Hindi News >>Home >>Odisha National-International

Earthquake: ଦେଶରେ ଆସିପାରେ ବଡ଼ ଧରଣର ଭୂମିକମ୍ପ, ଆଗୁଆ ଚେତବନୀ ଦେଲେ NGRI ମୁଖ୍ୟ

Earthquake Alert: ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଜିଓଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍  ମୁଖ୍ୟ ଡକ୍ଟର ଏନ. ପୂର୍ଣ୍ଣଚନ୍ଦ୍ର ରାଓ କହିଛନ୍ତି ଯେ, ପୃଥିବୀର ପୃଷ୍ଠ ବିଭିନ୍ନ ଟେକଟୋନିକ ପ୍ଲେଟ ଦ୍ୱାରା ଗଠିତ, ଯାହା କ୍ରମାଗତ ଭାବରେ ଗତି କରୁଛି। ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ପ୍ରତିବର୍ଷ ୫ ସେଣ୍ଟମିଟର ପର୍ଯ୍ୟନ୍ତ ଗତି କରୁଛି। ଯାହାର ଫଳ ସ୍ୱରୂପ ଆଗାମୀ ଦିନରେ ଭୂକମ୍ପ ହେବାର ସମ୍ଭାବନା ବଢିଛି। 

Advertisement
Earthquake:  ଦେଶରେ ଆସିପାରେ ବଡ଼ ଧରଣର ଭୂମିକମ୍ପ, ଆଗୁଆ ଚେତବନୀ ଦେଲେ NGRI ମୁଖ୍ୟ
Stop
Zee Odisha Desk|Updated: Feb 22, 2023, 03:45 PM IST

Earthquake Alert For India: ନିକଟରେ ଅନୁଭୂତ ହୋଇଥିବା ବିନାଶକାରୀ ଭୂମିକମ୍ପ ପ୍ରଭାବରେ ଛାରଖାର ହୋଇଯାଇଛନ୍ତି ତୁର୍କୀ ଏବଂ ସିରିଆ। ଏହି ଦେଶରେ ବ୍ୟାପକ ଧ୍ୱଂସର ଲୀଳା ରଚିଛି ପ୍ରଳୟଙ୍କାରୀ ଭୂମିକମ୍ପ। ଯାହାର ପ୍ରଭାବରେ ହାହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହ ଲକ୍ଷ ଲକ୍ଷ ଲୋକ ବେଘର ହୋଇଯାଇଛନ୍ତି। ଏହା ସହିତ ଭାରତରେ ମଧ୍ୟ ସମାନ ଧରଣର ଭୂକମ୍ପ ହେବାର ଆଶଙ୍କା ସୃଷ୍ଟି  ବୋଇଇଛି। ଜଣେ ଅଗ୍ରଣୀ ପାଣିପାଗ ବିଜ୍ଞାନୀ ତଥା ଭୂବିଜ୍ଞାନୀ ଚେତାବନୀ ଦେଇଛନ୍ତି ଯେ ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ପ୍ରତିବର୍ଷ ପ୍ରାୟ ୫ ସେଣ୍ଟମିଟର ପର୍ଯ୍ୟନ୍ତ ଗତି କରୁଛି। ଯାହା ହିମାଳୟ ପାର୍ବତ୍ୟଞ୍ଚଳରେ ଚାପ ସୃଷ୍ଟି କରୁଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଗାମୀ ଦିନରେ ଭାରତୀୟ ଉପମହାଦୀପରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହେବାର ସମ୍ଭାବନା ରହିଛି।

ମଙ୍ଗଳବାର ANI ସହ କଥାବାର୍ତ୍ତା କରିବା ବେଳେ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଜିଓଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (National Geophysical Research Institute) ଏନଜିଆରଆଇ (NGRI) ମୁଖ୍ୟ ବୈଜ୍ଞାନିକ ତଥା ଭୂକମ୍ପ ବିଶେଷଜ୍ଞ ଡକ୍ଟର ଏନ. ପୂର୍ଣ୍ଣଚନ୍ଦ୍ର ରାଓ (Dr N Purnachandra Rao) କହିଛନ୍ତି ଯେ, ପୃଥିବୀର ପୃଷ୍ଠ ବିଭିନ୍ନ ଟେକଟୋନିକ ପ୍ଲେଟ (Tectonic Plates) ଦ୍ୱାରା ଗଠିତ, ଯାହା କ୍ରମାଗତ ଭାବରେ ଗତି କରୁଛି। ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ (Indian Tectonic Plates) ପ୍ରତିବର୍ଷ ୫ ସେଣ୍ଟମିଟର ପର୍ଯ୍ୟନ୍ତ ଗତି କରୁଛି। ଯାହାର ଫଳ ସ୍ୱରୂପ ଆଗାମୀ ଦିନରେ ଭୂକମ୍ପ ହେବାର ସମ୍ଭାବନା ବଢିଛି। 

ଏନଜିଆରଆଇ ମୁଖ୍ୟ ବୈଜ୍ଞାନିକ ଡକ୍ଟର ଏନ. ପୂର୍ଣ୍ଣଚନ୍ଦ୍ର ରାଓ ଉତ୍ତରାଖଣ୍ଡ ଠାରେ ଆମର ୧୮ ସେସମୋଗ୍ରାଫ୍ ଷ୍ଟେସନ ସହ ଏକ ମଜବୁତ ନେଟୱାର୍କ ଅଛି। ଏହି ଅଞ୍ଚଳକୁ ହିମାଚଳ (Himachal) ଏବଂ ନେପାଳର ପଶ୍ଚିମ ଭାଗ (Western Nepal) ମଧ୍ୟରେ ଭୂକମ୍ପ ବ୍ୟବଧାନ ବୋଲି କୁହାଯାଏ। ଯେଉଁଥିରେ ଉତ୍ତରାଖଣ୍ଡ (Uttrakhand) ସାମିଲ ରହିଛି। 

ଗତ ସୋମବାର ରାତିରେ ହିମାଚଳ ପ୍ରଦେଶ (Himachal Pradesh) ଧର୍ମଶାଳା (Dharamshala) ଠାରେ ୩.୬ ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ଜଣାଇଥିଲା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (National Center for Seismology)। ଏନେଇ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିଲା। ଏହା ସହିତ ୧୯ ଫେବୃଆରୀରେ ଆନ୍ଧ୍ର ପ୍ରଦେଶ (Andhra Pradesh) ଏନଟିଆର ଜିଲ୍ଲାର (NTR District) ନନ୍ଦିଗାମା ସହରରେ ମଧ୍ୟ ଏକ ଭୂମିକମ୍ପ ଅନୁଭୂତ ହୋଇଥିବାର ରେକର୍ଡ କରାଯାଇଥିଲା। ହେଲେ ଏହି ଭୂମିକମ୍ପ ଦ୍ୱାରା ହୋଇଥିବା କ୍ଷୟକ୍ଷତି ବାବଦରେ କୌଣସି ସୂଚନା ମିଳିନାହିଁ।

 

Read More
{}{}