Hindi News >>Home >>Odisha National-International

Atishi Marlena: ୨୧ରେ ଶପଥ ନେବେ ଆତିଶୀ, ଜାଣନ୍ତୁ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ କେଉଁ ଅତିଥି?

Atishi Marlena Delhi New CM: ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଙ୍କ ଇସ୍ତଫା ପତ୍ରକୁ  ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟକୁ ମଞ୍ଜୁରି ଲାଗି ପଠାଇଛନ୍ତି। ଏଥିସହିତ ୨୧ରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ମାର୍ଲେନାଙ୍କ ଶପଥ ଗ୍ରହଣ ଲାଗି ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ମଧ୍ୟ ପଠାଇଛନ୍ତି। 

Advertisement
Atishi Marlena:  ୨୧ରେ ଶପଥ ନେବେ ଆତିଶୀ, ଜାଣନ୍ତୁ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ କେଉଁ ଅତିଥି?
Stop
Narmada Behera|Updated: Sep 19, 2024, 01:34 PM IST
Atishi Marlena Delhi New CM: ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଙ୍କ ଇସ୍ତଫା ପତ୍ରକୁ  ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟକୁ ମଞ୍ଜୁରି ଲାଗି ପଠାଇଛନ୍ତି। ଏଥିସହିତ ୨୧ରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ମାର୍ଲେନାଙ୍କ ଶପଥ ଗ୍ରହଣ ଲାଗି ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ମଧ୍ୟ ପଠାଇଛନ୍ତି। ସେପଟେ,କେଜ୍ରିଓ୍ବାଲ୍ ୧୫ ଦିନ ମଧ୍ୟରେ ତାଙ୍କର ସରକାରୀ ବାସଭବନ, ସୁରକ୍ଷା ସହ ଅନ୍ୟାନ୍ୟ ସୁବିଧା ଛାଡିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଶପଥ ଗ୍ରହଣ ଉତ୍ସବରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ସହ ଦଳର ଅନ୍ୟ ନେତା ମାନେ ମଧ୍ୟ ଉପସ୍ଥିତ ରହିବେ। ସେ ଆମ୍ ଆଦମୀ ପାର୍ଟୀର ପ୍ରଥମ ମହିଳା ନେତା ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଯିବ।
 
୨୦୧୨ରେ ଦୁର୍ନିତୀ ବିରୋଧୀ ଆନ୍ଦଳୋନ ସମୟରୁ ରାଜନୀତିରେ ପାଦ ଥାପିଥିଲେ ଆତିଶୀ। ସେପଟେ ଆତିଶୀ ହେଉଛନ୍ତି ଆପର ପ୍ରତିଷ୍ଠାତା ସଦସ୍ୟ।  ୨୦୧୯ରେ ସେ ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ତାଙ୍କୁ ପରାସ୍ତ କରିଥିଲେ। ୨୦୨୦ରେ, ଆମ୍ ଆଦମୀ ପାର୍ଟି (AAP) ତାଙ୍କୁ କାଲକାଜୀ ବିଧାନସଭା ଆସନରୁ ଟିକେଟ ଦେଇଥିଲା ଜିତିବା ପରେ ତାଙ୍କୁ ମନ୍ତ୍ରୀ କରାଯାଇଥିଲା।
 
 
 
Read More
{}{}