Hindi News >>Home >>Odisha Trending

Wrestlers Protest: ୫ ଦିନିଆ ଧାରଣାରେ କେତେ ଟଙ୍କା ଖର୍ଚ୍ଚ କରି ସାରିଲେଣୀ କୁସ୍ତିଯୋଦ୍ଧା? ମିଳିଗଲା ହିସାବ

antar Mantar Protest:  ଦିଲ୍ଲୀ ଜନ୍ତରମନ୍ତର ଠାରେ ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧା ନିଜର ମୌଳିକ ଆବଶ୍ୟକତା ନିଜେ ପୂରଣ କରୁଛନ୍ତି। ଏଥିପାଇଁ ସେମାନେ ନିଜେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରୁଛନ୍ତି।    

Advertisement
Wrestlers Protest: ୫ ଦିନିଆ ଧାରଣାରେ କେତେ ଟଙ୍କା ଖର୍ଚ୍ଚ କରି ସାରିଲେଣୀ କୁସ୍ତିଯୋଦ୍ଧା? ମିଳିଗଲା ହିସାବ
Stop
Zee Odisha Desk|Updated: Apr 28, 2023, 09:52 PM IST

Wrestlers Protest at Jantar Mantar: ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ ମୁଖ୍ୟ ବୃଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ ଦିଲ୍ଲୀ ଜନ୍ତର ମନ୍ତର ଠାରେ ବିରୋଧ କରୁଥିବା କୁସ୍ତିଯୋଦ୍ଧାଙ୍କୁ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ଅତ୍ୟନ୍ତ ମହଙ୍ଗା ପଡ଼ିଛି। ଖର୍ଚ୍ଚ ସତ୍ତ୍ୱେ କୁସ୍ତିଯୋଦ୍ଧା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ଏହି ପ୍ରସିଦ୍ଧ ବିରୋଧ ସ୍ଥଳରେ ଲମ୍ବା ଲଢେଇ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଡବ୍ଲୁଏଫ୍ଆଇ ମୁଖ୍ୟଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଏବଂ ଧମକ ଦେବାର ଅଭିଯୋଗ ଆଣିଛନ୍ତି।

ଦିଲ୍ଲୀ ଜନ୍ତର ମନ୍ତର ଠାରେ ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧା ଗଦି, ଚାଦର, ପଙ୍ଖା, ସ୍ପୀକର, ମାଇକ୍ରୋଫୋନ୍, ପାଣି ଏବଂ ଖାଦ୍ୟ ବ୍ୟତୀତ ଏକ ଛୋଟ ଜେନେରେଟର ବ୍ୟବସ୍ଥା ପାଇଁ ୫ ଦିନରେ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ବିରୋଧ ପ୍ରଦର୍ଶନ ଆରମ୍ଭରେ ସେମାନେ ଗଦି, ବେଡ୍ ସିଟ୍ ଏବଂ ସାଉଣ୍ଡ୍ ସିଷ୍ଟମ୍ ଭଡାରେ ନେଇଥିଲେ। ଏଥିପାଇଁ ସେମାନଙ୍କୁ ପ୍ରତିଦିନ ୨୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ଦିଲ୍ଲୀ ଜନ୍ତର ମନ୍ତର ଠାରେ ବସିଥିବା କୁସ୍ତିଯୋଦ୍ଧା ଅନୁଭବ କରି ସାରିଲେଣୀ ଯେ ଯଦି ସେମାନେ ବିରୋଧ ପ୍ରଦର୍ଶନକୁ ଆଗକୁ ଜାରି ରଖିବାକୁ ଚାହାଁନ୍ତି, ତାହେଲେ ଅନେକ ଛୋଟ ଛୋଟ ମୌଳିକ ଆବଶ୍ୟକତା ପୂରଣ କରିବା ସେମାନଙ୍କ ଲାଗି ଏକ ବଡ଼ ଆର୍ଥିକ ବୋଝ ଭାବରେ ଉଭା ହୋଇପାରେ। 

ବିନେଶ ଫୋଗାଟଙ୍କ ସ୍ୱାମୀ ସୋମବୀର ରାଠୀ କହିଛନ୍ତି ଯେ, ଆମେ ଗଦା କିଣିବାକୁ ସ୍ଥିର କଲୁ। ମୁଁ ମୋ ଗାଁ ଖାରଖୋଡାରୁ ୫୦ ହଜାର ଟଙ୍କା ଦେଇ ୮୦ ଗଦା କିଣିଛୁ। ଗଦି ପାଇଁ ଆମକୁ ପ୍ରତିଦିନ ୧୨ ହଜାର ଟଙ୍କା ଭଡା ଦେବାକୁ ପଡ଼ୁଥିଲା। ଗଦି ଭଡ଼ା ଦେବା ପାଇଁ ଆମକୁ ବେଶ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା। ସୋମବୀର ରାଠୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମେ ଆମେ ସ୍ପିକର ଏବଂ ମାଇକ୍ରୋଫୋନ୍ ଉଡ଼ାରେ ନେଇଥିଲୁ। ହେଲେ ଗୋଟିଏ ଦିନ ଭଡ଼ା ୧୨ ହଜାର ଟଙ୍କା ଦେବାକୁ ପଡୁ଼ଥିଲା। ଯାହାର ମୂଲ୍ୟ ବହୁତ ମହଙ୍ଗା ରହିଥିଲା। ବର୍ତ୍ତମାନ ଆମେ ଚାନ୍ଦନୀଚୌକ୍ ବଜାରରୁ ଆମର ସାଉଣ୍ଡ ସିଷ୍ଟମ୍ ୬୦ ହଜାର ଟଙ୍କାରେ କିଣିଛୁ। ଦୋକାନୀ କୁସ୍ତିଯୋଦ୍ଧାଙ୍କ ବିଷୟରେ ଜାଣିଥିଲେ। ସେ କୌଣସି ଲାଭ ନକରି ଆମକୁ ଆବଶ୍ୟକ ରହିଥିବା ଆମର ସାଉଣ୍ଡ ସିଷ୍ଟମ୍ ବିକ୍ରୟ କରି ଦେଇଥିଲେ।

ହେଲେ ପଙ୍ଖା ଏବଂ ଜେନେରେଟର ଏବେ ମଧ୍ୟ ଭଡ଼ାରେ ଅଣାଯାଉଛି। ପଙ୍ଖା ଏବଂ ଜେନେରେଟର ପାଇଁ ପ୍ରତିଦିନ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଯଦି ଆବଶ୍ୟକ ହୁଏ, ଆମେ କୁଲର୍ କିଣିବୁ। କାରଣ ଏବେ ବହୁତ ଗରମ ହେଉଛି। ଆମେ ଆମ ସହିତ ନଗଦସ ୨ ଲକ୍ଷ ଟଙ୍କା ନଗଦ ଆଣିଥିଲୁ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫-୬ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛୁ ବୋଲି କହିଛନ୍ତି ସୋମବୀର ରାଠୀ। ଦିଲ୍ଲୀ ଜନ୍ତର ମନ୍ତର ଠାରେ ଚାଲିଥିବା ଆନ୍ଦୋଳନର ଚେହେରା ହେଉଛନ୍ତି ବିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ। ସୋମବୀର ରାଠି ଏବଂ ତାଙ୍କ ବନ୍ଧୁ ଯୋଗେଶ (ଭାରତ କେସରୀ) ଏବଂ ଅନ୍ୟମାନେ ବିରୋଧ ଜାରି ରଖିବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି।

ସୋମବୀର ରାଠି ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଆମ ନିଜ ଭିତରେ କାମ ବାଣ୍ଟି ନେଇଛୁ। କେତେକ ପ୍ରଶିକ୍ଷକ ସୁନିଶ୍ଚିତ କରୁଛନ୍ତି ଯେ କିପରି ରୋଷେୟା ଦ୍ୱାରା ଗୁଣାତ୍ମକ ଖାଦ୍ୟ ପ୍ରସ୍ତୁତ କରାଯିବ। ଯୁବ କୁସ୍ତିଯୋଦ୍ଧା ବିରୋଧ ସ୍ଥଳରେ ଖାଦ୍ୟ ଯୋଗାଉଛନ୍ତି। କିଛି ଲୋକ ଜଳ ଯୋଗାଣକୁ ନିଶ୍ଚିତ କରିବା ଜାରି ରଖିଛନ୍ତି। କାହାକୁ ପରିଷ୍କାର ପରିଚ୍ଛନ୍ନତାର ଦାୟିତ୍ୱ ଦିଆଯାଇଛି। ଏପରିକି ସୁରକ୍ଷାକର୍ମୀ ମଧ୍ୟ ଆମକୁ ସାହାଯ୍ୟ ସହଯୋଗ କରୁଛନ୍ତି।

ଏହା ସହିତ ସୋମବୀର ରାଠି ହରିୟାଣାର ବିଭିନ୍ନ କୁସ୍ତି ଆଖଡ଼ାର ପ୍ରତିନିଧିଙ୍କୁ ଜନ୍ତର ମନ୍ତର ନ ଆସିବା ପାଇଁ କହିଛନ୍ତି। କାରଣ ଲୋକ ସଂଖ୍ୟା ବଢିଗଲେ ସେମାନଙ୍କୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଚ୍ୟାଲେଞ୍ଜ ହୋଇପଡ଼ିବ। ପ୍ରାୟ ୮୦ କୁସ୍ତି ଆଖଡା ଏଠାକୁ ଆସି ବିରୋଧ ପ୍ରଦର୍ଶନକୁ ସେମାନଙ୍କ ସମର୍ଥନ ଯୋଗାଇ ଦେବାକୁ ଚାହୁଁଛନ୍ତି। ହେଲେ ଆମେ ଏଠାକୁ ସେମାନଙ୍କର ଆସିବା ବନ୍ଦ କରିଦେଇଛୁ।

ଯେତେବେଳେ ସୋମବୀର ରାଠିଙ୍କୁ ପଚରାଗଲା ଯେ ସେମାନଙ୍କୁ କୌଣସି ରାଜନୈତିକ ଦଳ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସହାୟତା ମିଳିଛି ନା ନାହିଁ? ଏହାର ଜବାବରେ ସେ କହିଛନ୍ତି ଯେ, ଯଦି ଆମକୁ କାହା ପାଖରୁ କୌଣସି ସାହାଯ୍ୟ ସହଯୋଗ ମିଳିଥାନ୍ତା, ତାହେଲେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାଙ୍କ ମୁଣ୍ଡ ଉପରେ 'ୱାଟରପ୍ରୁଫ୍ ସେଡ୍' ଏବଂ ଆହୁରି ଅନ୍ୟାନ୍ୟ କିଛି ସୁବିଧା ରହିଥାନ୍ତା। ହେଲେ ଆମେ ସର୍ବନିମ୍ନ ସମ୍ବଳ ସହିତ ଆନ୍ଦୋଳନରେ ବସିଛୁ। ବର୍ତ୍ତମାନ ବିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆଙ୍କ ପରିବାର ଏହି ଖର୍ଚ୍ଚ ପରିଚାଳନା କରୁଛନ୍ତି। ସେ କହିଛନ୍ତି, ଆମେ ବର୍ତ୍ତମାନ କାହା ଠାରୁ କୌଣସି ସାହାଯ୍ୟ ନେଇନାହୁଁ। ଆମେ ଆମର ମୌଳିକ ଆବଶ୍ୟକତା ପୂରଣ କରୁଛୁ। ଆମେ ଅତି ଯତ୍ନର ସହିତ ଟଙ୍କା ଖର୍ଚ୍ଚ କରୁଛୁ। ଯେଉଁମାନେ ଆସୁଛନ୍ତି ସେମାନେ ନିଜ ଖାଦ୍ୟ ପାଇଁ ବ୍ୟବସ୍ଥା କରୁଛନ୍ତି।

 

 

Read More
{}{}