ସମେତ ଅନେକ ଉତ୍ତର ଭାରତୀୟ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। 

Advertisement
ଫଟୋ ସୌଜନ୍ୟ: ଟ୍ୱିଟର@NCS_Earthquake
Stop
Zee Odisha Desk|Updated: Jan 24, 2023, 04:16 PM IST

Earthqauke In North India 24 January: ଜାନୁଆରୀ ୨୪ ତାରିଖ ମଙ୍ଗଳବାର ୫.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକାରେ ଥରି ଉଠିଛି ଉତ୍ତର ଭାରତ। ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏହି ଭୂକମ୍ପ ଝଟକା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏବଂ ଏହା ସଂଲଗ୍ନ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ଅନୁଭୂତ ହୋଇଥିଲା। ପ୍ରାୟ ୩୦ ସେକେଣ୍ଡରୁ ଅଧିକ ସମୟ ପାଇଁ ଭୂକମ୍ପର  କମ୍ପନ ଅନୁଭୂତ ହୋଇଥିଲା। ନେପାଳ ଏବଂ ଚୀନ ଠାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନେପାଳର କାଲିକା ଠାରୁ ୧୨ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ଜଣାପଡ଼ିଛି। ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଘରର ଛାତରେ ଲାଗିଥିବା ପଙ୍ଖା ଏବଂ ଆସବାବପତ୍ର ଦୋହଲି ଯାଇଥିଲା।

ଦିଲ୍ଲୀ-ଏନସିଆର ତଥା ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ ହୋଇଛି। ଉତ୍ତରାଖଣ୍ଡ ଯୋଶୀମଠ ଏବଂ ରାମନଗର ଠାରେ ଭୂମିକମ୍ପ କାରଣରୁ ପୃଥିବୀ କମ୍ପି ଉଠିଥିଲା। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଭୂକମ୍ପର ତୀବ୍ରତା ୫.୮ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା, ଯାହାର ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତରେ ରହିଥିଲା।

ଦିଲ୍ଲୀ,  ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ଉତ୍ତରାଖଣ୍ଡ ସମେତ ଅନେକ ଉତ୍ତର ଭାରତୀୟ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ବିହାରରୁ ହିମାଚଳ ପର୍ଯ୍ୟନ୍ତ ପୃଥିବୀ କମ୍ପି ଉଠିଥିଲା।  ଉତ୍ତର ପ୍ରଦେଶର ସମ୍ଭଲ, ମୁରାଦାବାଦ, ଆମରୋହା ଏବଂ ରାମପୁରରେ ରାତି ପ୍ରାୟ ୨.୩୦ ସମୟରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ପୃଥିବୀ ହଠାତ୍ କମ୍ପିବା ହେତୁ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ଶାହାଜାହାଁପୁର ଜିଲ୍ଲାରେ ମଧ୍ୟ ହାଲୁକା ଧରଣର କମ୍ପନ ଅନୁଭୂତ ହୋଇଥିଲା। ଏହା ସହିତ ବରେଲି ଜିଲ୍ଲାରେ ମଧ୍ୟ ସାମାନ୍ୟ ଭୂକମ୍ପ ଅନୁଭୂକ ହୋଇଥିଲା। 

ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯୋଶୀମଠ ବିପର୍ଯ୍ୟୟ ମଧ୍ୟରେ ମଙ୍ଗଳବାର ଅନୁଭୂତ ହୋଇଥିବା ଭୂକମ୍ପ ଝଟକାରେ ଥରି ଉଠିଥିଲା ଉତ୍ତରାଖଣ୍ଡ। ରାତି ପ୍ରାୟ ୨:୨୯ ସମୟରେ ଗଢୱାଲ ଏବଂ କୁମାଁଉ ସମେତ ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ପିଥୋରାଗଡସ୍ଥିତ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଯାୟୀ ଭୂକମ୍ପ ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଚାମୋଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦକିଶୋର ଯୋଶୀ କହିଛନ୍ତି ଯେ ସାମାନ୍ୟ କମ୍ପନ ଅନୁଭୂତ ହୋଇଛି। ଜିଲ୍ଲାର କୌଣସି ସ୍ଥାନରୁ କ୍ଷୟକ୍ଷତି ବାବଦରେ ଖବର ମିଳିନାହିଁ।

ଏହା ପୂର୍ବରୁ ୫ ଜାନୁଆରୀରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଜାମ୍ମୁ କାଶ୍ମୀରରେ ମଧ୍ୟ ପୃଥିବୀ କମ୍ପିତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ୫.୯ ରହିଥିଲା। ଏହାର କେନ୍ଦ୍ର ଥିଲା ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳ ରହିଥିଲା। ଗତ ବର୍ଷ ଭାରତରେ ୪ ଶହରୁ ଅଧିକ ଭୂକମ୍ପ ଝଟକା ରେକର୍ଡ କରାଯାଇଥିଲା। ପୃଥିବୀ ପୃଷ୍ଠରେ ସାତଟି ଅଶ୍ମଣ୍ଡଳୀୟ ପ୍ଲେଟ୍ ରହିଛି। ଏହି ପ୍ଲେଟ କ୍ରମାଗତ ଭାବରେ ଘୂର୍ଣ୍ଣନ କରିଥାଏ। ଯେଉଁଠାରେ ଏହି ପ୍ଲେଟ ଧକ୍କା ହୋଇଥାଏ, ସେହି ସ୍ଥାନକୁ ଫଲ୍ଟ ଲାଇନ କୁହାଯାଏ। ବାରମ୍ବାର ଧକ୍କା ହେତୁ ଏହାର କୋଣ ବଙ୍କା ହୋଇଯାଏ। ଯଦି ଅଧିକ ଚାପ ଥାଏ ତାହେଲେ ପ୍ଲେଟ ଭାଙ୍ଗିବା ଆରମ୍ଭ କରେ ଏବଂ ନିମ୍ନରେ ଥିବା ଶକ୍ତି ବାହାରକୁ ଆସିବାର ଉପାୟ ଖୋଜିବା ଆରମ୍ଭ କରେ। ଏହି ବିଶୃଙ୍ଖଳା ହେତୁ ଭୂକମ୍ପ ଝଟକା ଅନୁଭୂତ ହୋଇଥାଏ।  

{}{}