Hindi News >>Home >>Odisha National-International

Digital Strike: ୫୦ କୋଟି ମତାମତ ଏବଂ ୨୦ ଲକ୍ଷ ଅନୁସରଣକାରୀ ରହିଥିବା ୟୁଟ୍ୟୁବ ଚ୍ୟାନେଲ ଉପରେ ନିଷେଧାଦେଶ ଲଗାଇଲେ ସରକାର, ଜାଣନ୍ତୁ ଏହାର କାରଣ

PIB Fact Check: ମିଥ୍ୟା ଖବର ପ୍ରସାରଣ କରିବା ଅଭିଯୋଗରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ  ୬ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ନିଷେଧାଦେଶ ଜାରି କରିଛି।

Advertisement
Digital Strike: ୫୦ କୋଟି ମତାମତ ଏବଂ ୨୦ ଲକ୍ଷ ଅନୁସରଣକାରୀ ରହିଥିବା ୟୁଟ୍ୟୁବ ଚ୍ୟାନେଲ ଉପରେ ନିଷେଧାଦେଶ ଲଗାଇଲେ ସରକାର, ଜାଣନ୍ତୁ ଏହାର କାରଣ
Stop
Zee Odisha Desk|Updated: Jan 12, 2023, 11:46 PM IST

Digital Strike on YouTube Chanels: ମିଥ୍ୟା ଖବର ପ୍ରସାରଣ କରିବା ମାମାଲାରେ କେନ୍ଦ୍ର ସରକାର ବିଭିନ୍ନ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ କରିଛନ୍ତି ଡିଜିଟାଲ ଷ୍ଟ୍ରାଇଳ। ଏହି ୟୁଟ୍ୟୁବ ଚ୍ୟାନେଲ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପ୍ରେସ ଇନଫରମେସନ ବ୍ୟୁରୋ ଫ୍ୟାକ୍ଟ ଚେକ୍ ଟିମ୍ ଏହି ୟୁଟ୍ୟୁବ୍ ଚ୍ୟାନେଲ ପକ୍ଷରୁ ପ୍ରସାର କରାଯାଇଥିବା ମିଥ୍ୟା ଖବରର କରିଥିଲେ ପର୍ଦ୍ଦାଫାଶ। ଏହା ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏଭଳି ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ନିଷେଧାଦେଶ ଜାରି କରିଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (Ministry of Information and Broadcasting) ଅଧିନସ୍ଥ ପ୍ରେସ ଇନଫରମେସନ ବ୍ୟୁରୋ (Press Information Bureau) ପିଆଇବି ଫ୍ୟାକ୍ଟ ଚେକ୍ ଟିମ୍ (PIB Fact Check Team) ଏହି ୟୁଟ୍ୟୁବ ଚ୍ୟାନେଲ (YouTube Chanel) ଦ୍ୱାରା ପ୍ରସାର କରାଯାଇଥିବା ଶହେରୁ ଅଧିକ ଭିଡିଓ ଯାଞ୍ଚ କରି ଜାଣିବାକୁ ପାଇଛି ଯେ ଏହି ସମସ୍ତ ଭିଡିଓ ମିଥ୍ୟା ଖବର ଉପରେ ଆଧାରିତ। ଏଭଳି ୟୁଟ୍ୟୁବ ଚ୍ୟାନେଲ ମିଥ୍ୟା ଖବର ପ୍ରସାରଣ କରି ରୋଜଗାର କରୁଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। 

ଏହି ୟୁଟ୍ୟୁବ ଚ୍ୟାନେଲ ମିଥ୍ୟା ଖବରର ଭିଡିଓ ସାହାଯ୍ୟରେ ୫୦ କୋଟିରୁ ଅଧିକ ମତାମତ ସଂଗ୍ରହ କରିଥିଲେ। ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ ୨୦ ଲକ୍ଷ ଅନୁସରଣକାରୀ ରହିଥିବା ୟୁଟ୍ୟୁବ ଚ୍ୟାନେଲ ସେମାନଙ୍କ ଭିଡିଓ ଜରିଆରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ନିର୍ବାଚନ ଆୟୋଗ ସମ୍ବନ୍ଧୀୟ ମିଥ୍ୟା ଖବର ପ୍ରସାରଣ କରିଥିଲେ।

ମିଥ୍ୟା ଖବର ପ୍ରସାରଣ କରିବା ଅଭିଯୋଗରେ ନିଷେଧାଦେଶ ଜାରି ହୋଇଥିବା  ୟୁଟ୍ୟୁବ ଚ୍ୟାନେଲ ହେଉଛନ୍ତି ୧୦.୯ ଲକ୍ଷ ଅନୁସରଣକାରୀ ରହିଥିବା ସମ୍ୱାଦ ଟିଭି , ୫.୫୭ ଲକ୍ଷ ଅନୁସରଣକାରୀ ରହିଥିବା ନେସନ ଟିଭି, ୩.୪୯ ଲକ୍ଷ ଅନୁସରଣକାରୀ ରହିଥିବା ସମ୍ବାଦ ସମାଚାର, ୨୧ ହଜାର ଅନୁସରଣକାରୀ ରହିଥିବା ସରାକର ଭାରତ, ୨୫ ହଜାର ଅନୁସରଣକାରୀ ରହିଥିବା ନେସନ ଏବଂ ୬ ହଜାର ଅନୁସରଣକାରୀ ରହିଥିବା ସ୍ୱର୍ଣ୍ଣିମ ଭାରତ। 

ପିଆଇବି ଫ୍ୟାକ୍ଟ ଚେକ୍ (PIB Fact Check) ଅନୁଯାୟୀ, ସମ୍ବାଦ ଟିଭି ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଏହାର ପ୍ଲାଟଫର୍ମ ବ୍ୟବହାର କରି ଭାରତ ସରକାର ଏବଂ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାର 
କରିଥିଲା। ଏଭଳି ମିଥ୍ୟା ଖବର ବିରୋଧରେ ଅଭିଯାନ ଚଳାଇ ପିଆଇବି ଫ୍ୟାକ୍ଟ ଚେକ୍ ଦଳ ସେହି ୟୁଟ୍ୟୁବ ଚ୍ୟାନେଲ ନାମ ପ୍ରକାଶ କରିଛି। ସେହିପରି ସମ୍ୱାଦ ଟିଭି ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଏହାର ଏକ ଭିଡିଓ ଜରିଆରେ ଦାବି କରିଛି ଯେ ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଏହି ଖବର ମିଥ୍ୟା ବୋଲି ଜଣାପଡ଼ିଛି। 

ଅନ୍ୟ ଏକ ଭିଡିଓ ମାଧ୍ୟମରେ ଏହି ଚ୍ୟାନେଲ ଦାବି କରିଛି ଯେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ଏହି ଭିଡିଓ ମଧ୍ୟ ନକଲି ବୋଲି ଜଣାପଡିଛି। କେବଳ ଏତିକି ନୁହେଁ, ସମ୍ୱାଦ ଟିଟିଭି ଏହାର ଏକ ଭିଡିଓ ଜରିଆରେ କହିଛି ଯେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହଟାଇବାକୁ ଦାବି କରିଛନ୍ତି। ହେଲେ ଏହି ଖବର ମିଥ୍ୟା ବୋଲି ଜଣାପଡ଼ିଥିଲା।

Read More
{}{}