Hindi News >>Home >>Odisha National-International

Digital India: ଅଣ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନେଇ ପ୍ରସ୍ତୁତ ହେବ ନିୟମ, ସରକାର କରୁଛନ୍ତି ବିଚାର

Rule on Date Sharing: ଅଣ ବ୍ୟକ୍ତିଗତ ତଥ୍ୟ ପାାଇଁ ନିୟାମକ ଢାଞ୍ଚାରେ କାର୍ଯ୍ୟ କରିବା ପାଇଁ ପୂର୍ବତନ ଇନଫୋସିସ୍ ସିଇଓ କୃଷ୍ଣ ଗୋପାଳକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗତ ୨୦୨୦ ବର୍ଷରେ ଏକ କମିଟି ଗଠନ କରାଯାଇଥିଲା। ଏହି ମାମଲାରେ କମିଟି  ଅନେକ ପରାମର୍ଶ ନେଇଛି। କମିଟି  ଏହାର ରିପୋର୍ଟ ଆଇଟି ମନ୍ତ୍ରଣାଳୟ ପାଖରେ ଦାଖଲ କରିଛି। 

Advertisement
Digital India: ଅଣ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନେଇ ପ୍ରସ୍ତୁତ ହେବ ନିୟମ, ସରକାର କରୁଛନ୍ତି ବିଚାର
Stop
Zee Odisha Desk|Updated: Feb 27, 2023, 03:32 PM IST

Non-Personal Date Sharing: ଡିଜିଟାଲ ଇଣ୍ଡିଆ ଅଧିନିୟମ ଅନୁଯାୟୀ ଅଣ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବା ଉପରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଭାରତ ସରକାର। ଏନେଇ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ  ନିୟମ ପ୍ରସ୍ତୁତ କରିବା ଉପରେ ବିଚାର କରୁଛନ୍ତି। ଏନେଇ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଏହି ନିୟମରେ ଅଜ୍ଞାତ ତଥ୍ୟ ବାଣ୍ଟିବା ପାଇଁ ମୂଲ୍ୟ ଏବଂ ସରକାରୀ କଲ୍ୟାଣକାରୀ ଯୋଜନାର ଦକ୍ଷତା ବୃଦ୍ଧି ପାଇଁ ମାଗଣା ସରକାରୀ ସୁବିଧା ପାଇଁ ବ୍ୟବସ୍ଥା ଅନ୍ତର୍ଭୂକ୍ତ କରାଯାଇପାରେ।

ଅଣ ବ୍ୟକ୍ତି ତଥ୍ୟରେ ଏପରି ସୂଚନା ସାମିଲ ରହିଥାଏ ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ ପାଇନଥାଏ। ଏକ ରିପୋର୍ଟ ଅନୁଯାୟୀ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଏଭଳି ତଥ୍ୟ ପ୍ରଦାନ ନେଇ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିପାରେ। ଏପରି ତଥ୍ୟର ଅଂଶୀଦାର ସୀମିତ ରହିବେ। ଯାହା ଦ୍ୱାରା ଏହି ତଥ୍ୟକୁ କେବଳ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ। 

ଅଣ ବ୍ୟକ୍ତିଗତ ତଥ୍ୟ ପାାଇଁ ନିୟାମକ ଢାଞ୍ଚାରେ କାର୍ଯ୍ୟ କରିବା ପାଇଁ ପୂର୍ବତନ ଇନଫୋସିସ୍ ସିଇଓ କୃଷ୍ଣ ଗୋପାଳକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗତ ୨୦୨୦ ବର୍ଷରେ ଏକ କମିଟି ଗଠନ କରାଯାଇଥିଲା। ଏହି ମାମଲାରେ କମିଟି  ଅନେକ ପରାମର୍ଶ ନେଇଛି। କମିଟି  ଏହାର ରିପୋର୍ଟ ଆଇଟି ମନ୍ତ୍ରଣାଳୟ ପାଖରେ ଦାଖଲ କରିଛି। 

ଭାରତ ଭଳି ଏକ ଜନବହୁଳ ଦେଶରେ ଅଜ୍ଞାତ କିମ୍ବା ଅଣ-ବ୍ୟକ୍ତିଗତ ତଥ୍ୟ ପରିଚାଳନା କିମ୍ବା ପ୍ରଦାନ କରିବାକୁ ନେଇ କୌଣସି ନିର୍ଦ୍ଧିଷ୍ଟ ନୀତି ନିୟମ ନାହିଁ। ଦେଶର ବିକାଶକୁ ଆଗକୁ ବଢାଇବା ପାଇଁ ଭାରତ ସରକାର ଏହି ତଥ୍ୟକୁ ଷ୍ଟାର୍ଟ-ଅପ୍ ସହିତ ଅଂଶୀଦାର କରିବେ ବୋଲି କହିଛନ୍ତି। ଏନେଇ କୁହାଯାଇଛି, “ଏହା ଅଧିକ ନାଗରିକ ସଚେତନତା, ଲୋକଙ୍କ ଅଂଶଗ୍ରହଣ ଏବଂ ଯୋଗଦାନକୁ ସୁନିଶ୍ଚିତ କରିବା, ଜାତୀୟ ଗୁରୁତ୍ୱର ଡାଟା ସେଟ୍ ଉପଲବ୍ଧତାକୁ ବୃଦ୍ଧି କରିବା ଏବଂ ତଥ୍ୟ ଅଂଶୀଦାର ଏବଂ ନିରାପତ୍ତା ପାଇଁ ଉପଯୁକ୍ତ ଡାଟା ସେଟ୍ ଚିହ୍ନଟ କରିବା ଏବଂ ଗୋପନୀୟତା ନୀତି ସହିତ ମାନକର ସାମଗ୍ରିକ ଅନୁପାଳନକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ହୋଇଛି। 

ଟେକ୍ ପଲିସି ଥିଙ୍କ ଟ୍ୟାଙ୍କ "ଦି ଡାଏଲଗ୍"  ପ୍ରତିଷ୍ଠାତା କାଜିମ୍ ରିଜଭି କହିଛନ୍ତି ଯେ ଅଣ-ବ୍ୟକ୍ତିଗତ ତଥ୍ୟ ବାଣ୍ଟିବା ପାଇଁ ନିୟମ ଆଣିବା ପାଇଁ ସରକାରଙ୍କ ଧାରଣା ଏହାର ମୂଲ୍ୟ ଖୋଲିବାରେ ସହାୟକ ହୋଇପାରେ। ସେ କହିଛନ୍ତି, ସର୍ବପ୍ରଥମେ, ଡାଟା ସେୟାର୍ ସିଷ୍ଟମ୍ ସ୍ୱେଚ୍ଛାକୃତ ହେବା ଆବଶ୍ୟକ।

 

Read More
{}{}