Hindi News >>Home >>Odisha National-International

ମୋ ପାଖରେ ସମର୍ଥନ ଅଛି, ମୁଁ ରାଜ୍ୟସଭା ନିର୍ବାଚନରେ ସଫଳ ହେବି: ଡ଼ ସୁଭାଷ ଚନ୍ଦ୍ରା

ରାଜସ୍ଥାନ ହେଉଛି ମୋର ପୂର୍ବଜଙ୍କ ଦେଶ। ମୁଁ ପ୍ରବାସୀ ରାଜସ୍ଥାନୀଙ୍କ ସହିତ ଜଡିତ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସେ। ଏହା ବ୍ୟକ୍ତିଗତ କିମ୍ବା ସରକାରୀ ସ୍ତରରେ ହେଉ।

Advertisement
ମୋ ପାଖରେ ସମର୍ଥନ ଅଛି, ମୁଁ ରାଜ୍ୟସଭା ନିର୍ବାଚନରେ ସଫଳ ହେବି: ଡ଼ ସୁଭାଷ ଚନ୍ଦ୍ରା
Stop
Zee Odisha Desk|Updated: Jun 08, 2022, 12:06 AM IST

ଜୟପୁର: ରାଜ୍ୟସଭା ନିର୍ବାଚନ ଲଢିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଡକ୍ଟର ସୁଭାଷ ଚନ୍ଦ୍ରା। ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ସମର୍ଥନ କରିଥିବା ନେତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଡକ୍ଟର ଚନ୍ଦ୍ରା କହିଛନ୍ତି ଯେ ବିଜୟ ପାଇଁ ତାଙ୍କ ପାଖରେ ଆବଶ୍ୟକୀୟ ସଂଖ୍ୟା ଅଛି। ବିଜେପି ବ୍ୟତୀତ ମୋ ପାଖରେ ୯ ଜଣ ବିଧାୟକଙ୍କ ସମର୍ଥନ ରହିଛି। ବିଜୟ ପାଇଁ ଆବଶ୍ୟକୀୟ ସମର୍ଥନ ପାଇବା ତାଙ୍କ  ଲାଗି କଷ୍ଟକର ନୁହେଁ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମୁଁ ରାଜ୍ୟସଭା ନିର୍ବାଚନରେ ​​ସଫଳ ହେବି ବୋଲି କହିଛନ୍ତି ଡକ୍ଟର ସୁଭାଷ ଚନ୍ଦ୍ରା।   

ନାଗୌର ସାଂସଦ ହନୁମାନ ବେନିୱାଲଙ୍କ ସମର୍ଥନକୁ ନେଇ ଡକ୍ଟର ସୁଭାଷ ଚନ୍ଦ୍ରା ଖୁସି ବ୍ୟକ୍ତ କରିଛନ୍ତି। ସମର୍ଥନ ପାଇଁ ସାଂସଦ ହନୁମାନ ବେନିୱାଲ ଏବଂ ତାଙ୍କ ଦଳକୁ ଡ.ଚନ୍ଦ୍ରା ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ ହନୁମାନ ବେନିୱାଲ ମୋତେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଏହା ଆମ ପାଇଁ ବହୁତ ଖୁସିର ବିଷୟ। ବିକାଶର ବିଭିନ୍ନ ପ୍ରସଙ୍ଗରେ ମୁଁ ତାଙ୍କ ସହ ଆଲୋଚନା କରିଥିଲି। ରାଜସ୍ଥାନ ହେଉଛି ମୋର ପୂର୍ବଜଙ୍କ ଦେଶ। ମୁଁ ପ୍ରବାସୀ ରାଜସ୍ଥାନୀଙ୍କ ସହିତ ଜଡିତ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସେ। ଏହା ବ୍ୟକ୍ତିଗତ କିମ୍ବା ସରକାରୀ ସ୍ତରରେ ହେଉ। ରାଜ୍ୟସଭା ନିର୍ବାଚନ ​​ଜିତିବା ପରେ ମୁଁ ମୁଖ୍ୟତ ରାଜସ୍ଥାନ ପ୍ରସଙ୍ଗ ଉଠାଇବି ଏବଂ ରାଜସ୍ଥାନ ପାଇଁ ଯଥାସମ୍ଭବ କାର୍ଯ୍ୟ କରିବି ବୋଲି କହିଛନ୍ତି ଡକ୍ଟର ସୁଭାଷ ଚନ୍ଦ୍ରା।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ନିର୍ବାଚନରେ ବିଜୟ ପାଇଁ ଆବଶ୍ୟକୀୟ ସଂଖ୍ୟା ଯୋଗାଡ କରିବା କଷ୍ଟସାଧ୍ୟ ନୁହେଁ। କାରଣ ମୋ ପାଖରେ ସ୍ୱାଧୀନ ଏବଂ ଅନ୍ୟ ଦଳର ସମ୍ପୂର୍ଣ୍ଣ ସମର୍ଥନ ରହିଛି। ସରକାରଙ୍କ କିଛି ଅସନ୍ତୁଷ୍ଟ ବିଧାୟକ ମଧ୍ୟ କ୍ରସିଂ ଭୋଟ୍ କରିପାରନ୍ତି। କାରଣ ସରକାରରେ ବିଧାୟକଙ୍କ ପ୍ରତି ଯେଉଁଭଳି ବ୍ୟବହାର କରାଯାଇଛି ତାହାକୁ ଦେଖିଲେ ଆଭ୍ୟନ୍ତରୀଣ ଅସନ୍ତୋଷ ରହିଥିବା ଦେଖାଦେଇଛି।

ନିର୍ବାଚନରେ ​​ମୁଁ ମୋର ଗଣମାଧ୍ୟମ ସଂସ୍ଥା କେବେ ମଧ୍ୟ ବ୍ୟବହାର କରି ନାହିଁ। ମୁଁ ୬ ବର୍ଷ ଧରି ହରିୟାଣାରୁ ରାଜ୍ୟସଭା ସାଂସଦ ଥିଲି। ସେଠାକାର ଲୋକେ ଜାଣନ୍ତି ମୁଁ ସେଠାରେ କେଉଁ କାମ କରିଛି। ହରିୟାଣାରେ ବିଧାୟକ ମୋତେ ଜିତିବାକୁ ଚାହୁଁଥିଲେ। ଯାହା ଫଳରେ ରାଜ୍ୟସଭା ନିର୍ବାଚନରେ ମୋର ବିଜୟ ହୋଇଥିଲା। ଯଦି ରାଜସ୍ଥାନ ବିଧାୟକ ଚାହାଁନ୍ତି ତେହେଲେ ବିଜୟ ମୋର ହେବ। ଆମେ ହୋଟେଲ କିମ୍ବା ଅନ୍ୟ କୌଣସି ସ୍ଥାନରେ କାହାକୁ ଅଟକ ରଖିନାହୁଁ। କାରଣ ମୋତେ କୌଣସି ପ୍ରକାର ଭୟ ନାହିଁ। ଆସନ୍ତା ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ କେଉଁ ପଥରେ ଯିବ ତାହା ରାଜ୍ୟସଭା ନିର୍ବାଚନ ସ୍ଥିର କରିବ ବୋଲି କହିଛନ୍ତି ଡକ୍ଟର ସୁଭାଷ ଚନ୍ଦ୍ରା।

 

Read More
{}{}