Hindi News >>Home >>Odisha National-International

Lumpy Virus: ଲମ୍ପି ଭାଇରସ ଆକ୍ରାନ୍ତ ଗାଈର କ୍ଷୀର ପିଇବା ଠିକ ନାଁ ଭୁଲ?

Lumpy Virus Update: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଲମ୍ପି ଭାଇରସ ସଂକ୍ରମଣ ଜନିତ ମାମଲା। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆମେ ଏହି ଭୂତାଣୁ ସଂକ୍ରମିତ ଗାଈ କ୍ଷୀର ପିଇବା ଠିକ ନାଁ ଭୁଲ?

Advertisement
Lumpy Virus: ଲମ୍ପି ଭାଇରସ ଆକ୍ରାନ୍ତ ଗାଈର କ୍ଷୀର ପିଇବା ଠିକ ନାଁ ଭୁଲ?
Stop
Subhramjit Ray|Updated: Oct 17, 2022, 06:54 PM IST

Lumpy Virus infected Cow: ବର୍ତ୍ତମାନ ଦେଶରେ କୋରୋନା ପରେ ଲମ୍ପି ଭାଇରସ ଧ୍ୱଂସର ଲୀଳା ରଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଗୋ ବଂଶ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛି। ଏହି ଭାଇରସ କାରଣରୁ ହଜାର ହଜାର ଗାଈ ପ୍ରାଣ ହରାଇଛନ୍ତି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ବ୍ୟତୀତ ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୁଜୁରାଟ ସମେତ ଦେଶର ଅନ୍ୟ ରାଜ୍ୟର ମୋଟ ୨୫୦ ଜିଲ୍ଲାରେ ଲମ୍ପି ମାମଲା ସାମ୍ନାକୁ ଆସିସାରିଛି।

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଲମ୍ପି ଭାଇରସ ସଂକ୍ରମଣ ଜନିତ ମାମଲା (Lumpy Virus Infection Case)। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆମେ ଏହି ଭୂତାଣୁ ସଂକ୍ରମିତ ଗାଈ (Lumpy Infected Cow ) କ୍ଷୀର ପିଇବା ଠିକ ନାଁ ଭୁଲ? ଏନେଇ ଡାକ୍ତରଙ୍କ କହିବା କଥା ଯେ କ୍ଷୀରରେ (Cow Milk) ଲମ୍ପି ଭୂତାଣୁରୁ (Lumpy Virus) ପ୍ରଭାବ ଦୃଶ୍ୟମାନ ହୋଇଥାଏ। ହେଲେ ଏହାକୁ ସମ୍ପୂର୍ଣ୍ଣ ରୂପେ ଦୂର କରାଯାଇ ପାରିବ। ବ୍ୟବହାର ପୂର୍ବରୁ ଲମ୍ପି ଭାଇରସ ସଂକ୍ରମିତ ଗାଈର କ୍ଷୀରକୁ ଫୁଟାଇବା ଅତ୍ୟନ୍ତ ଜରୁରୀ। ଏହା ଦ୍ୱାରା ଜୀବାଣୁ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯାଏ। ଏହି କ୍ଷୀର ପିଇବା ଦ୍ୱାରା ମଣିଷ ପାଇଁ କୌଣସି କ୍ଷତି ହେବ ନାହିଁ।

ଲମ୍ପି ଭାଇରସ ସଂକ୍ରମିତ ପ୍ରାଣୀଙ୍କ ଠାରୁ ମଣିଷକୁ ଏହି ରୋଗ ବ୍ୟାପିବା ନେଇ ଏ ପର୍ଯ୍ୟନ୍ତ କୌଣସି ମାମଲା ସାମ୍ନାକୁ ଆସିନାହିଁ। ହେଲେ ସଂକ୍ରମିତ ଗାଈର କଞ୍ଚା କ୍ଷୀର ପିଇବା ମଣିଷ ଲାଗି ବିପଜ୍ଜନକ ହୋଇପାରେ। ଭଲ ଭାବେ ଫୁଟାଇବା ପରେ ଏହି କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି। ତଥାପି ବୈଜ୍ଞାନିକ ଏହା ଉପରେ ଗବେଷଣା ଜାରି ରଖିଛନ୍ତି।

ଲମ୍ପି ସଂକ୍ରମିତ ଗାଈରୁ କ୍ଷୀର ବିପଜ୍ଜନକ ହୋଇପାରେ। ଏହି ଗାଈର ବାଛୁରୀକୁ (Calf) ଏହା ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଉଛି। ଡାକ୍ତର ବିଶ୍ୱାସ କରନ୍ତି ଯେ ଲମ୍ପି ସଂକ୍ରମିତ ଗାଈ କ୍ଷୀର ଖାଇ ବାଛୁରୀ ଏହି ରୋଗର ଶିକାର ହୋଇପାରେ। ସେଥିପାଇଁ ଅଧିକାଂଶ ପଶୁ ଡାକ୍ତର (Veterinarian) ସଂକ୍ରମିତ ଗାଈଙ୍କୁ ସେମାନଙ୍କ ବାଛୁରୀ ଠାରୁ ଅଲଗା ରଖିବାକୁ ପରାମର୍ଶ ଦେଇଛନ୍ତି।

ଲମ୍ବି ଭୂତାଣୁ ସଂକ୍ରମିତ ହେବା ପରେ ଗାଈଙ୍କ ଶରୀରରେ ଫୁଲିବାକୁ ଲାଗେ। ଯାହା ସେମାନଙ୍କ ମୁଣ୍ଡ, ବେକ ଏବଂ ଯୌନାଙ୍ଗରେ ଅଧିକ ଦେଖାଯାଏ। ଏହି ଫୁଲା ଧୀରେ ଧୀରେ କ୍ଷତରେ ପରିଣତ ହୁଏ। ଯାହା ଗାଈର ମରିବା ପର୍ଯ୍ୟନ୍ତ ଚାଲିଥାଏ। ଏହି ରୋଗ ଏଲଏସଡି ଭୂତାଣୁ ମଶା ଏବଂ ମାଛି (LSD Virus Mosquitoe and Fly) କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହା ବ୍ୟତୀତ ଏହା ଦୂଷିତ ଜଳ, ଲାଳ ଏବଂ ଖାଦ୍ୟ ମାଧ୍ୟମରେ ବିସ୍ତାର ହୋଇପାରେ। ଏହାକୁ ରୋକିବା ପାଇଁ ପଶୁଙ୍କୁ ରଖା ଯାଉଥିବା ସ୍ଥାନକୁ ସଫା ରଖନ୍ତୁ। ସଂକ୍ରମିତ ପ୍ରାଣୀଙ୍କ ଗାଈଗୋରଙ୍କୁ ଦୂରରେ ରଖନ୍ତୁ।

Read More
{}{}