Hindi News >>Home >>Odisha National-International

ଖୁସି ଖବର! ଏହି ୧୭ଟି ବ୍ୟାଙ୍କର ଗ୍ରାହକଙ୍କୁ ମିଳିବ ୫-୫ ଲକ୍ଷ ଟଙ୍କା, ଦୀପାବଳୀ ପୂର୍ବରୁ ଆକାଉଣ୍ଟରେ ଜମା ହେବ ଟଙ୍କା

DICGC: ଡିପୋଜିଟ୍ ଇନସୁରାନ୍ସ ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (DICGC) ଅକ୍ଟୋବରରେ ମହାରାଷ୍ଟ୍ରର ୮ଟି ସମେତ ୧୭ଟି ସମବାୟ ବ୍ୟାଙ୍କ (Cooperative Banks) ର ଯୋଗ୍ୟ ଜମାକାରୀଙ୍କୁ ଦେୟ ପ୍ରଦାନ କରିବ । ଏହି ୧୭ଟି ବ୍ୟାଙ୍କର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଜୁଲାଇରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଜମାକାରୀଙ୍କ ଟଙ୍କା ଉଠାଇବା ସମେତ ଅନେକ ପ୍ରତିବନ୍ଧକ ଲଗାଇଥିଲା ।

Advertisement
ଖୁସି ଖବର! ଏହି ୧୭ଟି ବ୍ୟାଙ୍କର ଗ୍ରାହକଙ୍କୁ ମିଳିବ ୫-୫ ଲକ୍ଷ ଟଙ୍କା, ଦୀପାବଳୀ ପୂର୍ବରୁ ଆକାଉଣ୍ଟରେ ଜମା ହେବ ଟଙ୍କା
Stop
Zee Odisha Desk|Updated: Aug 24, 2022, 10:30 AM IST

ନୂଆଦିଲ୍ଲୀ: DICGC: ଯଦି ଆପଣଙ୍କର ଟଙ୍କା ଏହି ୧୭ଟି ସମବାୟ ବ୍ୟାଙ୍କରେ ଜମା ଅଛି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଡିପୋଜିଟ୍ ଇନସୁରାନ୍ସ ଓ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (DICGC) ଅକ୍ଟୋବରରେ ମହାରାଷ୍ଟ୍ରର ୮ଟି ସମେତ ୧୭ଟି ସମବାୟ ବ୍ୟାଙ୍କ (Cooperative Banks) ର ଯୋଗ୍ୟ ଜମାକାରୀଙ୍କୁ ଦେୟ ପ୍ରଦାନ କରିବ । ଏହି ୧୭ଟି ବ୍ୟାଙ୍କର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଜୁଲାଇରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଜମାକାରୀଙ୍କ ଟଙ୍କା ଉଠାଇବା ସମେତ ଅନେକ ପ୍ରତିବନ୍ଧକ ଲଗାଇଥିଲା ।

ଏଠାରେ କହି ରଖୁଛୁ ଯେ, DICGC ହେଉଛି ଆରବିଆଇର ସମ୍ପୂର୍ଣ୍ଣ ମାଲିକାନା ଥିବା ସବସିଡିୟରୀ କମ୍ପାନୀ, ଯିଏ ବ୍ୟାଙ୍କ ଜମା ଉପରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ପ୍ରଦାନ କରିଥାଏ । ସରକାର DICGC ନିୟମ ଏଥିପାଇଁ ଆରମ୍ଭ କରିଥିଲେ କି ଯାହା ଦ୍ୱାରା ବ୍ୟାଙ୍କଗୁଡିକର ଛୋଟ ଗ୍ରାହକମାନଙ୍କ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ଭରସା ହେବ ଓ ସମ୍ପୂର୍ଣ୍ଣ ସୁରକ୍ଷା ଗ୍ୟାରେଣ୍ଟି ସହିତ ଆକାଉଣ୍ଟରେ ଟଙ୍କା ଜମା କରିବେ । DICGC ଦ୍ୱାରା ଆରମ୍ଭ କରାଯାଇଥିବା ଜମା ବୀମାରେ ସମସ୍ତ ବାଣିଜ୍ୟ ବ୍ୟାଙ୍କ ସାମିଲ ରହିଛି, ଯେଉଁଥିରେ ସ୍ଥାନୀୟ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ତଥା ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ସମବାୟ ବ୍ୟାଙ୍କ ଅନ୍ତର୍ଭୁକ୍ତ ରହିଛି ।

DICGC କହିଛି ଯେ, ଯୋଗ୍ୟ ଜମାକାରୀଙ୍କୁ ପରିଚୟର ବୈଧ ଦଲିଲ ଦ୍ୱାରା ସେମାନଙ୍କର ଦାବିକୁ ସମର୍ଥନ କରିବାକୁ ପଡିବ  | ଏହି ୧୭ଟି ସମବାୟ ବ୍ୟାଙ୍କ ମଧ୍ୟରୁ ୮ଟି ମହାରାଷ୍ଟ୍ରରେ, ୪ଟି ଉତ୍ତର ପ୍ରଦେଶରେ, ୨ଟି କର୍ଣ୍ଣାଟକରେ ଏବଂ ଗୋଟିଏ ଗୋଟିଏ ନୂଆଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଅବସ୍ଥିତ ରହିଛି ।

ମହାରାଷ୍ଟ୍ରର କର୍ପୋରେଟ ବ୍ୟାଙ୍କଗୁଡିକ ମଧ୍ୟରେ- ସାହେବରାୱ ଦେଶମୁଖ କୋ-ଅପରେଟିଭ୍ ବ୍ୟାଙ୍କ (Sahebrao Deshmukh Co-operative Bank), ସାଙ୍ଗଲି ସହକାରୀ ବ୍ୟାଙ୍କ (Sangli Sahakari Bank), ରାୟଗଡ ସହକାରୀ ବ୍ୟାଙ୍କ (Raigad Sahakari Bank), ନାଶିକ୍ ଜିଲ୍ଲା ଗିର୍ନା ସହକାରୀ ବ୍ୟାଙ୍କ (Nashik Zilla Girna Sahakari Bank), ସାଇବାବା ଜନତା ସହକାରୀ ବ୍ୟାଙ୍କ (Saibaba Janata Sahakari Bank), ଅଞ୍ଜନଗାଓଁ ସୁରଜୀ ନଗରୀ ସହକାରୀ ବ୍ୟାଙ୍କ (Anjangaon Surji Nagari Sahakari Bank), ଜୟପ୍ରକାଶ ନାରାୟଣ ନଗରୀ ସହକାରୀ ବ୍ୟାଙ୍କ (Jaiprakash Narayan Nagari Sahakari Bank) ଏବଂ କର୍ମାଲା ସହରୀ ସମବାୟ ବ୍ୟାଙ୍କ (Karmala Urban Co-operative Bank) ।

ଏହା ବି ପଢ଼ନ୍ତୁ:-ପୁଣି ନିଜ ସରକାରଙ୍କୁ ଟାର୍ଗେଟ କଲେ ନୀତିନ ଗଡ଼କରୀ! ମୋଦି ସରକାରଙ୍କ ସବୁଠାରୁ ବଡ଼ ବିଫଳତାର କଲେ ଖୁଲାସା

ଏହା ବି ପଢ଼ନ୍ତୁ:-କୌଣସି ଭଗବାନ ଉଚ୍ଚ ଜାତିର ନୁହଁନ୍ତି, ଭଗବାନ ଶିବ ହେଉଛନ୍ତି ଶୁଦ୍ର: JNU କୁଳପତି

ଏହା ବି ପଢ଼ନ୍ତୁ:-ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ଟେନସନ୍ ବଢ଼ାଇଲେ ବାଚସ୍ପତି, ଶକ୍ତି ପରୀକ୍ଷା ପୂର୍ବରୁ ଦେଖାଦେଲା ନୂଆ ସଙ୍କଟ

 

DICGC ଅନୁଯାୟୀ, ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରାଞ୍ଚଳ ସମବାୟ ବ୍ୟାଙ୍କ, ସହରୀ ସମବାୟ ବ୍ୟାଙ୍କ (ସୀତାପୁର), ନ୍ୟାସନାଲ ଅର୍ବନ ସମବାୟ ବ୍ୟାଙ୍କ (ବହରାଇଚ) ଏବଂ ୟୁନାଇଟେଡ୍ ଇଣ୍ଡିଆ କମ୍ପାନୀ ସମବାୟ ବ୍ୟାଙ୍କ (ନଗୀନା) ର ଯୋଗ୍ୟ ଜମାକାରୀଙ୍କୁ ଅକ୍ଟୋବରରେ ଟଙ୍କା ପ୍ରଦାନ କରାଯିବ । ଏହି ତାଲିକାରେ କର୍ଣ୍ଣାଟକ ଶ୍ରୀ ମଲ୍ଲିକାର୍ଜୁନା ପଟ୍ଟନା ସହକାରୀ ବ୍ୟାଙ୍କ ରେଗୁଲାର (ମୁସ୍କି) ଏବଂ ଶ୍ରୀ ଶାରଦା ମହିଳା ସହକାରୀ ବ୍ୟାଙ୍କ (ତୁମ୍କୁର) ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ନୂଆଦିଲ୍ଲୀରେ ରାମଗରିଆ ସମବାୟ ବ୍ୟାଙ୍କ, ପଶ୍ଚିମବଙ୍ଗର ବୀରଭୂମର ସୁରି ଫ୍ରେଣ୍ଡସ୍ ୟୁନିଅନ୍ କୋ-ଅପରେଟିଭ୍ ବ୍ୟାଙ୍କ ଏବଂ ଆନ୍ଧ୍ରପ୍ରଦେଶର ବିଜୟୱାଡାସ୍ଥିତ ଦୁର୍ଗା ସମବାୟ ସହରୀ ବ୍ୟାଙ୍କର ଯୋଗ୍ୟ ଜମାକର୍ତ୍ତାଙ୍କୁ ଅକ୍ଟୋବରରେ DICGC ଟଙ୍କା ପ୍ରଦାନ କରିବ ।

Read More
{}{}